ନିଜ ଜିଦରେ ଅଟଳ ଦିଦି, କେନ୍ଦ୍ରୀୟ ଟିମ୍‌କୁ ପ୍ରଭାବିତ ଅଞ୍ଚଳକୁ ଯିବାକୁ ଦେଲେ ନାହିଁ, କୋଲକାତାରେ ଅଟକାଇ ରଖିଲେ

Published By : Prameya-News7 Bureau | April 21, 2020 IST

କୋଲକାତା ୨୧।୦୪: କରୋନା ଭାଇରସ୍‌ ବିରୋଧୀ ଲଢେଇରେ ପୂରା ଦେଶ ଏକଜୁଟ୍  ରହିଛି। ମାତ୍ର ପଶ୍ଚିମବଙ୍ଗରେ ଏହି ମହା ବିପତ୍ତି ସମୟରେ ରାଜନୀତି ଆରମ୍ଭ ହୋଇ ଯାଇଛି। କେନ୍ଦ୍ର ସରକାର ରାଜ୍ୟରେ କରୋନା କାରଣରୁ ଉତ୍ପନ ସ୍ଥିତି ଓ ଲକ୍‌ଡାଉନ୍‌ ଉଲ୍ଲଂଘନର ହେଉଥିବା ଅଭିଯୋଗର ଯାଞ୍ଚ ପାଇଁ ଆନ୍ତଃମନ୍ତ୍ରୀସ୍ତରୀୟ ଟିମ୍ ଅନେକ ରାଜ୍ୟକୁ ପଠାଇଛି। ମାତ୍ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟିମକୁ ପ୍ରଭାବିତ ଅଞ୍ଚଳକୁ ଯିବାକୁ ଦେଉ ନାହାନ୍ତି। କେନ୍ଦ୍ରୀୟ ଟିମ୍‌ର ମୁଖ୍ୟ ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟର ସଚିବ ଅପୂର୍ବ ଚନ୍ଦ୍ରା ଏନେଇ ରାଜ୍ୟ ସରକାରଙ୍କ ଉପରେ ବଡ ଆରୋପ ଲଗାଇଛନ୍ତି।

ଅପୂର୍ବ ଚନ୍ଦ୍ରା କହିଛନ୍ତି କେନ୍ଦ୍ର ସରକାର ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର, ରାଜସ୍ଥାନ ପରି ରାଜ୍ୟଗୁଡିକୁ ମଧ୍ୟ ନିଜର ଆଇଏମସିଟି ଟିମ୍ ପଠାଇଛି। ସେଠାରେ ଟିମ୍‌କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପୂରା ସହଯୋଗ ମିଳୁଛି। ଏହି ସବୁ ରାଜ୍ୟ ସରକାରଙ୍କୁ ପଶ୍ଚିମବଙ୍ଗ ପରି ନୋଟିସ୍ ପଠାଯାଇଥିଲା। ଉକ୍ତ ରାଜ୍ୟ ସରକାର କେନ୍ଦ୍ରୀୟ ଟିମ୍ ସହ ଭଲ କାମ କରୁଛନ୍ତି। ସେମାନଙ୍କୁ ଏଥିରେ କୌଣସି ସମସ୍ୟା ହେଉ ନାହିଁ। କିନ୍ତୁ ପଶ୍ଚିମବଙ୍ଗରେ ଆମକୁ ପ୍ରଭାବିତ ଅଞ୍ଚଳକୁ ଯିବାକୁ ଦିଆଯାଉ ନାହିଁ। ଏଠାକୁ ଆସିବାରେ ମୋତେ ଗୋଟିଏ ଦିନ ବିତିଗଲାଣି ମାତ୍ର ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ସହଯୋଗ ମିଳୁନାହିଁ।

କୋଲକାତାର କେବଳ ଦୁଇଟି ଅଞ୍ଚଳ ପରିଦର୍ଶନ କରି ପାରିଛୁ

ଅପୂର୍ବ କହିଛନ୍ତି, ଆମେ ଏଠାକୁ ସୋମବାରଠୁ ଆସି ସାରିଲୁଣି। କେନ୍ଦ୍ର ସରକାରଙ୍କ ଆଦେଶ ମୁତାବକ ରାଜ୍ୟ ସରକାର ଆମକୁ ଲଜିଷ୍ଟିକ ସହାୟତା ଯୋଗାଇ ଦେବାର  ଥିଲା। ମୁଁ ଏଠାକୁ ଆସିବା ପରେ ମୁଖ୍ୟ ସଚିବଙ୍କ ଯୋଗାଯାଗରେ ରହିଛି ଏବଂ ରାଜ୍ୟର ପ୍ରଭାବିତ ଅଞ୍ଚଳ ଯିବା ପାଇଁ ସାହାଯ୍ୟ ମାଗୁଛି। ଏ ପର୍ଯ୍ୟନ୍ତ କେବଳ ଆମେ ନାବନ୍ନା ଓ ଏନଆଇସିଇଡି ଗସ୍ତ କରି ପାରିଛୁ।

