Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଦେଶରେ ଜୁନ ୩୦ ପର୍ଯ୍ୟନ୍ତ ବଳବତ୍ତର ରହିବ କରୋନା ଲାଗି ଜାରି ଜାତୀୟ ଗାଇଡଲାଇନ: କେନ୍ଦ୍ର ଗୃହମନ୍ତ୍ରାଳୟ

27/05/2021 at 10:13 PM

ନୂଆଦିଲ୍ଲୀ ୨୭।୫: କରୋନା ଦ୍ୱିତୀୟ ଲହରର ପ୍ରକୋପ ଦେଶରେ କମିଛି। ଏଣୁ କେତେକ ରାଜ୍ୟ ଆର୍ଥିକ ଗତିବିଧି ଆରମ୍ଭ କରିବାକୁ କରୋନା କଟକଣା କୋହଳ କରିବାକୁ ଯୋଜନା କରୁଛନ୍ତି। ତେବେ କେନ୍ଦ୍ର ଗୃହମନ୍ତ୍ରାଳୟ ସନ୍ଦର୍ଭରେ ଗୁରୁବାର ଏକ ସର୍କୁଲାର ଜାରି କରିଛନ୍ତି। ଗୃହ ସଚିବ ଅଜୟ ଭଲ୍ଲା ଏହି ମର୍ମରେ ଏକ ପତ୍ର ଲେଖିଥିବା ବେଳେ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ପ୍ରେରଣ କରିଛନ୍ତି। ଏଥିରେ ଏପ୍ରିଲ ୨୫ ତାରିଖରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ଜାରି କରିଥିବା ମାର୍ଗ ଦର୍ଶନ ୩୦ ଜୁନ ୨୦୨୧ ପର୍ଯ୍ୟନ୍ତ ପ୍ରଭାବୀ ରହିବ ବୋଲି ସୂଚିତ କରିଛନ୍ତି।

ପତ୍ରରେ କେନ୍ଦ୍ର ଗୃହ ସଚିବ ରାଜ୍ୟମାନଙ୍କୁ କଣ୍ଟେନମେଣ୍ଟ ଜୋନର ସୀମା ସ୍ଥିର କରିବାର ଅଧିକାର ପ୍ରଦାନ କରିଛନ୍ତି। ସେହିପରି ରାଜ୍ୟ ସରକାର ନିଜ କ୍ଷମତା ମଧ୍ୟରେ ଯଦି କାହାକୁ କୌଣସି ପ୍ରକାର କୋହଳ କରୁଥାନ୍ତି ତେବେ ବୁଝିବିଚାରୀ ନିଷ୍ପତ୍ତି ନିଅନ୍ତୁ ବୋଲି ସତର୍କ କରିଛନ୍ତି। କଟକଣା କୋହଳ କରୁଥିଲେ ପର୍ଯ୍ୟାୟକ୍ରମେ ଲାଗୁ କରିବାକୁ ଗୃହ ସଚିବ ପରାମର୍ଶ ଦେଇଛନ୍ତି।

ଭଲ୍ଲା ତାଙ୍କ ପତ୍ରରେ ଗତ ଦିନରେ ସଂକ୍ରମଣ ସଂଖ୍ୟା ହ୍ରାସ ଦେଖାଯାଉଥିଲେ ହେଁ ଦେଶରେ ଆକ୍ଟିଭ ମାମଲା ହାର ଏବେବି ଉଚ୍ଚ ଥିବା ରାଜ୍ୟ ମୁଖ୍ୟ ସଚିବଙ୍କୁ ସୂଚିତ କରିଛନ୍ତି। ଏଣୁ  ପରିସ୍ଥିତି ଉପରେ କଡ଼ା ନଜର ରଖିବାର ଆବଶ୍ୟକତା ଥିବା ଉଲ୍ଲେଖ କରିଛନ୍ତି। ସେହିପରି ଯେଉଁ ରାଜ୍ୟମାନଙ୍କରେ ଏବେବି ପଜିଟିଭିଟି ହାର ୧୦ ପ୍ରତିଶତରୁ ଅଧିକ ରହିଛି ଓ ହସ୍ପିଟାଲମାନଙ୍କରେ ୬୦ ପ୍ରତିଶତରୁ ଅଧିକ ବେଡ ଭରି ରହୁଛି ସେଭଳି କ୍ଷେତ୍ରରେ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନ ସମ୍ବେଦନଶୀଳ ଅଞ୍ଚଳ ଘୋଷଣା କରନ୍ତୁ ବୋଲି ଗୃହ ସଚିବ କହିଛନ୍ତି।

ଯେଉଁସବୁ ସ୍ଥାନରେ ସଂକ୍ରମଣ ହାର କ୍ରମାଗତ ବଢୁଛି ସେଠାରେ ସଂକ୍ରମଣର କାରଣ ଅଧ୍ୟାୟନ କରି ପରିସ୍ଥିତି ଆୟତ୍ତ ଲାଗି ପଦକ୍ଷେପ ନେବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛନ୍ତି। ପୂର୍ବୋତ୍ତର ରାଜ୍ୟମାନଙ୍କରେ ସଂକ୍ରମଣ ବଢୁଥିବାରୁ କେନ୍ଦ୍ର ଗୃହମନ୍ତ୍ରାଳୟ ଚିନ୍ତା ପ୍ରକଟ କରିଛନ୍ତି। ଏଣୁ ଯେଉଁ ରାଜ୍ୟମାନଙ୍କରେ କୋଭିଡ-୧୯ ମାମଲା ହାର ଅଧିକ ସେହି ରାଜ୍ୟମାନେ ନିଜ୍ ଟିମ୍‌ ଗଠନ କରି ଅଥବା କେନ୍ଦ୍ର ସରକାରଙ୍କ ଟିମ୍‌ ଡକାଇ ପରିସ୍ଥିତିର ଆକଳନ କରିବା ସହ ପଦକ୍ଷେପ ନେବା ନିମନ୍ତେ ପରାମର୍ଶ ଦେଇଛନ୍ତି।  

କେନ୍ଦ୍ର ସରକାର ଜାରି କରିଥିବା କଟକଣା ଗତ ମାସ ପରି ଚଳିତ ମାସରେ ମଧ୍ୟ ପ୍ରଭାବୀ ରହିଛି, ଯାହା ଆଗାମୀ ମାସ ଶେଷ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛନ୍ତି। ଏଥିରେ କୌଣସି ପରିବର୍ତ୍ତନ ହୋଇ ନାହିଁ। ଏଣୁ ରାଜ୍ୟମାନେ ଲାଗୁ କରିଥିବା ଲକଡାଉନ, ସଟଡାଉନ, କର୍ଫ୍ୟୁରେ କୌଣସି ପ୍ରକାର ପରିବର୍ତ୍ତନ ବା ଢିଲା କରିବା ଲାଗି ସମ୍ପୂର୍ଣ୍ଣ ଅଧିକାର ରାଜ୍ୟମାନଙ୍କ ଉପରେ ନ୍ୟସ୍ତ ରହିଛି। ତେବେ ସମ୍ପୃକ୍ତ ରାଜ୍ୟ ସରକାରମାନେ ଜାରି କଟକଣା କୋହଳ କରିବେ କି ନା ସେ ବାବଦେ ନିଷ୍ପତ୍ତି ନିଜେ ନେବେ ବୋଲି ଗୃହ ସଚିବ ସୂଚିତ କରିଛନ୍ତି।

   Related Posts