NPR ,NRC ଓ CAAକୁ ନେଇ ଏମିତି କହିଲେ ଅମିତ ଶାହା

Published By : Prameya-News7 Bureau | December 24, 2019 IST

ନୂଆଦିଲ୍ଲୀ ୨୪।୧୨:  ସାରାଦେଶରେ ନାଗରିକତା ସଂଶୋଧନ ବିଲ୍ (CAA) କୁ ନେଇ ଆନ୍ଦୋଳନ ଦେଖାଦେଇଛି । ସେପଟେ ଦେଶରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (NPR)କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । କିନ୍ତୁ ଦେଶବ୍ୟାପୀ ବିପକ୍ଷ ପ୍ରସଙ୍ଗରେ ମୁହିଁ ଗୃହମନ୍ତ୍ରୀ ଅମିତ ଶହା ଖୋଲିଛନ୍ତି ।

wp:core-embed/twitter {"url":"https://twitter.com/ANI/status/1209470785821130753","type":"rich","providerNameSlug":"twitter","className":""}
https://twitter.com/ANI/status/1209470785821130753
/wp:core-embed/twitter

ନାଗରିକତା ସଂଶୋଧନ ଆଇନ (CAA)କୁ ନେଇ ଦେଶ ବ୍ୟାପୀ ଚାଲିଥିବା ଆନ୍ଦୋଳନ ଏବଂ କ୍ୟାବିନେଟରେ ରାଷ୍ଟ୍ରୀୟ ଜନସଂଖ୍ୟା ରେଜିଷ୍ଟର (NPR)କୁ ମଞ୍ଜୁରୀ ପ୍ରସଙ୍ଗରେ ଗୃହମନ୍ତ୍ରୀ ଅମିତ ଶାହା ବକ୍ତବ୍ୟ ରଖିଛନ୍ତି ।  ଏଏନଆଇକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରରେ ଅମିତ ଶାହା କହିଛନ୍ତି ଯେ, ସେ ପଶ୍ଚିମବଙ୍ଗ ଓ କେରଳ ସରକାରଙ୍କୁ NPR ଲାଗୁ କରିବାକୁ ନିବେଦନ କରିଛନ୍ତି। ଗରିବଙ୍କ ସ୍ବାର୍ଥକୁ ଅଣଦେଖା କରି କେବଳ ରାଜନୀତି ପାଇଁ ଏହାକୁ ଲାଗୁ ନ କରିବା ନିଷ୍ପତ୍ତି ଭୁଲ୍ ବୋଲି କହିଛନ୍ତି ଶାହ। ଏଥିରେ କାହାରି ନାଁ ସାମିଲ ନ ହେଲେ ତାଙ୍କର ନାଗରିକତା ଉଚ୍ଛେଦ ହେବନାହିଁ । ସେହିପରି CAA ଦ୍ବାରା କାହାରି ନାଗରିକତା ଉଚ୍ଛେଦ ହେବନାହିଁ। ନାଗରିକତା ସଂଶୋଧନ ଆଇନ, ଏନ୍ ଆର୍ ସି ଓ ଏନ୍ ପିଆର୍ କୁ ନେଇ ବିରୋଧୀ କେବଳ ରାଜନୀତି କରୁଛନ୍ତି ବୋଲି କହିଛନ୍ତି ଶାହ। ଏନଆର୍‌ସି ପ୍ରସଙ୍ଗରେ ଏପର୍ଯ୍ୟନ୍ତ କେନ୍ଦ୍ର କ୍ୟାବିନେଟ୍  କିମ୍ବା ସଂସଦରେ କୌଣସି ଚର୍ଚ୍ଚା ହୋଇନାହିଁ। ଦେଶବ୍ୟାପୀ ଏହାକୁ ଲାଗୁ କରିବା ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ। କଂଗ୍ରେସ ୨୦୧୦ରେ ଏନ୍‌ପିଆର୍  ପ୍ରକ୍ରିୟା ଆରମ୍ଭ କରିଥିଲା। କିନ୍ତୁ ଏବେ ବିରୋଧ କରୁଛି । ବିଜେପି ଶାସିତ ରାଜ୍ୟରେ ମୁଖ୍ୟମନ୍ତ୍ରୀ NRC ଓ CAA ଆଇନ ଲାଗୁ କରିବା  ଲାଗି ନେଇ କୌଣସି ମତପାର୍ଥକ୍ୟ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.