ଭାରତୀୟ ଟିମକୁ ଅଭିନନ୍ଦନ ଜଣାଇଲେ ଗୃହମନ୍ତ୍ରୀ ଅମିତ ଶାହ : କହିଲେ ପାକିସ୍ତାନ ଉପରେ ଏହା ଭାରତର ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ

Published By : Prameya-News7 Bureau | June 17, 2019 IST

ନୂଆଦିଲ୍ଲୀ ୧୭/୬ : ଭାରତ ରବିବାର ଦିନ ୱାର୍ଲଡକପର ସବୁଠାରୁ ଚର୍ଚ୍ଚିତ ମୁକାବିଲା ତଥା ନିଜର ଚିର ପ୍ରତିଦ୍ବନ୍ଦୀ ପାକିସ୍ତାନକୁ ୮୯ ରନରେ ପରାସ୍ତ କରିଛି । ଏହି ଅବସରରେ ସାରା ଦୁନିଆଲୋକ ଟିମ ଇଣ୍ଡିଆକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଉଭୟ ଦେଶର ନେତାଙ୍କ ଠାରୁ ଆରମ୍ଭ କରି ଖେଳାଳି ସାମିଲ ଅଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଏବଂ ନିଜର ଖୁସି ବ୍ୟକ୍ତ କରି କହିଛନ୍ତି ଏହା ପାକିସ୍ତାନ ଉପରେ ଭାରତର ଆଉ ଏକ ସର୍ଜିକାଲ ଷ୍ଟ୍ରାଇକ ଥିଲା । 

{"id":123870}

ଇଂଲଣ୍ଡର ପୂର୍ବତନ ଅଧିନାୟକ ମାଇକଲ ୱାନ କହିଛନ୍ତି, ପାକିସ୍ତାନର ଖେଳ ଦେଖି ଜଣାପଡୁଛି ଯେମିତି ତାର ଦୁଇଜଣ ଖେଳାଳି, ଆମିର ଏବଂ ଆଜମ ହିଁ ଭାରତୀୟ ଦଳରେ ସାମିଲ ହୋଇପାରିବେ । କିନ୍ତୁ ତାଙ୍କୁ ବି ଭାରତୀୟ ଟିମରେ ସ୍ଥାନ ମିଳିଲାନାହିଁ । ଭାରତୀୟ ଟିମ ବହୁତ ଭଲ ପ୍ରଦର୍ଶନ କରିଛି । 

{"id":123872}

ସୁରକ୍ଷାମନ୍ତ୍ରୀ ରାଜନାଥ ସିଂହ, କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁ, ରେଳମନ୍ତ୍ରୀ ପିୟୁଷ ଗୋୟଲ ମଧ୍ୟ ଟିମ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି । ଅପରପକ୍ଷରେ ପାକିସ୍ତାନର ହାର ପରେ ଇମ୍ରାନ ଖାନ ସରକାରଙ୍କ ବୈଦେଶିକ ମନ୍ତ୍ରୀ ଶାହ ମେହମୁଦ କୁରେସି ଭାରତ ଓ ପାକିସ୍ତାନ ମଧ୍ୟରେ ଅଧିକ କ୍ରିକେଟ ମ୍ୟାଚ ରଖାଯିବ ପାଇଁ ପ୍ରସ୍ତାବ ଦେଇଛନ୍ତି । ସେ କହିଛନ୍ତି କ୍ରିକେଟ ଉପ ମହାଦ୍ଵୀପରେ ବହୁତ ଲୋକପ୍ରିୟ ଖେଳ । ସେଥିପାଇଁ ଉଭୟ ଟିମ ପରସ୍ପର ସହ ଅଧିକ ମ୍ୟାଚ ଖେଳିବା ଆବଶ୍ୟକ ।

{"id":123873}

ପାକିସ୍ତାନ ଆତଙ୍କବାଦକୁ ବୃଦ୍ଧି କରୁଥିବା ଯୋଗୁଁ ଭାରତ ପାଖାପାଖି ୬ ବର୍ଷ ହେଲା ପାକିସ୍ତାନ ସହ କୌଣସି ସିରିଜ ଖେଳିନାହିଁ ।

wp:core-embed/twitter {"url":"https://twitter.com/AnupamPKher/status/1140311279862734849","type":"rich","providerNameSlug":"twitter","className":""}
https://twitter.com/AnupamPKher/status/1140311279862734849
/wp:core-embed/twitter

ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦି ମଧ୍ୟ ଭାରତ ଟିମକୁ ଅଭିନନ୍ଦନ ଜଣାଇଛନ୍ତି । ଉଭୟ ଟିମ ବହୁତ ଭଲ ପ୍ରଦର୍ଶନ କରିଛନ୍ତି ବୋଲି ସେ କହିଛନ୍ତି ।

wp:core-embed/twitter {"url":"https://twitter.com/MumbaiPolice/status/1140170316833910784","type":"rich","providerNameSlug":"twitter","className":""}
https://twitter.com/MumbaiPolice/status/1140170316833910784
/wp:core-embed/twitter

ଅପରପକ୍ଷରେ ବଲିଉଡର ଅନେକ ତାରକା ଭାରତୀୟ ଟିମକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି । ରିତେଶ ଦେଶମୁଖ ଟ୍ୱିଟ କରି କହିଛନ୍ତି ଅଭିନନ୍ଦନ ହିନ୍ଦୁସ୍ତାନ । ଅଭିନେତା ଅନୁପମ ଖେର ଟ୍ୱିଟ କରି କହିଛନ୍ତି, ଆଜି ପାକିସ୍ତାନରେ ଅନେକ ଟିଭି ଭଂଗାଯିବ ।

wp:core-embed/twitter {"url":"https://twitter.com/MumbaiPolice/status/1140326279666737152","type":"rich","providerNameSlug":"twitter","className":""}
https://twitter.com/MumbaiPolice/status/1140326279666737152
/wp:core-embed/twitter

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.