ନୂଆଦିଲ୍ଲୀ ୧୫।୦୭: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଥିଲା। ଦେଶରେ ମହାରାଷ୍ଟ୍ର ପରେ ଦିଲ୍ଲୀର ସ୍ଥିତି ବିଗିଡିବାରେ ଲାଗିଥିଲା। ଦୈନିକ ୩ ହଜାରରୁ ଉର୍ଦ୍ଧ୍ଵ ନୂତନ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଶହ ଶହ ସଂଖ୍ୟାରେ ମୁଣ୍ଡ ଗଡୁଥିଲା। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସମସ୍ତ ପ୍ରୟାସ ଓ ପଦକ୍ଷେପ କରୋନା ଉପରେ ବ୍ରେକ୍ ଲଗାଇ ପାରୁନଥିଲା। କେଜ୍ରିଓ୍ଵାଲଙ୍କ କରୋନା ନିୟନ୍ତ୍ରଣରେ ବିଫଳ ନେଇ ମଧ୍ୟ ରାଜନୀତି ଜୋର ଧରିଥିଲା। କରୋନା ଲଢେଇରେ ଦିଲ୍ଲୀ ସରକାର ବେପରୁଆ ମନୋଭାବ ପଷୋଣ କରୁଥିବା ଅଭିଯୋଗ ହୋଇଥିଲା।
ଦିଲ୍ଲୀ ସରକାରଙ୍କ ଦାୟିତ୍ଵହୀନତା ଆଭିମୁଖ୍ୟ ଜୁନ ୯ରେ ସେହି ସମୟରେ ସମସ୍ତ ସୀମା ଉଲ୍ଲଂଘନ କରିଥିଲା ଯେବେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଦିଲ୍ଲୀରେ ଜୁଲାଇ ଶେଷ ସୁଦ୍ଧା ସାଢେ ପାଞ୍ଚ ଲକ୍ଷ କରୋନା କେସ୍ ହେବାର ଭବିଷ୍ୟବାଣୀ କରିଥିଲେ। ଏହା ପୂରା ଏନସିଆରରେ ଭୟର ମାହୋଲ ଉତ୍ପନ କରିଥିଲା। କରୋନାର ମୁକାବିଲା ସଂପର୍କିତ ପଦକ୍ଷେପ ନେଇ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ରାଜନୀତି ମଧ୍ୟ ଜୋର ଧରିଥିଲା। ଶେଷରେ ଅନ୍ୟ ଉପାୟ ନପାଇଁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ କେନ୍ଦ୍ର ସରକାରଙ୍କ ଶରଣରେ ପଶିଥିଲେ।
ଏମିତି ଜଟିଳ ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଗୃହମନ୍ତ୍ରୀ ଅମିତ୍ ଶାହା କରୋନା ମୁକାବିଲାର ମଙ୍ଗ ସମ୍ଭାଳିଥିଲେ। ଜୁନ ୧୪ ପରେ ଅମିତ୍ ଶାହା ଗୋଟିଏ ପରେ ଗୋଟିଏ ଏମିତି ନିର୍ଣ୍ଣୟ ନେଲେ ଯାହା ଦିଲ୍ଲୀକୁ କରୋନା ଲଢେଇରେ ଏକ ଦିଗ ମିଳିଥିଲା। ଗୃହ ମନ୍ତ୍ରୀଙ୍କ ଦ୍ଵାରା ଗତ କିଛି ଦିନରେ କରୋନା ବିରୋଧୀ ଲଢେଇରେ ଦିଲ୍ଲୀକୁ ମଜବୁତ କରିବା ପାଇଁ ଏକ ଡର୍ଜନ ପଦକ୍ଷେପ ନେଇଛନ୍ତି।
ଅମିତ୍ ଶାହା ଜାରି ରାଜନୀତିର ଚିନ୍ତା ନକରି ଦିଲ୍ଲୀ ପ୍ରଶାସନର ତିନୋଟି ଅଙ୍ଗ ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଏମସିଡିକୁ ସାଙ୍ଗରେ ନେଇ ରଣନୀତି କରିବାର କାମ ଜୁନ ୧୪ ବୈଠକରେ ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ ଦିଲ୍ଲୀର ତିନି ପ୍ରମୁଖ ଦଳ ଆପ୍, କଂଗ୍ରେସ ଓ ବିଜେପି ନେତୃତ୍ଵଙ୍କ ବୈଠକ କରି ଏହି ଲଢେଇରେ ରାଜନୈତିକ ସହମତି ତିଆରି କରିବାରେ ସଫଳ ହୋଇଥିଲେ। ନୀତି ଆୟୋଗ ଭିକେ ପଲଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଗଲା। ଏହି କମିଟି କରୋନା ଲଢେଇର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହିତ କାର୍ଯ୍ୟକାରୀ କରାଉଛନ୍ତି। ଅମିତ୍ ଶାହା କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ସଂସ୍ଥା ଏବଂ ବ୍ୟକ୍ତିଙ୍କୁ କରୋନା ଲଢେଇରେ ସାହାଯ୍ୟ କରିବାକୁ ଅପିଲ୍ କରିଛନ୍ତି। ପରିଣାମସ୍ଵରୂପ ସ୍ଵାସ୍ଥ୍ୟମନ୍ତ୍ରଣାଳୟ ଅତିରିକ୍ତ ରେଳ ମନ୍ତ୍ରଣାଳୟ, ସେନା, ପାରା ମିଲିଟାରୀ ଫୋର୍ସେସ୍, ସମାଜସେବୀ ସଂସ୍ଥା, ଏମସିଡି ଓ ରାଜ୍ୟ ସରକାର ସବୁ ସ୍ତରର ଲୋକ ଆଜି ଦିଲ୍ଲୀ କରୋନା ଲଢେଇରେ ସ୍ଵତଃ ପ୍ରବୃତ ଭାବେ ଆଗକୁ ଆସୁଛନ୍ତି।
ଟେଷ୍ଟିଂ
କରୋନା ନିୟନ୍ତ୍ରଣରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂ ସବୁଠୁ ବଡ ଭୂମିକା ରହିଛି। କାରଣ ଯେ ପର୍ଯ୍ୟନ୍ତ ସମସ୍ୟାର ସଠିକ୍ ଆକଳନ ହେବ ନାହିଁ ସେ ପର୍ଯ୍ୟନ୍ତ ଏହାର ନିଦାନ ହୋଇ ପାରିବ ନାହିଁ। ଗୃହ ମନ୍ତ୍ରଣାଳୟ ଦାୟିତ୍ଵ ନେବା ପୂର୍ବରୁ ଦିଲ୍ଲୀରେ ଏପ୍ରିଲ ୧ ରୁ ଜୁନ ୧୪ ପର୍ଯ୍ୟନ୍ତ ମୋଟ୍ ୨.୯ ଲକ୍ଷ(ଦୈନିକ ୨୮୦୦ ଟେଷ୍ଟ) ହୋଇଥିଲା। ଯାହା ଫଳରେ ଦିଲ୍ଲୀରେ କରୋନା ଲଢେଇକୁ ସଫଳତା ମିଳୁନଥିଲା। କିନ୍ତୁ ଏବେ ଦିଲ୍ଲୀରେ ପ୍ରତିଦିନ ୨୦ ହଜାରରୁ ଅଧିକ ଟେଷ୍ଟ ହେଉଛି ଏବଂ ଜୁନ ୧୪ ରୁ ୩୦ ମଧ୍ୟରେ ୨.୪ ଲକ୍ଷରୁ ଅଧିକ ଲୋକଙ୍କ କରୋନା ଯାଞ୍ଚ କରାଯାଇଛି। ଏମିତିରେ ୯୦ ପ୍ରତିଶତରୁ ଅଧିକ ଟେଷ୍ଟ ସରକାରୀ ବ୍ୟବସ୍ଥାରେ ମାଗଣାରେ କରାଯାଉଛି। କିନ୍ତୁ ଘରୋଇ ଲ୍ୟାବ୍ରେ ଭିକେ ପଲଙ୍କ କମିଟିଙ୍କ ପ୍ରସ୍ତାବ କ୍ରମେ ଟେଷ୍ଟିଂ ଖର୍ଚ୍ଚ ୪୫୦୦ରୁ ହ୍ରାସ କରାଯାଇ ୨୪୦୦ କରାଯାଇଛି। ଏହା ବ୍ୟତୀତ ରାପିଡ ଟେଷ୍ଟିଂର ବ୍ୟବସ୍ଥା ମଧ୍ୟ କରାଯାଉଛି।
ଦିଲ୍ଲୀରେ କରୋନା ନିୟନ୍ତ୍ରଣ ପାଇଁ ଗୃହ ମନ୍ତ୍ରଣାଳୟ ଦ୍ଵାରା ନିଆଯାଇଥିବା ପଦକ୍ଷେପ
୧ – ବିଭିନ୍ନ ସଂସ୍ଥାକୁ ବିଶ୍ଵାସକୁ ନେଇ ଟିମ୍ ଗଠନ।
୨ – ଟେଷ୍ଟିଂ କ୍ଷମତା ବୃଦ୍ଧି।
୩ – କଣ୍ଟାକ୍ଟ ଟ୍ରେସିଂ ଓ କଣ୍ଟାକ୍ଟ ଜୋନ୍ର ଉନ୍ନତ ବ୍ୟବସ୍ଥା ଦ୍ଵାରା କରୋନା ସଂକ୍ରମଣର ପ୍ରତିରୋଧ।
୪ – ଡୋର ଟୁ ଡୋର ଓ ସେରମ ସର୍ବେକ୍ଷଣ।
୫ – କୋଭିଡ୍ ସେଣ୍ଟର ଓ କରୋନା ବେଡ୍ ବୃଦ୍ଧି।
୬ – ଚିକିତ୍ସା ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବା ସହ ଜନତାଙ୍କୁ ସୁହାଇବା ପରି ବ୍ୟବସ୍ଥା।
୭ – ଆବଶ୍ୟକ ସାମଗ୍ରୀ ଯଥା ଅକ୍ସିଜେନ ସିଲିଣ୍ଡର, ଭେଣ୍ଟିଲେଟର, ଅକ୍ସିମିଟର ଓ ଆମ୍ବୁଲାନ୍ସ ସଂଖ୍ୟା ବୃଦ୍ଧି।
୮ – ହୋମ ଆଇସୋଲେସନର ଉପଯୁକ୍ତ ରଣନୀତି।
୯ – ହସ୍ପିଟାଲର କନେକ୍ଟିଭିଟି ବ୍ୟବସ୍ଥା ସୁବିଧା।
୧୦ – ସିସିଟିଭି ଦ୍ଵାରା ମନିଟରିଂ, ଖାଇବା ବ୍ୟବସ୍ଥା ଓ କରୋନା ଯୋଦ୍ଧାଙ୍କ କାଉନସେଲିଂ ବ୍ୟବସ୍ଥା।
୧୧- ମୃତକଙ୍କ ସମ୍ମାନପୂର୍ବକ ଦାହ ସଂସ୍କାର।
୧୨ – ଏନସିଆର ପାଇଁ ସାଧାରଣ ରଣନୀତି ।