Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

ରାଜ୍ୟମାନଙ୍କୁ ଅମିତ ଶାହଙ୍କ ତାଗିଦ୍ : ସାବଧାନ ନିଜ ଇଛାରେ ହଟାଇ ପାରିବନାହିଁ ଲକଡାଉନ୍ ୪.୦ ଗାଇଡଲାଇନ୍

18/05/2020 at 3:04 PM

ନୂଆଦିଲ୍ଲୀ ୧୮/୦୫ : ଆଜିଠାରୁ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଆରମ୍ଭ ହୋଇଛି | ଚତୁର୍ଥ ପର୍ଯ୍ୟାୟ ଲକଡାଉନରେ ରାଜ୍ୟ ସରକାର ରାଜ୍ୟର ସ୍ଥିତି ଦେଖି ନିର୍ଣ୍ଣୟ ନେଇପାରିବେ ବୋଲି ପୂର୍ବରୁ କେନ୍ଦ୍ର ସରକାର ଘୋଷଣା କରିଥିଲେ | ଲକ ଡାଉନ ନିୟମ କୋହଳ କରିବାକୁ ରାଜ୍ୟ ସରକାରଙ୍କୁ ଅଧିକାର ଦିଆଯାଇଥିଲେ ସୁଦ୍ଧା ରାଜ୍ୟ ସରକାରମାନେ ଏକ ସୀମାରେ ରହି ନିଷ୍ପତ୍ତି ନେବେ ବୋଲି ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି | କେନ୍ଦ୍ର ଗୃହ ମନ୍ତ୍ରାଳୟ ଏନେଇ ସମସ୍ତ ରାଜ୍ୟର ରାଜ୍ୟ ସରକାରଙ୍କୁ ନିର୍ଦେଶନାମା ପଠାଇଛନ୍ତି ଯେ ନିୟମ କୋହଳ କରନ୍ତୁ କିନ୍ତୁ ସରକାରଙ୍କ ଗାଇଡଲାଇନକୁ ପାଳନ କରନ୍ତୁ |

ରବିବାର ଦିନ ସନ୍ଧ୍ୟାରେ କେନ୍ଦ୍ର ସରକାର ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଘୋଷଣା କରି ଲକଡାଉନ ଅବଧିକୁ ମେ ୩୧ ତାରିଖ ପର୍ଯ୍ୟନ୍ତ ଲାଗୁ କରିଥିଲେ | ତେବେ କେନ୍ଦ୍ର ସରକାର ସମସ୍ତ ରାଜ୍ୟର ରାଜ୍ୟ ସରକାରଙ୍କୁ ଅଧିକାର ଦେଇଛନ୍ତି ଯେ, ସେ ରାଜ୍ୟର ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକତା ଅନୁଯାୟୀ ଲକଡାଉନ ନିୟମ କୋହଳ କରିପାରିବେ |

କେଉଁ କେଉଁ ଦୋକାନ ଖୋଲାଯିବ ସେନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇପାରିବେ | ତେବେ କେନ୍ଦ୍ର ସରକାର ଯେଉଁସବୁ ଗାଇଡଲାଇନ ଜାରି କରିଛନ୍ତି ତାକୁ ରାଜ୍ୟ ସରକାର ହଟାଇ ପାରିବେନି ବୋଲି ଗୃହ ମନ୍ତ୍ରାଳୟ ନିର୍ଦେଶ ଦେଇଛି | ଗୃହ ସଚିବ ଏ ସମ୍ବନ୍ଧରେ ରାଜ୍ୟ ମୁଖ୍ୟ ସଚିବଙ୍କୁ ଚିଠି ଲେଖି ଗୃହ ମନ୍ତ୍ରାଳୟର ଗାଇଡଲାଇନ ସମ୍ପର୍କରେ ଅବଗତ କରାଇଛନ୍ତି |

ଗୃହ ମନ୍ତ୍ରାଳୟ ରବିବାର ଦିନ ଦେଶର ସମସ୍ତ ରାଜ୍ୟକୁ ନିର୍ଦେଶ ଦେଇଥିଲେ ଯେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଜୋନ ନିର୍ଧାରଣ କରିପାରିବେ | ଏହାସହ ଦୋକାନଗୁଡିକ କେଉଁ ସମୟରେ ଖୋଲିବ, କେଉଁ କେଉଁ ଦୋକାନ ଖୋଲାଯିବ, କେତେ ସମୟ ପାଇଁ ଖୋଲାଯିବ, ଅନ୍ତର୍ଜାତୀୟ ପରିବହନ କିଭଳି ଆରମ୍ଭ କରାଯିବ ତାହା ରାଜ୍ୟ ସରକାର ନିଜେ ନିର୍ଣ୍ଣୟ କରନ୍ତୁ ବୋଲି ଗୃହ ମନ୍ତ୍ରାଳୟ ନିର୍ଦେଶ ଦେଇଛନ୍ତି | ସିନେମା ହଲ, ସପିଙ୍ଗ ମଲ, ଧାର୍ମିକ ସ୍ଥଳ, ଧାର୍ମିକ ସମାଗମ, ସ୍କୁଲ-କଲେଜ, ରାଜନୈତିକ ସମାରୋହ କରାଯାଇପାରିବ ନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି | ଏହିସବୁ ମାମଲାରେ ରାଜ୍ୟ ସରକାର ଚାହିଁଲେ ବି କିଛି ପରିବର୍ତ୍ତନ କରିପାରିବେ ନାହିଁ | ରାଜ୍ୟ ସରକାରଙ୍କୁ ଏହିସବୁ ଗାଇଡଲାଇନ ଅନୁସରଣ କରିବାକୁ ହେବ |

   Related Posts