‘ପଦ୍ମ’ ପୁରସ୍କାର ନିମନ୍ତେ ରାଜ୍ୟମାନଙ୍କୁ କେନ୍ଦ୍ରର ନିର୍ଦ୍ଦେଶ, ପ୍ରତିଭାଶାଳୀ ବ୍ୟକ୍ତିଙ୍କ ଚୟନ ଲାଗି ଗଢାଯାଉ ସ୍ୱତନ୍ତ୍ର କମିଟି

Published By : Prameya-News7 Bureau | June 04, 2021 IST

ନୂଆଦିଲ୍ଲୀ ୪।୬: ଦେଶର ଶୀର୍ଷ ନାଗରିକ ସମ୍ମାନ ‘ପଦ୍ମ’ ପୁରସ୍କାର ଲାଗି କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଙ୍କୁ ପତ୍ର ଲେଖିଛନ୍ତି। ଏଥିରେ ସମ୍ମାନଜନକ ପୁରସ୍କାର ଲାଗି ଉପଯୁକ୍ତ ବ୍ୟକ୍ତିଙ୍କ ଚୟନ ନିମନ୍ତେ ସ୍ୱତନ୍ତ୍ର କମିଟି ଗଠନ କରିବାକୁ ପରାମର୍ଶ ଦେଇଛନ୍ତି। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ଲାଗି କେନ୍ଦ୍ର ସରକାର ପ୍ରତିବର୍ଷ ମର୍ଯ୍ୟଦାଜନକ ପଦ୍ମ ବିଭୂଷଣ, ପଦ୍ମଭୂଷଣ ଓ ପଦ୍ମ ଶ୍ରୀ ସମ୍ମାନ ପ୍ରଦାନ କରୁଛନ୍ତି। ତେବେ ଉତ୍କୃଷ୍ଟ ଯୋଗଦାନ ସତ୍ତ୍ୱେ ଏପର୍ଯ୍ୟନ୍ତ ଉପଯୁକ୍ତ ବ୍ୟକ୍ତି ଏହି ସମ୍ମାନରୁ ବଞ୍ଚିତ ରହିଛନ୍ତି। ଏଣୁ ସ୍ୱତନ୍ତ୍ର କମିଟି ଦ୍ୱାରା  ନାମାଙ୍କିତ କରାଗଲେ ଏଭଳି ସମସ୍ୟା ରହିବନି ବୋଲି ପତ୍ରରେ ଉଲ୍ଲେଖ ରହିଛି।

ନରେନ୍ଦ୍ର ମୋଦିଙ୍କ ସରକାର ଏପରି ଅନେକ ଲୋକଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତ କରିଛନ୍ତି ସମାଜ ଲାଗି ଯେଉଁମାନଙ୍କର ଉଲ୍ଲେଖନୀୟ ଯୋଗଦାନ ରହିଛି। ହେଲେ ଏପରି ବ୍ୟକ୍ତିତ୍ୱ କେବେ ଚର୍ଚ୍ଚାରେ ନଥାନ୍ତି। ଏଣୁ କେନ୍ଦ୍ର ଗୃହମନ୍ତ୍ରାଳୟ ଏହି ମର୍ମରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କର ମୁଖ୍ୟ ଶାସନ ସଚିବମାନଙ୍କୁ ପତ୍ର ଲେଖିଥିବା ବେଳେ ଏ ବାବଦେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

{"id":461533,"sizeSlug":"large","linkDestination":"none"}

୨୦୨୨ ଗଣତନ୍ତ୍ର ଦିବସ ପୂର୍ବ ସନ୍ଧ୍ୟାରେ ପ୍ରଦାନ କରାଯିବାକୁ ଥିବା ଏହି ସମ୍ମାନ ନିମନ୍ତେ ଜୁନ ୧ ତାରିଖରୁ ଅନଲାଇନ ପୋର୍ଟାଲରେ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଏଥିରେ ସେପ୍ଟେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଆବେଦନ କରାଯାଇପାରିବ। ଗୃହମନ୍ତ୍ରାଳୟ ସଚିବଙ୍କୁ ଲେଖିଥିବା ପତ୍ରରେ ଗତ କିଛି ବର୍ଷ ହେଲା ପୁରସ୍କାର ନିମନ୍ତେ ବହୁ ସଂଖ୍ୟାରେ ଆବେଦନ ମିଳୁଥିବା ସୂଚିତ କରିଛନ୍ତି। ହେଲେ ଦେଖାଯାଇଛି ଅନେକ ପ୍ରତିଭାବାନ ଲୋକଙ୍କ ଏଥିରେ ଆବେଦନ ହିଁ ନାହିଁ।

