Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୩୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରକକୁ ପଛ ପଟୁ ପିଟିଲା ଟ୍ରଲର, ୨ ମୃତ
  • ||
  • ଡ଼କାୟତି ଯୋଜନା ପଣ୍ଡ, ବାଇପାସ କଡ଼ରୁ ୬ ଡକାୟତ ଗିରଫ
  • ||

କରୋନା ଯୋଗୁଁ ଦୁରେଇ ଗଲେ ନିଜ ଲୋକ : ୧୬୦୦ କିମି ଚାଲିଚାଲି ଆସିବା ପରେ ମା’ ଖୋଲିଲେନି କବାଟ

13/04/2020 at 11:13 AM

ବାରଣାସୀ ୧୩/୦୪ : କରୋନା ପାଇଁ ବର୍ତ୍ତମାନ ସମ୍ପର୍କରେ ମଧ୍ୟ ଫାଟ ସୃଷ୍ଟି ହେଲାଣି | ବାରଣାସୀର କୋତୱାଲି ଥାନା ଅନ୍ତର୍ଗତ ସପ୍ତସାଗର ନିକଟରେ ବାସ କରୁଥିବା ଅଶୋକ ମୁମ୍ବାଇ ନାଗପାଡା ସ୍ଥିତ ଏକ ହୋଟେଲରେ କାମ କରନ୍ତି | ଲକଡାଉନ ଘୋଷଣା ପରେ ଅଶୋକ ୧୪ ଦିନ ପୂର୍ବରୁ ନିଜର ୬ଜଣ ସାଙ୍ଗଙ୍କ ସହ ବାରଣାସୀ ସ୍ଥିତ ନିଜ ଘରକୁ ବାହାରିଥିଲେ | ପାଖରେ ଥିଲା ଅଳ୍ପ କିଛି ଟଙ୍କା | ସଡ଼କପଥ ଓ ରେଳପଥ କଡେ କଡେ ସେ ୧୬୦୦ କିମି ଚାଲିଚାଲି ସେ ବାରଣାସୀରେ ପହଞ୍ଚିଥିଲେ | ବାରଣାସୀରେ ପହଞ୍ଚି ସେ ଘରକୁ ଫୋନ କରିଥିଲେ | କିନ୍ତୁ ଘରକୁ ପହଞ୍ଚିବା ପରେ ମା କବାଟ ଖୋଲି ନଥିଲେ | ତାଙ୍କ ଭାଇ ଭାଉଜ ମଧ୍ୟ କବାଟ ଖୋଲି ନଥିଲେ | ସେ ଯାଞ୍ଚ ପରେ ଘରକୁ ଯାଇଥିଲେ ଏବଂ ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ କ୍ଵାରେଣ୍ଟାଇନ ନିର୍ଦେଶ ଦିଆଯାଇଥିଲା | ତଥାପି ଘରଲୋକ କବାଟ ନ ଖୋଲିବାରୁ ପୋଲିସ ତାଙ୍କୁ ନେଇ ମୈଦାଗିନ ସ୍ଥିତ ଏକ ହସ୍ପିଟାଲରେ ଭର୍ତ୍ତି କରିଥିଲା | ବର୍ତ୍ତମାନ ତାଙ୍କ ଅବସ୍ଥା ଭଲ ଅଛି | କିନ୍ତୁ ଏତେ ବାଟ ଚାଲିଚାଲି ସେ ହାଲିଆ ହୋଇ ପଡିଛନ୍ତି |

ସୂଚନାଯୋଗ୍ୟ ଯେ, ସେ ୧୪ ଦିନ ପୂର୍ବରୁ ମୁମ୍ବାଇରୁ ବାହାରିଥିଲେ | ରବିବାର ସକାଳେ କେଣ୍ଟ ଷ୍ଟେସନରେ ପହଞ୍ଚିଥିଲେ | ସେଠାରେ ପହଞ୍ଚିବା ପରେ ସେ ଘରକୁ ଫୋନ କରି ତାଙ୍କ ଆସିବା କଥା ସୂଚନା ଦେଇଥିଲେ | ସେ ତାଙ୍କ ୬ଜଣ ସାଙ୍ଗଙ୍କ ସମ୍ପର୍କରେ ମଧ୍ୟ କହିଥିଲେ | ତାଙ୍କ ଘର ରାମନଗର ଅଞ୍ଚଳରେ | ତେବେ ମୁମ୍ବାଇରୁ ୭ଜଣ ଆସିଥିବା ଜାଣି ଅଶୋକଙ୍କ ଘରଲୋକ ସେହି ଅଞ୍ଚଳରେ ସୂଚନା ଦେଇଥିଲେ | ଏହା ଜାଣି ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା | ସେପଟେ ଅଶୋକ ଯାଞ୍ଚ ପାଇଁ ନିକଟସ୍ଥ ଦିନଦୟାଲ ଉପାଧ୍ୟାୟ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ପହଞ୍ଚିଥିଲେ | ଯାଞ୍ଚ ପରେ ତାଙ୍କୁ ୧୪ ଦିନ ପର୍ଯ୍ୟନ୍ତ ଘରେ ଅଲଗା ରହିବାକୁ ନିର୍ଦେଶ ଦିଆଯାଇଥିଲା | ଏହାପରେ ସେ ଘରକୁ ଯାଇଥିଲେ କିନ୍ତୁ ତାଙ୍କ ଭାଉଜ କବାଟ ଖୋଲିନଥିଲେ | ସେ ମୁମ୍ବାଇରେ କରୋନାରେ ସଂକ୍ରମିତ ହୋଇଥିବା ତାଙ୍କ ଘରଲୋକ ସନ୍ଦେହ କରିଥିଲେ | ସେଥିପାଇଁ ଅଶୋକଙ୍କ ଘରଲୋକ ତାଙ୍କୁ ଘରକୁ ଆସିବାକୁ ଦିନଥିଲେ | ପୋଲିସ ଏ ସମ୍ପର୍କରେ ସୂଚନା ପାଇ ଅଶୋକଙ୍କୁ ନେଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ | ତାଙ୍କ ଭିତରେ କରୋନାର କୌଣସି ଲକ୍ଷଣ ନାହିଁ |

ଅଶୋକ ମୁମ୍ବାଇରେ ଯେଉଁଠାରେ କାମ କରନ୍ତି, ନିଜ ପାରିଶ୍ରମିକରୁ ଘରକୁ ଟଙ୍କା ପଠାନ୍ତି | ସେ ଘରକୁ ଗଲେ ସୁରକ୍ଷିତ ରହିବେ ବୋଲି ଦୀର୍ଘ ୧୬୦୦ କିମି ଚାଲିଚାଲି ଘରକୁ ଆସିଥିଲେ | କିନ୍ତୁ ହୋଇଥିଲା ଓଲଟା | ରାସ୍ତାରେ ମାଗି ଯାଚି ଯାହା କିଛି ପାଇଲେ ଖାଇ ଆସିଥିଲେ |

   Related Posts