ଲାଲ ବାହାଦୂର ଶାସ୍ତ୍ରୀଙ୍କ ପରେ ମୋଦୀ ଏମିତି ନେତା, ଯାହାଙ୍କ ଗୋଟିଏ ଅପିଲ୍‌ରେ ପୂରା ଦେଶ ଏକ ହୋଇ ଯାଇଛି: ଅମିତ୍ ଶାହା

Published By : Prameya-News7 Bureau | June 07, 2020 IST

ପାଟନା ୦୭।୦୬: ବିହାର ବିଧାନସଭା ନିର୍ବାଚନ ୨୦୨୦ ପାଇଁ ଭାରତୀୟ ଜନତା ପାର୍ଟି(ବିଜେପି) ନିର୍ବାଚନୀ ଶଙ୍ଖନାଦ କରିଛି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହା ରବିବାର ଭର୍ଚୁଆଲ ରାଲି ‘ବିହାର ଜନସମ୍ବାଦ’କୁ ସମ୍ବୋଧିତ କରିଛନ୍ତି। ଅମିତ୍ ଶାହା ରାଲିକୁ ସମ୍ବୋଧିତ କରି କହିଛନ୍ତି ଯେ, ଲାଲ୍ ବହାଦୂର ଶାସ୍ତ୍ରୀଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମିତି ଜଣେ ଏକମାତ୍ର ନେତା, ଯାହାଙ୍କ ଗୋଟିଏ ସ୍ଵରରେ ଲୋକେ ଏକ ହୋଇ ଘର  ଭିତରେ ରହି ଥାଳି ବଜାଇ ଦୀପ ପ୍ରଜ୍ଜ୍ଵଳନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଏହି ଭର୍ଚୁଆଲ ରାଲିକୁ ସମ୍ବୋଧିତ କରି କହିଛନ୍ତି ଦେଶରେ ଅନେକ ମହାମାରୀ ଆସିଛି, ସରକାର ଏହାର ମୁକାବିଲା କରିଛନ୍ତି। ଏବେ କରୋନା ଲଢେଇ ଦେଶ ପାଇଁ ଏମିତି ଏକ ଲଢେଇ ଯେଉଁଥିରେ ସରକାରଙ୍କ ସହିତ ଦେଶର ୧୩୦ କୋଟି  ଜନତା ପ୍ରଧାନମନ୍ତ୍ରୀଙ୍କ ସହିତ କାନ୍ଧରେ କାନ୍ଧ ମିଶାଇ କେବଳ ଲଢେଇ କରୁ ନାହାନ୍ତି ବରଂ ଚଟ୍ଟାଣ ପରି ମୋଦୀଙ୍କ ସହ ଛିଡା ହୋଇ ରହିଛନ୍ତି। ସେ କହିଛନ୍ତି ଯେଉଁ ବିକଶିତ ରାଜ୍ୟ ଅଛନ୍ତି, ସେଠାରେ ବିହାର ଶ୍ରମିକଙ୍କ ଝାଳବୁହା ପରିଶ୍ରମର ବାସ୍ନା ରହିଛି। ମୋଦୀ ସରକାର ପ୍ରବାସୀଙ୍କ ପାଇଁ ୧୧ ହଜାର କୋଟି ଟଙ୍କା ଦେଇଛନ୍ତି। କରୋନା ମହାମାରୀ ବେଳେ ଶ୍ରମିକ ଚାଲି ଚାଲି ଘରକୁ ଯିବା ଖବର ସାମ୍ନାକୁ ଆସିବା ପରେ ସେମାନଙ୍କ ଲାଗି ଗାଡି ବ୍ୟବସ୍ଥା କରାଯାଇଛି।

wp:core-embed/twitter {"url":"https://twitter.com/ANI/status/1269586836332003329","type":"rich","providerNameSlug":"twitter","className":""}
https://twitter.com/ANI/status/1269586836332003329
/wp:core-embed/twitter

ଶାହା କହିଛନ୍ତି ଦେଶର ଜରୁରୀକାଳୀନ ସମୟରେ ବି ବିହାର ଜନତା ଗଣତନ୍ତ୍ରକୁ ସ୍ଥାପିତ କରିବାର କାମ କରିଛନ୍ତି। ଏହି ମଞ୍ଚ ଜରିଆରେ ଆରଜେଡିକୁ କଟାକ୍ଷ କରି ଶାହା କହିଛନ୍ତି ସ୍ଵାଧୀନତାର ୬୦ ବର୍ଷ ପରେ ବି ଲୋକଙ୍କ ଘରେ ବିଜୁଳି ନଥିଲା। ସେମାନଙ୍କୁ ଲଣ୍ଠନ ଜାଳିବାକୁ ପଡୁଥିଲା। ମାତ୍ର ଏବେ ଲଣ୍ଠନ ଯୁଗ ଯାଇ ସାରିଛି ଏବଂ ଏଲଇଡି ବଲ୍‌ର ଜମାନା ଆସିଛି।

ଅମିତ୍ ଶାହା କହିଛନ୍ତି, କିଛି ଲୋକ ଏହି ରାଲିକୁ ବିହାରର ନିର୍ବାଚନ ସଭା କହୁଛନ୍ତି। ମୁଁ ଏମିତି ଲୋକଙ୍କୁ କହିବାକୁ ଚାହୁଁଛି ଏହାର ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ଆଗାମୀ ସମୟରେ ବିହାରରେ ନିର୍ବାଚନ ହେବାକୁ ଯାଉଛି। ଆମର ବିଶ୍ଵାସ ଯେ, ନୀତିଶ କୁମାରଙ୍କ ନେତୃତ୍ଵରେ ଏନଡିଏ ଦୁଇ ତୃତୀୟାଂଶ ବହୁମତ ସହ ସକରାର ଗଢିବ। ମାତ୍ର ସଂପ୍ରତି ରାଜନୀତି କରିବାର ସମୟ ନାହିଁ। କରୋନା ବିରୋଧରେ ଲଢିବାର ସମୟ। ଏଥିପାଇଁ ଏକଜୁଟ୍ ହୋଇ କରୋନା ବିରୋଧରେ ଲଢେଇ କରିବାର ଅଛି।

wp:core-embed/twitter {"url":"https://twitter.com/ANI/status/1269594679743397888","type":"rich","providerNameSlug":"twitter","className":""}
https://twitter.com/ANI/status/1269594679743397888
/wp:core-embed/twitter

ତେଜସ୍ଵୀଙ୍କ ନାମ ନେଇ ଶାହା କହିଛନ୍ତି, ବିହାରର ଜଣେ ନେତା ଶ୍ରମିକଙ୍କ ନେଇ ବୟାନ ଦେଉଥିଲେ। ସେ କୁହନ୍ତୁ ସେ କେଉଁଠିକାର, ଦିଲ୍ଲୀ ନା ବିହାରର। ବିହାରର ୪ କୋଟି ଲୋକଙ୍କ ମଧ୍ୟରେ ୫ ହଜାର ୭୨୦ କୋଟି ଟଙ୍କା ଡିବିଟି ମାଧ୍ୟମରେ ପଠାଯାଇଛି। ୬ ହଜାର କୋଟି ଟଙ୍କାର ଖାଦ୍ୟଶସ୍ୟ ବିହାରର ଗରିବଙ୍କ ଲାଗି ପଠାଯାଇଛି। ଶୀଘ୍ର ହିଁ ଗୋଟିଏ ଦେଶ, ଗୋଟିଏ ରାସନକାର୍ଡର ଫାଇଦା ବିହାରବାସୀଙ୍କୁ ମିଳିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.