Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ସୋସାଇଟିରେ କରୋନା ଭାଇରସ୍ ବ୍ୟାପିବାର ଭୟ: ଏମ୍ସ ଡାକ୍ତରଙ୍କୁ ଘର ମାଲିକଙ୍କ ଧମକ, ଫ୍ଲାଟ ଖାଲି କର ନଚେତ୍ କରିବି ବଳାତ୍କାର

30/03/2020 at 4:16 PM

ନୂଆଦିଲ୍ଲୀ ୩୦।୦୩: କରୋନା  ଭାଇରସ୍‌ ବିରୋଧରେ  ପୂରା ଦେଶ ଲଢେଇ କରୁଛି। ଏହି ମରଣାନ୍ତ ଲଢେଇ ସବୁଠୁ ଆଗରେ ଅଛନ୍ତି ଡାକ୍ତର। ଏହି ମୁସ୍କିଲ ସମୟରେ ଦେଶର ଜନତା ସେମାନଙ୍କୁ ଧଳା ପୋଷାକରେ ଭଗବାନର ଅବତାର ମାନୁଛନ୍ତି। ମାତ୍ର ଓଡିଶାର ରାଜଧାନୀ ଭୁବନେଶ୍ଵରରେ ଏମିତି ଏକ ମାମଲା ସାମ୍ନାକୁ ଆସିଛି ଯାହା ଜାଣି ଆପଣ ଚକିତ ହୋଇ ପଡିବେ। ଏଠାରେ ଘର ଖାଲି ନକଲେ ଏମ୍ସର ମହିଳା ଚିକିତ୍ସକଙ୍କୁ ବଳାତ୍କାରର ଧମକ ଦେଇଛି ଘର ମାଲିକ। ମହିଳା ଡାକ୍ତର ଏଠାରେ ଏକ ସୋସାଇଟିରେ ରୁହନ୍ତି ଏବଂ ଏମ୍ସରେ ଜୁନିୟର ଡାକ୍ତର ଭାବେ କାର୍ଯ୍ୟରତ ଅଛନ୍ତି।

ଏଫଆଇଆରରେ ମହିଳା ଡାକ୍ତର ଆରୋପ ଲଗାଇଛନ୍ତି ଯେ, ଯେଉଁ ସୋସାଇଟିରେ ସେ ରହୁଛନ୍ତି ସେଠାରେ ଜଣେ ବ୍ୟକ୍ତି ସପ୍ତାହେ ହେବ ତାଙ୍କୁ ହଇରାଣ କରୁଛନ୍ତି ଏବଂ ଘର ଛାଡି ଦେବାକୁ କହୁଛନ୍ତି। କେବଳ ଏତିକି ନୁହଁ କିଛି ଦିନ ପୂର୍ବେ ସେହି ବ୍ୟକ୍ତି ତାଙ୍କୁ ବଳାତ୍କାରର ଧମକ ମଧ୍ୟ ଦେଇଛି। ଏହା ପରେ ସେ ଥାନାରେ ମାମଲା ରୁଜୁ କରିବାକୁ ନିଷ୍ପତ୍ତି ନେଲେ। ମହିଳା ଡାକ୍ତର ପୋଲିସଙ୍କୁ କହିଛନ୍ତି ଯେ, ସେ ଗତ ଅନେକ ବର୍ଷରୁ ଏହି ସୋସାଇଟିରେ ରହି ଆସୁଛନ୍ତି। ସେ ଆରୋପିଙ୍କୁ ଏହା ମଧ୍ୟ କହିଛନ୍ତି ଯେ, ସେ କରୋନା  ଭାଇରସ ସଂକ୍ରମଣ ଲୋକଙ୍କ ସଂସ୍ପର୍ଶରେ ଆସି ନାହାନ୍ତି।

ଏହା ପରେ ବି ଘର ମାଲିକ ମାନିବାକୁ ପ୍ରସ୍ତୁତ ନାହାନ୍ତି ଏବଂ ଘର ଖାଲି କରିବାକୁ ଚାପ ପକାଉଛନ୍ତି। ତାଙ୍କ ଦ୍ଵାରା ସୋସାଇଟିରେ କରୋନା ବ୍ୟାପିବ ବୋଲି କୁହାଯାଉଛି। ଏଫଆଇଆରରେ କୁହାଯାଇଛି ଯେ, ସୋସାଇଟି କାର୍ଯ୍ୟାଳୟରେ କାମ କରୁଥିବା ଜଣେ ଲୋକ କହିଛି ଯେ, ସେ ଏମ୍ସରେ କରୋନା ଭାଇରସ୍ ସଂକ୍ରମିତ ଲୋକଙ୍କ ମଧ୍ୟରେ କାମ କରୁଛନ୍ତି। ଏଥିପାଇଁ ତାଙ୍କୁ ଘର ଖାଲି କରିବାକୁ ପଡିବ। ମହିଳା ଡାକ୍ତରଙ୍କ ଅନୁଯାୟୀ ଗତ ଏକ ସପ୍ତାହ ହେବ ଏହାକୁ ନେଇ ତାଙ୍କୁ ପ୍ରତାଡିତ କରାଯାଉଥିଲା, ହେଲେ  ବଳାତ୍କାରର ଧମକ ମିଳିବା ପରେ ମାର୍ଚ୍ଚ ୨୯ରେ ସେ ଥାନାରେ ଏତଲା ଦେଇଛନ୍ତି। ଏହି ମାମଲାରେ ମହିଳା ଡାକ୍ତର ଆରୋପିର ପୁତ୍ର ଓ ପତ୍ନୀଙ୍କ ଉପରେ ମଧ୍ୟ ପ୍ରତାଡନାର ଆରୋପ ଲଗାଇଛନ୍ତି। ଏହି ଘଟଣାରେ ପୋଲିସ ଅପରାଧିକ କାର୍ଯ୍ୟ ଆଧାରରେ କେସ୍ ରୁଜୁ କରିଛି।

   Related Posts