Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ, ବିଜେପି ବିଜୟ ସଂକଳ୍ପ ସମାବେଶରେ ଦେବେ ଯୋଗ

19/04/2019 at 8:57 AM

ଭୁବନେଶ୍ବର ୧୯|୪: ରାଜ୍ୟରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପାଇଁ ପ୍ରଚାର ଜୋରଦାର ହୋଇଛି । ବିଜେପିର ପୋଷ୍ଟର ବୟ ନରେନ୍ଦ୍ର ମୋଦିଙ୍କ ସହ ଅନ୍ୟ  କେନ୍ଦ୍ରମନ୍ତ୍ରୀମାନେ ଘନଘନ ଓଡିଶା ଗସ୍ତ କରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଅପିଲ କରୁଛନ୍ତି ।

ଏହି କ୍ରମରେ ଆଜି ଓଡିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ । ମୟୂରଭଞ୍ଜ, ନୟାଗଡ ଓ କଟକରେ ବିଜୟ ସଂକଳ୍ପ ସମାବେଶରେ ସେ ଯୋଗ ଦେବେ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ସହ ଭୋଟଭିକ୍ଷା ମଧ୍ୟ କରିବେ ରାଜନାଥ । ରାଜନାଥଙ୍କ ଗସ୍ତକୁ ଆଖି ଆଗରେ ରଖି କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ସେହିପରି ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ  ମୁକତାର ଆବାସ ନକଭୀ ଓ ସ୍ମୃତି ଇରାନୀ ଓଡିଶା ଆସିବାର କାର୍ଯ୍ୟକ୍ରମ ରହିଛି । ନକଭୀ କେନ୍ଦ୍ରାପଡା, ସାଲେପୁର ଓ ଭଦ୍ରକରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । କେବଳ ସେତିକି ନୁହେଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ୨୩ତାରିଖରେ କେନ୍ଦ୍ରାପଡା ଓ ବାଲେଶ୍ବରରେ ପ୍ରଚାର କରିବେ ।

   Related Posts