‘ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ’ : ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉଚ୍ଚ ସ୍ତରୀୟ ବୈଠକ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | April 04, 2021 IST

ନୂଆଦିଲ୍ଲୀ ୦୪/୦୪ : ଛତିଶଗଡ ବିଜାପୁରରେ ୨୨ ଜଣ ଯବାଦ ଶହୀଦ ଘଟଣାକୁ ଗୁରୁତର ସହ ନେଇଛି ଗୃହ ବିଭାଗ । ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । ଗୃହମନ୍ତ୍ରୀ ଶାହା ଦିଲ୍ଲୀ ପହଞ୍ଚି MHA ଏବଂ CRPFର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଛନ୍ତି । ବୈଠକରେ ସ୍ପେଶାଲ ଡିଜି ସଞ୍ଜୟ ଚନ୍ଦର ଉପସ୍ଥିତ ଥିଲେ । ନକ୍ସଲମାନଙ୍କ ବିରୁଦ୍ଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ରଣନୀତି ତିଆରି କରାଯାଇପାରେ । ଆବଶ୍ୟକ ହେଲେ ଘଟଣାର ତଦନ୍ତ NIA ଦ୍ବାରା କରାଯାଇପାରେ । ଏହା ପୂର୍ବରୁ ଅମିତ ଶାହା କହିଥିଲେ ଯେ, ଦେଶର ଯବାନମାନଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ତେଣୁ ନକ୍ସଲମାନଙ୍କ ବିରୁଦ୍ଧରେ ଦୃଢକାର୍ଯ୍ୟାନୁଷ୍ଠାନ ନେବା ନେଇ ରଣନୀତି ଆରମ୍ଭ ହୋଇପାରେ ।

ସୂଚନାଯୋଗ୍ୟ, ବିଜେପି ନେତା ଅମିତ ଶାହା ଆସାମରେ ନିର୍ବାଚନୀ ରାଲିକୁ ସମ୍ବୋଧନ କରିବାର ଥିଲା । କିନ୍ତୁ ଛତିଶଗଡର ବିଜାପୁରରେ ନକ୍ସଲଙ୍କ ଲାଲ ତାଣ୍ଡବ ପରେ ନିର୍ବାଚନୀ ରାଲିକୁ ଅଧାରୁ ବାତିଲ କରି ଦିଲ୍ଲୀ ଫେରିଆସିଥିଲେ ଶାହା ।

wp:embed {"url":"https://twitter.com/ANI/status/1378705268318511105","type":"rich","providerNameSlug":"twitter","responsive":true,"className":""}
https://twitter.com/ANI/status/1378705268318511105
/wp:embed

ଛତିଶଗଡ଼ ସୁକମା ଓ ବିଜାପୁର ସୀମା ସ୍ଥିତ ଟେକଲଗୁଡା ଗାଁ ନିକଟରେ ନକ୍ସଲଙ୍କ ସହ ଗୁଳି ବିନିମୟରେ ୨୨ ଯବାନ ଶହୀଦ ହୋଇଥିଲେ। ଶହୀଦ ଯବାନଙ୍କ ଶବ ଏବେ ବି ସେଠାରେ ବିଭିନ୍ନ ସ୍ଥାନରେ ପଡ଼ିରହିଛି। ଏବେ ବି ୧୧ ଜଣ ଯବାନ ନିଖୋଜ ଅଛନ୍ତି। ପ୍ରଥମେ ୫ ଯବାନ ଶହୀଦ ହୋଇଥିବା ଖବର ଆସିଥିଲା। କିନ୍ତୁ ବର୍ତ୍ତମାନ ଏହି ସଂଖ୍ୟା ବଢି ୨୨ ହୋଇଛି। ତେବେ ଶହୀଦ ଯବାନଙ୍କ ସଂଖ୍ୟା ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।

ମାମଲାରେ ୩୨ ଯବାନ ଆହତ ହୋଇଛନ୍ତି। ବିଜାପୁର ହସ୍ପିଟାଲରେ ୨୫ ଯବାନଙ୍କ ଚିକିତ୍ସା ଚାଲିଛି। ଛତିଶଗଡ଼ ପୋଲିସ ଗୁଳି ବିନିମୟରେ ୧୯ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ଦାବି କରିଛି। ପୋଲିସ ଅଧିକାରୀଙ୍କ ଅନୁଯାୟୀ, ଘଟଣାସ୍ଥଳରୁ ଜଣେ ମହିଳା ନକ୍ସଲଙ୍କ ଶବ ମଧ୍ୟ ଉଦ୍ଧାର ହୋଇଛି।

ବିଜାପୁରରେ ନିଖୋଜ ଯବାନଙ୍କ ତଲାସୀ ଅଭିଯାନ ଜୋରସୋରରେ ଚାଲିଛି। ୬୦୦ ଯବାନଙ୍କ ବାଟାଲିୟନ ଏକ ନମ୍ବର ସ୍ଥାନକୁ ଯାଇଛି। ଏହି ଅଞ୍ଚଳ ରକ୍ତମୁଖ ନକ୍ସଲଙ୍କ ହିଡମା ଗଡ। ସେଥିପାଇଁ ପୁଣି ଏନକାଉଣ୍ଟର ହୋଇପାରେ ବୋଲି ଆଶଙ୍କା କରାଯାଉଛି। ମାମଲାରେ କେନ୍ଦ୍ର ସରକାର ନଜର ରଖିଛନ୍ତି। ଶୁକ୍ରବାର ରାତିରେ ବିଜାପୁର ଓ ସୁକମା ଜିଲ୍ଲାର କେନ୍ଦ୍ର ରିଜର୍ଭ ପୋଲିସ ବଳର କୋବ୍ରା ବାଟାଲିୟନ, ଡିଆରଜି ଓ ଏସଟିଏଫ ଦଳଙ୍କୁ ନକ୍ସଲ ବିରୋଧୀ ଅଭିଯାନ ପାଇଁ ପଠାଯାଇଥିଲା। ନକ୍ସଲ ବିରୋଧୀ ଅଭିଯାନରେ ବିଜାପୁର ଜିଲ୍ଲାର ଉସୁର, ସୁକମା, ମୀନପା, ତରେମ, ନରସାପୁରମର ପାଖାପାଖି ୨ ହଜାର ଯବାନ ସାମିଲ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.