୫୫ ବର୍ଷ ବୟସରେ ପଦାର୍ପଣ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା
22/10/2019 at 12:33 PM

ନୂଆଦିଲ୍ଲୀ ୨୨।୧୦: ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଜନ୍ମଦିନ। ଆଜି ସେ ୫୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ ଜରିଆରେ ଶୁଭେଚ୍ଛା ଜଣାଇଛନ୍ତି । କହିଛନ୍ତି,‘ କର୍ମଠ, ଅଭିଜ୍ଞ, କୁଶଳ ସଂଗଠକ ଏବଂ ମନ୍ତ୍ରିମଣ୍ଡଳରେ ମୋର ସହଯୋଗୀ ଅମିତ ଶାହାଙ୍କ ଜନ୍ମଦିନ ଅବସରରେ ଶୁଭେଚ୍ଛା ଜଣାଉଛି । ଭଗବାନ ତାଙ୍କୁ ଦୀର୍ଘାୟୁ କରନ୍ତୁ ଏବଂ ସର୍ବଦା ସୁସ୍ଥ ରଖନ୍ତୁ, ଏହା ହିଁ କାମନା କରୁଛି ।’
୧୯୬୪ ଅକ୍ଟୋବର ୨୨ରେ ମୁମ୍ବାଇର ଏକ ଗୁଜୁରାଟି ପରିବାରରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ରେ ମାତ୍ର ୧୬ ବର୍ଷ ବୟସରେ ସେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘରେ ଯୋଗ ଦେଇଥିଲେ ।
Related Posts
ଦିଲ୍ଲୀ ହିଂସା: ଉମର ଖାଲିଦକୁ ମିଳିଲା ଜାମିନ୍
15 April 2021