Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମଙ୍ଗଳବାର କଥା ହେବେ ପୁଟିନ୍ ଓ ବାଇଡେନ୍, ୟୁକ୍ରେନ ହେବ ମୁଖ୍ୟ ପ୍ରସଙ୍ଗ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୨କୁ ବୃଦ୍ଧି
  • ||
  • ମାଆର ସାହସ ଆଗରେ ହାରିଲା ବାଘ, ନିଜ ପୁଅକୁ ମୃତ୍ୟୁ ମୁଖରୁ ଛଡାଇ ଆଣିଲେ ମହିଳା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୭୯୬ ମୃତ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୮୯ କରୋନା ସଂକ୍ରମିତ, ୧୦୫୦୨୪୯ରେ ପହଞ୍ଚିଲା ସଂଖ୍ୟା
  • ||
  • ୟୁକ୍ରେନ ଉପରେ ଆକ୍ରମଣ କରିବ ଋଷ ! ପୁଟିନଙ୍କ ଦେଢ ଲକ୍ଷରୁ ଅଧିକ ସୈନ୍ୟ ଅଛନ୍ତି ପ୍ରସ୍ତୁତ
  • ||
  • ଜାନୁଆରୀ-ଫେବୃଆରୀ ମଧ୍ୟରେ ଭାରତରେ ଆସିବ ତୃତୀୟ ଲହର, ଓମିକ୍ରନ୍ ସାଜିବ ବାହକ : ଦାବି କଲେ ବିଶେଷଜ୍ଞ
  • ||
  • ଚାଲିଥିଲା ଧାନ ଚୋରା ଚାଲାଣ, ୨୨୦ ବସ୍ତା ଜବତ କଲା ଯୋଗାଣ ବିଭାଗ
  • ||
  • ଜଓ୍ୱାଦ ଦୁର୍ବଳ, ଟଳିଲା ବଡ ବିପଦ : ପୁରୀଠୁ ୨୭୦ କିମି ଦୂରରେ କେନ୍ଦ୍ରୀଭୂତ
  • ||
  • ଜଗତସିଂହପୁରରେ ଲଗାଣ ବର୍ଷା, ଧାନ ଫସଲ କ୍ଷତିଗ୍ରସ୍ତ
  • ||

ଦେଶରେ କମିଛି ଦୁଷ୍କର୍ମ ଏବଂ ସାଂପ୍ରଦାୟିକ ଦଙ୍ଗା, ବିଢ଼ିଛି ବାଂଲାଦେଶୀ ଅନୁପ୍ରବେଶ: କେନ୍ଦ୍ର ଗୃହ ମନ୍ତ୍ରାଳୟ

10/03/2021 at 5:38 PM

ନୂଆଦିଲ୍ଲୀ ୧୦/୦୩: ଦେଶରେ ଦୁଷ୍କର୍ମ ଏବଂ ସାଂପ୍ରଦାୟିକ ଦଙ୍ଗା ଭଳି ମାମଲା କମିଛି। ଦୁଷ୍ମର୍ମ ସମେତ, ହତ୍ୟା ଏବଂ ଅପହରଣ ମାମଲା କମିଥିବା ଜଣାପଡ଼ିଛି। ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ୨୦୧୯ରେ ଦୁଷ୍କର୍ମର ୩୨,୦୩୩, ୨୮,୯୧୮ ହତ୍ୟା ମାମଲା ଏବଂ ୧,୦୫,୦୩୭ କିଡ୍‌ନାପ ମାମଲା ରୁଜୁ ହୋଇଛି । ସେହିଭଳି ୨୦୧୮ରେ ଏହି ସଂଖ୍ୟା ଯଥାକ୍ରମେ ୩୩,୩୫୬, ୨୯୦୧୭ ଏବଂ ୧,୦୫,୭୩୪ ଥିଲା।

ଏନେଇ ବୁଧବାର ରାଜ୍ୟସଭାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଲିଖିତ ଆକାରରେ ଜବାବ ଦିଆଯାଇଛି। ଅନ୍ୟପଟେ ରାଜ୍ୟସଭାରେ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ କହିଛନ୍ତି ରାଷ୍ଟ୍ରୀୟ ଅପରାଧ ରେକର୍ଡ ବ୍ୟୁରୋ ରିପୋର୍ଟ ଅନୁସାରେ ୨୦୧୯ରେ ସାଂପ୍ରଦାୟିକ ଦଙ୍ଗା ମାମଲା କମିଛି ।

ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୨୦୧୯ରେ ୪୪୦ ମାମଲା ରୁଜୁ ହୋଇଛି। ୨୦୧୮ରେ ଏହି ସଂଖ୍ୟା ୫୧୨ ଥିଲା। ଏହା ସହ ମିଳିଥିବା ଉତ୍ତର ଅନୁସାରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ସଂଖ୍ୟ ବଢ଼ିଛି । ୨୦୧୮ରୁ ୨୦୨୦ ମଧ୍ୟରେ ଭାରତକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିଥିବା ଲୋକଙ୍କ ମଧ୍ୟରେ ୧୧୬ ଜଣ ପାକିସ୍ତାନୀ, ୨,୮୧୨ ଜଣ ବାଂଲାଦେଶୀ ଏବଂ ମିଆଁମାରରୁ ୩୨୫ ଜଣଙ୍କୁ ଗିରଫ କରାଯାଇଛି ।

ସେପଟେ ଦେଶରେ ଚଳିତ ବର୍ଷ ଡିଜିଟାଲ ଜନଗଣନା ହେବ । ଏଥିପାଇଁ ୮୭୫୪.୨୩ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ ରାୟ ରାଜ୍ୟସଭାରେ କହିଛନ୍ତି।

   Related Posts