ସାଧରାଣତଃ ଏପରି ଲୋକେ ସାର୍ବଜନିକ ପ୍ରଚାରରୁ ଦୂରରେ ରହିବାକୁ ପସନ୍ଦ  କରନ୍ତି। ଏଣୁ ଏପରି ଲୋକଙ୍କ ସନ୍ଧାନ ଲାଗି ସମନ୍ୱିତ ପ୍ରୟାଶର ଆବଶ୍ୟକତା ରହିଛି। ଯାହା ଦ୍ୱାରା ସେମାନଙ୍କ ଉତ୍କୃଷ୍ଟତା ଓ ଉପଲବ୍ଧିକୁ ମାନ୍ୟତା ପ୍ରଦାନ କରାଯାଇ ପାରିବ ବୋଲି ଗୃହମନ୍ତ୍ରାଳୟ ଯୁଗ୍ମ ସଚିବ ଆର.କେ.ସିଂହ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି। ଏପରି ଲୋକଙ୍କୁ ପୁରସ୍କାର ନିମନ୍ତେ ନାମିତ କରି ଏହି ପୁରସ୍କାରର ସମ୍ମାନ ବୃଦ୍ଧି କରାଯାଇପାରିବ।

{"id":461535,"width":839,"height":471,"sizeSlug":"large","linkDestination":"none"}

ପଦ୍ମ ପୁରସ୍କାର ଦେଶର ଦ୍ୱିତୀୟ ଶୀର୍ଷ ବେସାମରିକ ପୁରସ୍କାର। ଏଣୁ ଏ ବିଷୟରେ ଗୁରୁତ୍ୱର ସହ ଚିନ୍ତା କରାଯିବାର ଆବଶ୍ୟକତା ରହିଛି। ଏଣୁ ଯେଉଁ ବ୍ୟକ୍ତିଙ୍କ ନାମ ସୁପାରିଶ କରାଯିବ ସେସମ୍ପୃକ୍ତ କ୍ଷେତ୍ରରେ ପୂର୍ବରୁ ରାଜ୍ୟ ଅଥବା ଜାତୀୟ ସ୍ତରରେ ଏପରି କୌଣସି ସମ୍ମାନରେ ସମ୍ବର୍ଦ୍ଧିତ ହୋଇଛନ୍ତି କି ନା ତାହା ମଧ୍ୟ ବିଚାରକୁ ନେବା ଆବଶ୍ୟକ ବୋଲି ଯୁଗ୍ମ ସଚିବ କହିଛନ୍ତି।

ଏ କ୍ଷେତ୍ରରେ ମହିଳା, ସମାଜର ଦୁର୍ବଳ ବର୍ଗରେ ଲୋକେ ଅନୁସୂଚିତ ଜାତି ଓ ଜନଜାତି ଓ ଦିବ୍ୟାଙ୍ଗ ବର୍ଗରେ ଥିବା ଅସାଧାରଣ ବ୍ୟକ୍ତିତ୍ୱଙ୍କ ସନ୍ଧାନ ମଧ୍ୟ କରାଯାଇପାରେ ବୋଲି ଉଲ୍ଲେଖ କରିଛନ୍ତି। ତେବେ ସବୁଠୁ ଯାହା ବଡ଼ କଥା ହେଉଛି ଏହି ପୁରସ୍କାର କେବେ ମରଣୋପରାନ୍ତ ଦିଆଯାଏନି। ବିଶେଷ କ୍ଷେତ୍ରରେ ସମ୍ବର୍ଦ୍ଧନା ଉତ୍ସବର ବର୍ଷକ ମଧ୍ୟରେ ଯଦି କେହାର ଦେହାବସାନ ହୋଇଥାଏ ସେପରି ବ୍ୟକ୍ତିତ୍ୱଙ୍କୁ ସମ୍ମାନ ଲାଗି ଗ୍ରହଣ କରାଯାଇପାରେ ବୋଲି ଯୁଗ୍ମ ସଚିବ ପତ୍ରରେ ସୂଚିତ କରିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.