Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ ଦିଗପହଣ୍ଡିରେ ଅପରାଧୀର ଛୁରା ମାଡରେ ଅପରାଧୀ ମୃତ
  • ||
  • ବାଙ୍କୀରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ବୋମାମାଡରେ ଜଣଙ୍କର ମୃତ୍ୟୁ
  • ||
  • କେନ୍ଦୁଝର ନୟାକୋଟରେ ସ୍ତ୍ରୀକୁ ଟାଙ୍ଗିଆରେ ହାଣିଲା ସ୍ବାମୀ
  • ||
  • ଗୁଜୁରାଟରେ ସ୍ତ୍ରୀକୁ ହତ୍ୟା ପରେ ଦୁଇ ସନ୍ତାନ ସହ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲେ ଯୁବକ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୬୯୫ କରୋନା ସଂକ୍ରମିତ
  • ||
  • ଆସୁଛି ଆଉ ଏକ ଲଘୁଚାପ ! ନଭେମ୍ବର ପହିଲାରୁ ପୁଣି ବର୍ଷାର ସମ୍ଭାବନା
  • ||
  • ଆମେରିକୀୟ ନୌସେନା ବିମାନ ଦୁର୍ଘଟଣାଗ୍ରସ୍ତ, ଦୁଇ ପାଇଲଟଙ୍କ ମୃତ୍ୟୁ
  • ||
  • ଭୁଆସୁଣୀ ଛକରେ ସିରିଜ୍ ଦୁର୍ଘଟଣା, ୨ ଗୁରୁତର
  • ||

ୱାଇ ସିକ୍ୟୁରିଟି ସହ ମୁମ୍ବାଇ ଯିବେ କଙ୍ଗନା,ଟ୍ୱିଟ୍ କରି ଅମିତ ଶାହଙ୍କୁ ଜଣାଇଲେ ଧନ୍ୟବାଦ

7/09/2020 at 12:18 PM

ନୂଆଦିଲ୍ଲୀ ୦୭/୦୯: ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କୁ ମିଳିଛି ଓ୍ବାଇ ଶ୍ରେଣୀ ସୁରକ୍ଷା। କେନ୍ଦ୍ର ଗୃହ ମନ୍ତ୍ରାଳୟ କଙ୍କନାଙ୍କୁ ଓ୍ବାଇ ସିକ୍ୟୁରିଟି ପ୍ରଦାନ କରିଛନ୍ତି। କଙ୍ଗନା ଓ ଶିବସେନା ନେତା ସଂଜୟ ରାଓ୍ବତଙ୍କ ମଧ୍ୟରେ ବାକଯୁଦ୍ଧ ଚାଲିଥିଲା। ସଂଜୟ ତାଙ୍କୁ ମୁମ୍ବାଇ ନ ଆସିବାକୁ ପରାମର୍ଶ ଦେଇଥିଲେ। ମାତ୍ର କଙ୍ଗନା ମୁମ୍ବାଇ ଆସିବେ ବୋଲି ତାଙ୍କୁ ଚାଲେଞ୍ଜ କରିଥିଲେ।

ଏବେ ତାଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ୍ବାଇ ସିକ୍ୟୁରିଟି ଦେବା ଫଇସଲା ନେଇଛନ୍ତି। ତାଙ୍କ ସୁରକ୍ଷାରେ ୧୧ ଯବାନ ନିଯୁକ୍ତ ରହିବେ। ସେଥିରେ ଜଣେ କି ଦୁଇ ଜଣ କମାଣ୍ଡର ଓ ବାକି ସମସ୍ତେ ପୋଲିସକର୍ମୀ ରହିବେ। କୁହାଯାଉଛି ସେପ୍ଟେମ୍ବର ୯ରେ କଙ୍ଗନା ମୁମ୍ବାଇ ପହଞ୍ଚିବା ମାତ୍ରେ ତାଙ୍କୁ ଓ୍ବାଇ ସିକ୍ୟୁରିଟି ମିଳିବ।

ଓ୍ବାଇ ସିକ୍ୟୁରିଟି ମିଳିବା ଖୁସିରେ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଟ୍ବିଟ୍ କରି ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି- ‘କୌଣସି ଦେଶଭକ୍ତର ସ୍ବରକୁ କେହି ଚାପି ଦେଇପାରିବେ ନାହିଁ, ଏହା ହେଉଛି ତରେ ପ୍ରମାଣ। ମୁଁ ଅମିତ ଜୀଙ୍କ ପାଖରେ କୃତଜ୍ଞ। ସେ ଚାହିଁଥିଲେ ଏଭଳି ପରିସ୍ଥିତିରେ ମୋତେ ମୁମ୍ବାଇ କିଛି ଦିନ ନ ଆସିବାକୁ ପରାମର୍ଶ ଦେଇପାରିଥାନ୍ତେ। ମାତ୍ର ସେ ଭାରତର ଗୋଟିଏ ଝିଅର ବଚନର ମାନକୁ ରଖିଛନ୍ତି। ଆମ ସ୍ବାଭିମାନ ଓ ଆତ୍ମ ସମ୍ମାନର ମାନ ରଖିଛନ୍ତି।’

ତେବେ ତାଙ୍କ ବାପା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ଜୟ ରାମ ଠାକୁରଙ୍କୁ କଙ୍ଗନାଙ୍କ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଚିଠି ଲେଖିଥିଲେ। ତା‘ପରେ ତାଙ୍କୁ  ଏ ସୁରକ୍ଷା ମିଳିଛି। ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ କଙ୍ଗନା ବହୁ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। ସେ ବଲିଉଡ୍ ମାଫିଆ, ନିପୋଟିଜମ ଓ ଏବେ ଡ୍ରଗ୍ସ ପ୍ରସଙ୍ଗରେ ଖୋଲାଖୋଲି ଆଲୋଚନା କରୁଛନ୍ତି। ବୟାନ ଯୋଗୁ କଙ୍ଗନାଙ୍କୁ ବଲିଉଡ ସେଲିବ୍ରିଟି ସମେତ କିଛି ରାଜନୈତିକ ଦଳର ଶିକାର ହେବାକୁ ପଡ଼ୁଛି।

   Related Posts