ଏହି ସବୁ ଘରୋଇ ଉପଚାର ଦ୍ବାରା ଦୂର କରିପାରିବେ ବେକରେ ହୋଇଥିବା କଳାଦାଗ : ଜାଣିବା ପାଇଁ ପୂରା ପଢ଼ନ୍ତୁ

Published By : Prameya-News7 Bureau | November 27, 2018 IST

ଭୁବନେଶ୍ବର ୨୭/୧୧: ହରମୋନ ଅସନ୍ତୁଳନ ,ଫଙ୍ଗଲ୍ ସଂକ୍ରମଣ ,ଖରା କିମ୍ବା ବାହାରର ଧୂଳିମଳି ଆଦି କାରଣରୁ ଆପଣଙ୍କ ବେକ କଳା ପଡ଼ିଯାଇଥାଏ। ଆଜି ଆମେ ଜାଣିବା କେତେକ ଘରୋଇ ଉପଚାର ବିଷୟରେ ଯାହା ଦ୍ବାରା ଏହି ସମସ୍ୟାକୁ ଦୂର କରାଯାଇପାରିବ। ୧.ଘିଁକୁଆରୀ: ଆଜିକାଲି ଘିଁକୁଆରୀକୁ କସମେଟିକରେ ସବୁଠୁ ବେଶୀ ବ୍ୟବହାର କରାଯାଉଛି। ଏଥିପାଇଁ ପ୍ରତିଦିନ ଘିଁକୁଆରୀର ପତ୍ରକୁ ବେକର କଳାଦାଗରେ ଘଷିବା ଦ୍ବାରା ଏହା ଦୂର ହୋଇଥାଏ। ୨.ବେକିଙ୍ଗ୍ ସୋଡ଼ା: ବେକିଙ୍ଗ୍ ସୋଡ଼ାକୁ ପାଣିରେ ମିଶାଇ ଭଲଭାବେ ଗାଢ଼ ପେଷ୍ଟ୍ ବନାଇଦିଅନ୍ତୁ। ଏହାପରେ ଏହାକୁ ସ୍କ୍ରବ୍ କରି ବେକରେ ଘଷନ୍ତୁ। ଏହା ଦ୍ବାରା ବେକରେ ଥିବା ମୃତ କୋଷ ବାହାରି ଯିବ ଏବଂ କଳାଦାଗ ଦୂର ହୋଇଯିବ। ୩.ନିମ୍ବ ପେଷ୍ଟ୍: ସପ୍ତାହକୁ ଥରେ ନିମ୍ବ ପେଷ୍ଟକୁ ବେକରେ ଲଗେଇଲେ କଳାଦାଗ ପରିଷ୍କାର ହୋଇଥାଏ କାରଣ ନିମ୍ବ ଏକ ଆଣ୍ଟିବ୍ୟାକ୍ଟେରିଆଲ୍ ଉପାଦାନ ଅଟେ। ଏହା ଛଡ଼ା କଳାଦାଗ ଦୂର କରିବା ପାଇଁ ଆଳୁର ପତଳା ଟୁକରାକୁ ସେହି ସ୍ଥାନରେ ଘଷିବା ଦ୍ବାରା ଲାଭ ମିଳିଥାଏ। ଏହା କରିବା ଦ୍ବାରା କିଛି ଦିନ ମଧ୍ୟରେ ସେହି ସ୍ଥାନ ଗୋରା ହୋଇଯାଇଥାଏ। ଏହା ସହିତ ଆପଣ ଯଦି କିଛି ମହୁ ଏବଂ ଲେମ୍ବୁ ମିଶାଇ ଦିଅନ୍ତି ତେବେ ଆହୁରି ଲାଭଦାୟକ ହୋଇଥାଏ। ୪.ଲେମ୍ବୁ: ଲେମ୍ବୁ ଏକ ପ୍ରାକୃତିକ ବ୍ଲିଚିଙ୍ଗ୍। ଏଥିପାଇଁ ସବୁଦିନ ସକାଳେ ଗାଧୋଇବା ପୂର୍ବରୁ ବେକରେ ଲେମ୍ବୁ ଘଷିଲେ କଳାଦାଗ ଦୂର ହୋଇଥାଏ। ଗାଧୋଇବା ପରେ ମନେ କରି ଏହି ସ୍ଥାନରେ ମଇଶ୍ଚରାଇଜର ଲଗାଇବା ଉଚିତ୍। ୫.ବାଦାମ: ବାଦାମ ଅଧିକାଂଶ କସମେଟିକରେ ପ୍ରୟୋଗ ହୋଇଥାଏ। ଆପଣ ୮ଟି ବାଦାମକୁ ଘଷି ଏଥିରେ ଏକ ଚାମଚ କ୍ଷୀର ପାଉଡର ଏବଂ ମହୁ ମିଶାଇ ପେଷ୍ଟ ବନାନ୍ତୁ ଏବଂ ଏହି ପେଷ୍ଟକୁ ସପ୍ତାହକୁ ୩-୪ଥର ବେକରେ ମାଲିସ୍ କରନ୍ତୁ। ୬.ଚନ୍ଦନ ପାଉଡର: ଚନ୍ଦନ ପାଉଡରରେ ଗୋଲାପ ଜଳ ମିଶାଇ ତାକୁ ବେକରେ କିଛି ସମୟ ଲଗାତାର ମାଲିସ୍ କରନ୍ତୁ। ଏହା ପରେ ଏହି ଲେପକୁ ଅଧ ଘଣ୍ଟା ପର୍ଯ୍ୟନ୍ତ ରଖନ୍ତୁ ଏବଂ ଏହା ପରେ ଧୋଇ ଦିଅନ୍ତୁ। କିଛି ସପ୍ତାହ ପର୍ଯ୍ୟନ୍ତ ଏପରି କଲେ କଳାଦାଗ ଦୂର ହୋଇଯାଇଥାଏ। ୭.ହଳଦୀ : ଆମେ ସାଧାରଣତଃ ଗୋରା ହେବା ପାଇଁ ହଳଦୀର ବ୍ୟବହାର କରିଥାଉ। ବେକରେ କଳାଦାଗ ଦୂର କରିବା ପାଇଁ କଞ୍ଚାକ୍ଷୀରରେ ହଳଦୀ ମିଶାଇ ପେଷ୍ଟ୍ କରନ୍ତୁ ଏବଂ ଏହି ପେଷ୍ଟକୁ ସେହି ସ୍ଥାନରେ ଲଗାନ୍ତୁ। ଏହା ଶୁଖିବା ପରେ ହାଲୁକା ଭାବରେ ଏହାକୁ ଘଷନ୍ତୁ। ଏହା କରିବା ଦ୍ବାରା କିଛି ଦିନ ଭିତରେ ଆପଣଙ୍କ କଳାଦାଗ ଦୂର ହୋଇଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.