ପୁଣି ହେବ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ! ଯଦି ପାକିସ୍ତାନ ନମାନେ ତେବେ ପୁଣି ଭାରତ ନେବ ଆକ୍ସନ: ଅମିତ୍‌ ଶାହ

Published By : Prameya-News7 Bureau | October 14, 2021 IST

ଗୋଆ, ୧୪/୧୦: ଦିନକୁ ଦିନ ଭାରତ ଏବଂ ପାକିସ୍ତାନ ସଂପର୍କ ତିକ୍ତ ହେବାରେ ଲାଗିଛି । ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ନିକଟ ଅତୀତରେ ଭାରତକୁ ନେଇ ଦେଉଥିବା ବୟାନ ସବୁ ଚର୍ଚ୍ଚାର ବିଷୟ ପାଲଟିଛି । ଏହାକୁ ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହ ପାକିସ୍ତାନକୁ ତାଗିଦ୍‌ କରିଛନ୍ତି । ଯଦି ପାକିସ୍ତାନ କାଶ୍ମୀରରେ ସାଧାରଣ ଲୋକଙ୍କୁ ହତ୍ୟା କରିବା ପାଇଁ ପ୍ରୋତ୍ସହନ ଯୋଗାଇବା ଏବଂ ଅପରାଧ ଘଟଇବା ଭଳି କାର୍ଯ୍ୟକଳାପକୁ ବନ୍ଦ ନକରେ ତେବେ ଭାରତ ତାର ଶକ୍ତି ପ୍ରଦର୍ଶନ କରିବ । ପୁଣିଥରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିବାକୁ ଭାରତ ପଛାଇବ ନାହିଁ । ଭାରତ ଅତଙ୍କବାଦକୁ ନିରବରେ ସହିପାରିବ ନାହିଁ ।  ଆଉ ଏହି ଷ୍ଟ୍ରାଇକ୍‌ ଭାରତର ପରାକ୍ରମକୁ ପୁଣି ପାକିସ୍ତାନ ଆଗରେ ତାର ପରିଚୟ ଚେତାଇ ଦେବ ବୋଲି ସେ କହିଛନ୍ତି ।

wp:html /wp:html

ଗୋଆର ଧରବନ୍ଦୋରାସ୍ଥିତ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟିର ଭିତ୍ତିପ୍ରସ୍ତର ସ୍ଥାପନ ଉତ୍ସବରେ ଅମିତ୍‌ ଶାହ ଯୋଗ ଦେଇ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ ଏବଂ ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କ ସମୟରେ ହୋଇଥିବା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା । ଆମେ ଆମର ସୀମାରେ ଶାନ୍ତି ବଜାୟ ରଖିବା ପାଇଁ ପ୍ରୟାସ କରୁଛୁ । ହେଲେ ସେତେବେଳେ କଥାବର୍ତ୍ତା ହେବାର ସମୟ ଥିଲା । କିନ୍ତୁ ବର୍ତ୍ତମାନ ହେଉଛି ମୁହଁତୋଡ଼ ଜବାବ ଦେବାର ସମୟ ବୋଲି ସେ କହିଛନ୍ତି ।

୨୦୧୬ ମସିହାରେ ଉରି ସେକ୍ଟର, ପଠାନକୋଟ୍‌ ଏବଂ ଗୁର୍‌ଦାସପୁରରେ ହୋଇଥିବା ଆାତଙ୍କବାଦୀ ଆକ୍ରମର ପ୍ରତିଶୋଧ ସ୍ୱରୂପ ପାକିସ୍ତାନ ଉପରେ ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିଲା ଭାରତ । ଯେଉଁଥିରେ ଆତଙ୍କୀଙ୍କ ଅନେକ କ୍ୟାମ୍ପ ଉଡ଼ି ଯାଇଥିଲା ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.