Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ‘ଜଓ୍ଵାଦ’ ପ୍ରଭାବ: ଆସନ୍ତାକାଲି ୧୯ ଜିଲ୍ଲାରେ ସ୍କୁଲ ଛୁଟି
  • ||
  • ରାଜଧାନୀ ଦିଲ୍ଲୀରେ ‘ଓମିକ୍ରନ’ ଆତଙ୍କ ! ବିଦେଶ ଫେରନ୍ତା ୧୨ ରୋଗୀ LNJPରେ ଭର୍ତ୍ତି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୩୯୧ ମୃତ
  • ||
  • ଓ୍ୱାଙ୍ଖଡେ ଟେଷ୍ଟରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ : ଫେରିଲେ ବିରାଟ, ଦେଖିବାକୁ ମିଳିବ ରୋମାଞ୍ଚକର ଫାଇଟ୍
  • ||
  • ପାଟଣା ରେଞ୍ଜରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ପାଚିଲା ଧାନ
  • ||
  • ଓଡିଶାରେ ବିରଳ ଘଟଣା : ଯୁବକଙ୍କ ପେଟରୁ ବାହାରିଲା ଭ୍ରୂଣ, ୫ ଘଣ୍ଟାର ଅପରେସନ ପରେ ବାହାର କଲେ ଡାକ୍ତର
  • ||
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଶୁକ୍ରବାର ୭୦୦ ବିଜେପି ନେତାଙ୍କ ମାଷ୍ଟରକ୍ଲାସ୍‌ ନେବେ ଅମିତ ଶାହା, ଜାଣନ୍ତୁ କାହିଁକି ?

10/11/2021 at 10:24 PM

ନୂଆଦିଲ୍ଲୀ ୧୦/୧୧: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଉତ୍ତରପ୍ରଦେଶର ବାରଣାସୀରେ ୭୦୦ ବିଜେପି ନେତାଙ୍କ ଶୁକ୍ରବାର ମାଷ୍ଟରକ୍ଲାସ୍‌ ନେବେ । ଏହା ସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଚାଲିଥିବା ପ୍ରସ୍ତୁତିର ସମୀକ୍ଷା ମଧ୍ୟ କରିବେ ଶାହା । ଏହି ବୈଠକରେ ସମସ୍ତ ୯୮ ଜିଲ୍ଲାଧ୍ୟକ୍ଷ ଏବଂ ଜିଲ୍ଲା ପ୍ରଭାରୀ, ସବୁ ୪୦୩ ବିଧାନସଭା ସିଟ୍‌ର ପ୍ରଭାରୀ, ୟୁପିରେ ଦଳର ୬ କ୍ଷେତ୍ରୀୟ ଅଧ୍ୟକ୍ଷ, ସମସ୍ତ ବରିଷ୍ଠ ପଦାଧିକାରୀ ବରଣାସୀ​‌ରେ ଏକଜୁଟ ହେବେ। ଉତ୍ତରପ୍ରଦେଶର ବିଜେପି ଉପାଧ୍ୟକ୍ଷ ବିଜୟ ବାହାଦୂର କହିଛନ୍ତି, ଏହି ମେଗା ମିଟିଂ ପାଇଁ ନଭେମ୍ବର ୧୨ ତାରିଖରେ ପାର୍ଟିର ରାଜ୍ୟ ସ୍ତରୀୟ ସମସ୍ତ ନେତା ବାରଣାସୀରେ ଉପସ୍ଥିତ ରହିବେ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ରାଜ୍ୟ ବିଜେପି ସଭାପତି ଦେବ ସିଂହ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୂରା ଟିମ୍‌ ବାରଣାସୀ ପହଞ୍ଚିବେ । ନଭେମ୍ବର ୧୨ରେ ଅମିତ ଶାହା ବାରଣାସୀ ପହଞ୍ଚିବା ପରେ ଏହି ବୈଠକ ଗୋଟିଏ ଦିନ ଚାଲିବ। ସେପଟେ ଆସନ୍ତା ମାସରୁ ଦଳର ‘ପରିବର୍ତ୍ତନ ଯାତ୍ରା’ର ଶୁଭାରମ୍ଭ ହୋଇପାରେ ବୋଲି ଶୁଣିବାକୁ ମିଳୁଛି ।

ନ୍ୟୁଜ୍‌ ୧୮ରେ ପ୍ରକାଶିତ ଖବର ମୁତାବିକ, ନଭେମ୍ବର ୧୩ ତାରିଖରେ ଏକ ରାଲି ପାଇଁ ଅମିତ ଶାହା ଅଖିଳେଶ ଯାଦବଙ୍କ ନିର୍ବାଚନ ମଣ୍ଡଳୀ ଆଜମଗଡ଼ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ସେହିଭଳି ନଭେମ୍ବର ୧୯-୨୧ ଅମିତ ଶାହା ଲକ୍ଷ୍ନୌରେ ରହିବେ। ସେଠାରେ ସେ ବାର୍ଷିକ ପ୍ରଧାନମନ୍ତ୍ରୀ ଡିଜିପି କନଫରେନ୍ସରେ ଅଂଶଗ୍ରହଣ କରିବେ ।  ଗତ ମାସରେ ଶାହା ଲକ୍ଷ୍ନୌ ଗସ୍ତ କରିଥିଲେ। ଏହି ସମୟରେ ବରିଷ୍ଠ ନେତାମାନଙ୍କ ସହ ବୈଠକ କରି ନିର୍ବାଚନୀ ପ୍ରସ୍ତୁତିର ସମୀକ୍ଷା କରିଥିଲେ ଅମିତ ଶାହା।

   Related Posts