ବିଶ୍ଵ ବିଦ୍ୟାଳୟ ଏବଂ ଶିକ୍ଷା ଅନୁଷ୍ଠାନ ଲକ୍‌ଡାଉନ୍‌ରେ କରିବେ ପରୀକ୍ଷା, ଉଚ୍ଚ ଶିକ୍ଷା ବିଭାଗକୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସବୁଜ ସଙ୍କେତ

Published By : Prameya-News7 Bureau | July 06, 2020 IST

ନୂଆଦିଲ୍ଲୀ ୦୬।୦୭: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ବଡ ନିଷ୍ପତ୍ତି ନେଇ କରୋନା ମହାମାରୀ ସମୟରେ ପରୀକ୍ଷା ଆୟୋଜନକୁ ସବୁଜ ସଙ୍କେତ ଦେଇଛନ୍ତି। ଗୃହ ମନ୍ତ୍ରଣାଳୟ କେନ୍ଦ୍ରୀୟ ଉଚ୍ଚ ଶିକ୍ଷା ସଚିବଙ୍କୁ ଏକ ପତ୍ର ଲେଖି ବିଶ୍ଵ ବିଦ୍ୟାଳୟ ଓ ଶିକ୍ଷା ସଂସ୍ଥାରେ ପରୀକ୍ଷା ଆୟୋଜନ କରିବାକୁ ଅନୁମତି ଦେଇଛନ୍ତି।

ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୟୁଜିସିର ମାର୍ଗଦର୍ଶିକା ବା ଗାଇଡ୍‌ଲାଇନ୍ ‌ ଅନୁଯାୟୀ ଶେଷର ବର୍ଷର ପରୀକ୍ଷା ଜରୁରୀ ହେବ। ୟୁନିଭର୍ସିଟି କେନ୍ଦ୍ର ପରିବାର ଓ ସ୍ଵାସ୍ଥ୍ୟ କଲାଣ ମନ୍ତ୍ରଣାଳୟ ଦ୍ଵାରା ଅନୁମୋଦିତ ଷ୍ଟାଡାର୍ଡ ଅପରେଟିଂ ପ୍ରସିଜିୟର(SOP)  ଆଧାରରେ ପରୀକ୍ଷା ଆୟୋଜନ ହେବ।

wp:html /wp:html

ଗୃହ ମନ୍ତ୍ରଣାଳୟ ସଦ୍ୟତମ ଆଦେଶ ପରେ ଚଳିତ ମାସରେ  ପରୀକ୍ଷା ହୋଇପାରେ ଏବଂ ଖୁବ୍ ଶୀଘ୍ର ୟୁଜିସି ପକ୍ଷରୁ ତାରିଖର ଘୋଷଣା ହୋଇପାରେ। ଆଦେଶ ଅନୁସାରେ କେବଳ ଶେଷ ସେମିଷ୍ଟାରର ପରୀକ୍ଷା ହେବ।

ଉଲ୍ଲେଖଯୋଗ୍ୟ, କରୋନା ଭାଇରସ୍ ସଂକ୍ରମଣର ପ୍ରତିରୋଧ ଲାଗି ପ୍ରଥମ ଥର ମାର୍ଚ୍ଚ ୨୫ରେ ଲକ୍‌ଡାଉନ୍‌ ଲାଗୁ ହୋଇ୍‌ଥିଲା। ଏହା ପରଠୁ ଦେଶରେ ସବୁ ପ୍ରକାରର ପରୀକ୍ଷା ଆୟୋଜନ ଉପରେ ରୋକ୍ ଲଗାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.