wp:core-embed/twitter {"url":"https://twitter.com/ANI/status/1252530547173273600?ref_src=twsrc%5Etfw%7Ctwcamp%5Etweetembed\u0026ref_url=https%3A%2F%2Fnavbharattimes.indiatimes.com%2Fstate%2Fother-states%2Fkolkata%2Fmamata-banerjee-stops-imct-in-kolkata-team-leader-says-it-has-been-a-day-of-our-arrival-and-we-are-not-allowed-to-go-anywhere%2Farticleshow%2F75271485.cms","type":"rich","providerNameSlug":"twitter","className":""}
https://twitter.com/ANI/status/1252530547173273600?ref_src=twsrc%5Etfw%7Ctwcamp%5Etweetembed&ref_url=https%3A%2F%2Fnavbharattimes.indiatimes.com%2Fstate%2Fother-states%2Fkolkata%2Fmamata-banerjee-stops-imct-in-kolkata-team-leader-says-it-has-been-a-day-of-our-arrival-and-we-are-not-allowed-to-go-anywhere%2Farticleshow%2F75271485.cms
/wp:core-embed/twitter

ସେ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହି ଟିମ୍‌ରେ ଏନଡିଏମଏ, ସାର୍ବଜନୀନ ସ୍ଵାସ୍ଥ୍ୟ ବିଶେଷଜ୍ଞ, ସ୍ଵାସ୍ଥ୍ୟ ବିଭାଗ, ଉପଭୋକ୍ତା ବିଭାଗର ଅନେକ ଅଧିକାରୀ ସାମିଲ। ଆମର କାମ ରାଜ୍ୟରେ କୋଭିଡ-୧୯ କାରଣରୁ ଉପୁଜିଥିବା ଅବସ୍ଥାକୁ ଦେଖିବା ଓ ରାଜ୍ୟ ସରକାରଙ୍କୁ ସହାୟତା ଉପଲବ୍ଧ କରାଇବାର ଥିଲା। ଆମର ପଶ୍ଚିମବଙ୍ଗ ମୁଖ୍ୟ ସଚିବଙ୍କ ସହିତ ସୋମବାର ସନ୍ଧ୍ୟାରେ ବୈଠକ ହୋଇଥିଲା। ମୁଖ୍ୟ ସଚିବ କହିଥିଲେ ଯେ, ଆଜି ସକାଳେ ଆମ ସହ ବୈଠକ କରିବେ ଏବଂ ଏହା ପରେ ସ୍ଥିର ହେବ ଯେ, କେଉଁ ଅଞ୍ଚଳ ପରିଦର୍ଶନ କରାଯିବ। ମାତ୍ର ସଚିବଙ୍କ ପକ୍ଷରୁ ଆମକୁ କୁହାଗଲା ଯେ, କିଛି କାରଣ ପାଇଁ ଆମେ ଯାଇ ପାରିବୁ ନାହିଁ।

ପଶ୍ଚିମବଙ୍ଗର ଅବସ୍ଥା ଠିକ୍ ନୁହଁ

କେନ୍ଦ୍ର ସରକାର ଆଇଏମସିଟି ପଠାଇବା ନେଇ ପଶ୍ଚିମବଙ୍ଗ ସରକାରଙ୍କ ଚିଠି ଲେଖି ପତ୍ରରେ କହିଥିଲା ଯେ, ଏହା ସ୍ପଷ୍ଟ ଯେ,ପଶ୍ଚିମବଙ୍ଗରେ କୋଲକାତା, ହାଓ୍ଵାଡା, ପୂର୍ବ  ମେଦିନିପୁର, ଉତ୍ତର ୨୪ ପ୍ରଗଣା, ଦାର୍ଜିଲିଂ, କ୍ୟାଲିମପୋଙ୍ଗ ଓ ଜଳପାଇଗୁଡିର ଅବସ୍ଥା ଠିକ୍ ନୁହଁ। ପତ୍ରରେ ଏହା ମଧ୍ୟ କୁହାଯାଇଛି ଯେ,  ଏହି ଟିମ୍ ପରିସ୍ଥିତିର ସମୀକ୍ଷା କରି ଆବଶ୍ୟକ ପଡିଲେ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବେ ଏବଂ ନିଜର ରିପୋର୍ଟ କେନ୍ଦ୍ରକୁ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.