Tuesday, October 15, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବିସିସିଆଇ ନିର୍ବାଚନ ଲଢିବେ ଗୃହମନ୍ତ୍ରୀ ଅମିତ ଶାହା !

ନୂଆଦିଲ୍ଲୀ ୧୪|୯: ବିସିସିଆଇ ନିର୍ବାଚନ ଲଢିବେ ଗୃହମନ୍ତ୍ରୀ ଅମିତ ଶାହା । ଅକ୍ଟୋବର ମାସରେ ହେବାକୁ ଥିବା ବିସିସିଆଇ ନିର୍ବାଚନରେ ଅମିତ ଶାହା ଲଢିବେ ବୋଲି ସୂଚନା ମିଳିଛି । ଦେଶର ଦ୍ବିତୀୟ କ୍ଷମତାଶାଳୀ ବ୍ୟକ୍ତି ଗୃହମନ୍ତ୍ରୀ ଅମିତ ଶାହ ଏହି ମଇଦାନରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବଂ ମିଡିଆ ବ୍ୟକ୍ତିତ୍ବ ରଜତ ଶର୍ମାଙ୍କ ନାମ ଖୋଲାଖୋଲି କୁହାଯାଇଥିବା ବେଳେ ଅମିତ ଶାହଙ୍କ ସମ୍ପର୍କରେ କିନ୍ତୁ କେହି ଏପର୍ଯ୍ୟନ୍ତ କହିନାହାନ୍ତି । ଶେଷ ଥର ପାଇଁ ୩ ବର୍ଷ ତଳେ ବିସିସିଆଇ ଏଜିଏମ୍ ଅନୁଷ୍ଠିତ ହୋଇଥିଲା।

429 Views

   ସମ୍ବନ୍ଧିତ ଖବର