ରାହୁଲଙ୍କ ନାଗରିକତାକୁ ନେଇ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ ନୋଟିସ ଜାରି କଲେ ଗୃହ ମନ୍ତ୍ରାଳୟ

Published By : Prameya-News7 Bureau | April 30, 2019 IST

ନୂଆଦିଲ୍ଲୀ ୩୦/୪ : ଲୋକସଭା ନିର୍ବାଚନ ମାହୋଲରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନାଗରିକତାକୁ ପ୍ରଶ୍ନ ଉଠିଛି | ଏ ସମ୍ପର୍କରେ ଗୃହ ମନ୍ତ୍ରାଳୟ ତରଫରୁ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରାଯାଇଛି | ରାହୁଲ ଗାନ୍ଧୀଙ୍କ ବ୍ରିଟିଶ ନାଗରିକତାକୁ ନେଇ ପ୍ରଶ୍ନ ଉଠିଛି ସେ ସମ୍ପର୍କରେ ସେ ସ୍ପଷ୍ଟ ତଥ୍ୟ ଦିଅନ୍ତୁ ବୋଲି ତାଙ୍କୁ ନୋଟିସ ଜାରି କରାଯାଇଛି | ୧୫ ଦିନ ମଧ୍ୟରେ ଜବାବ ରଖିବାକୁ ରାହୁଲଙ୍କୁ କୁହାଯାଇଛି | ଏହି ନୋଟିସକୁ ନେଇ କଂଗ୍ରେସ ନିଜ ପ୍ରତିକ୍ରିୟା ରଖି କହିଛି ଯେ, ରାହୁଲ ଗାନ୍ଧୀଙ୍କ ଜନ୍ମରୁ ଭାରତୀୟ ଏବଂ ଏହା ପୁରା ଦୁନିଆ ଜାଣିଛି |


ଭାରତୀୟ ଜନତା ପାର୍ଟିର ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ପରେ ଗୃହ ମନ୍ତ୍ରାଳୟ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରିଥିଲା | ୨୯ ତାରିଖରେ ନାଗରିକତା ନିର୍ଦେଶକ ବିଷି ଯୋଶୀ ରାହୁଲ ଗାନ୍ଧୀଙ୍କୁ ଏକ ନୋଟିସ ପଠାଇଥିଲେ | ନୋଟିସରେ ତାଙ୍କୁ ପଚରା ଯାଇଥିଲା, କମ୍ପାନୀର ଦସ୍ତାବିଜରେ ତାଙ୍କ ନାଗରିକତା ବ୍ରିଟିଶ ବୋଲି ଘୋଷଣା କରାଯାଇଛି | ନାଗରିକତାକୁ ନେଇ ଠିକ ତଥ୍ୟ ଦିଅନ୍ତୁ ବୋଲି ଯୋଶୀ କହିଥିଲେ |

{"id":108988}


ନୋଟିସରେ ଲେଖା ଯାଇଛି, " ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ଗୃହ ମନ୍ତ୍ରାଳୟକୁ କହିଛନ୍ତି ଯେ, ୨୦୦୩ ମସିହାରେ ଲଣ୍ଡନରେ ରେଜିଷ୍ଟର ହୋଇଥିବା Backops Limited ନାମକ କମ୍ପାନୀରେ ରାହୁଲ ଗାନ୍ଧୀ ନିର୍ଦେଶକ ଅଛନ୍ତି | ଏହାସହ ସେ ଏହି କମ୍ପାନୀର ସଚିବ ମଧ୍ୟ ଅଛନ୍ତି | ୨୦୦୫ ଓ ୨୦୦୬ ମସିହାରେ କମ୍ପାନୀ ଦ୍ୱାରା ଫାଇଲ କରାଯାଇଥିବା ବାର୍ଷିକ ରିଟର୍ନରେ ରାହୁଲ ଗାନ୍ଧୀଙ୍କ ଜନ୍ମ ତିଥି ୧୯୭୦ ମସିହା ଜୁନ ୧୯ ତାରିଖ ରହିଛି | ଏଥିରେ ରାହୁଲ ନିଜର ନାଗରିକତା ବ୍ରିଟିଶ ବୋଲି ଘୋଷଣା କରିଛନ୍ତି ବୋଲି କହିଥିଲେ ସୁବ୍ରମଣ୍ୟମ ସ୍ୱାମୀ" |


କଂଗ୍ରେସ ମିଡ଼ିଆ ପ୍ରଭରୁ ରଣଦୀପ ସୁରଜେଵାଲା କହିଛନ୍ତି ଯେ, ରାହୁଲ ଜନ୍ମରୁ ଭାରତୀୟ | ସେ ଅଭିଯୋଗ କରିଛନ୍ତି ଯେ ବିଜେପି ହାରିଯିବା ଭୟରେ ନାନା ଅଭିଯୋଗ କରୁଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.