Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଦିଲ୍ଲୀରେ ଅର୍ଦ୍ଧସାମରିକ ବଳ ମୁତୟନ, ଉପଦ୍ରବୀଙ୍କୁ ଦୃଢହସ୍ତରେ ଦମନ ଲାଗି ପୋଲିସ କମିଶନରଙ୍କ ନିର୍ଦ୍ଦେଶ

26/01/2021 at 9:55 PM

ନୂଆଦିଲ୍ଲୀ ୨୬।୧: ଟ୍ରାକ୍ଟର ପରେଡ ବେଳେ ମଙ୍ଗଳବାର ରାଜଧାନୀ ଦିଲ୍ଲୀରେ ହିଂସାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବୈଠକ ଶେଷ ହୋଇଛି। ବୈଠକରେ ରାଜଧାନୀର ତୁରନ୍ତ ସମ୍ବେଦନଶୀଳ ସ୍ଥାନର ସୁରକ୍ଷା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିଲାଗି ରାଜଧାନୀର ବିଭିନ୍ନ ସ୍ଥାନରେ ୧୫ କମ୍ପାନୀ ଅର୍ଦ୍ଧସାମରିକ ବଳ ମୁତୟନ ହେବେ। 

ବୈଠକରେ ଦିଲ୍ଲୀ ପୋଲିସ କମିଶନର ମଧ୍ୟ ଯୋଗଦେଇଥିଲେ। ରାଷ୍ଟ୍ରୀୟ ରାଜଧାନୀରେ ଉପଦ୍ରବୀଙ୍କୁ ବଳ ପ୍ରୟୋଗ ପୂର୍ବକ ଦମନ କରିବାକୁ ବୈଠକ ପରେ ପୋଲିସ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଟ୍ରାକ୍ଟର ସହ ରାଜଧାନୀକୁ ପଶି ଆସିଥିବା ଚାଷୀ ନିଜନିଜ ସ୍ଥାନକୁ ଫେରିଗଲେଣି। ହେଲେ ଅନେକ ଏବେବି ଦିଲ୍ଲୀରେ ଅଛନ୍ତି। ଏଣୁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହୋଇଯାଇଛି।

ରାଜଧାନୀର ବର୍ତ୍ତମାନ ସ୍ଥିତିକୁ ଦେଖି ୧୫ କମ୍ପାନୀ ଅର୍ଦ୍ଧ ସାମରିକ ବଳ ମଗାଯାଇଛି। ଏଥିରେ ୧୦ କମ୍ପାନୀ ସିଆରପିଏଫ ଡକାଯାଇଥିବା ବେଳେ ୫ କମ୍ପାନୀ ଅନ୍ୟ ଅର୍ଦ୍ଧସାମରିକ ବଳ ଜବାନ ପହଞ୍ଚିଛନ୍ତି। ଏମାନଙ୍କୁ ନାଙ୍ଗଲୋଇ, ଆଇଟିଓ ଏବଂ ଗାଜିପୁରରେ ମୁତୟନ କରାଯିବ।

କେନ୍ଦ୍ର ଗୃହମନ୍ତ୍ରୀଙ୍କ ବୈଠକରେ ଗୁଇନ୍ଦା ମୁଖ୍ୟ, ଗୃହମନ୍ତ୍ରାଳୟଙ୍କ ବରିଷ୍ଠ ଅଧିକାରୀ ଓ ଦିଲ୍ଲୀ ପୋଲିସ କମିଶନର ଯୋଗଦେଇଥିଲେ। ଏଥିରେ ରାଜଧାନୀର ଦିଲ୍ଲୀର ଆଇନଶୃଙ୍ଖଳାକୁ ପ୍ରାଥମିକତା ଦିଆଯାଇଥିବା ବେଳେ ଉଲ୍ଲଂଘନକାରୀଙ୍କୁ କଡ଼ାହସ୍ତରେ ଦମନ ଲାଗି ନିର୍ଦ୍ଦେଶ ଦିଆଯାଇଛି।

   Related Posts