ଘରେ ତିଆରି କରନ୍ତୁ ଆୟୁଷ ମନ୍ତ୍ରାଳୟ ବତାଇଥିବା ଚ୍ୟବନପ୍ରାସ : ବଢିବ ପ୍ରତିରୋଧକ କ୍ଷମତା

Published By : Prameya-News7 Bureau | April 26, 2020 IST

ନୂଆଦିଲ୍ଲୀ ୨୬/୦୪ : ଯେକୌଣସି ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶରୀରର ପ୍ରତିରୋଧକ କ୍ଷମତା ମଜବୁତ ହେବା ଆବଶ୍ୟକ | ଶରୀରର ପ୍ରତିରୋଧକ କ୍ଷମତା ଯେତେ ମଜବୁତ ହେବ ରୋଗ, ସଂକ୍ରମଣ ସେତିକି ଦୁରେଇ ରହିବେ | ପ୍ରତିରୋଧକ କ୍ଷମତା ମଜବୁତ କରିବା ପାଇଁ ପୁଷ୍ଟିକର ଖାଦ୍ୟ ଖାଇବା ନିହାତି ଆବଶ୍ୟକ | ଏହାଛଡା ଶାରୀରିକ ପରିଶ୍ରମ, ବ୍ୟାୟାମ ଏବଂ ଯୋଗ ମଧ୍ୟ କରିବା ଉଚିତ | ଚ୍ୟବନପ୍ରାସ ଖାଇଲେ ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି ପାଇଥାଏ |

ଆୟୁଷ ମନ୍ତ୍ରାଳୟ ବିଭିନ୍ନ ସଂକ୍ରମଣରୁ ରକ୍ଷା ପାଇବ ପାଇଁ ଚ୍ୟବନପ୍ରାସ ସେବନ କରିବାକୁ ନିର୍ଦେଶ ଦେଇଛନ୍ତି | ଆୟୁଷ ମନ୍ତ୍ରାଳୟ ଅନୁଯାୟୀ, ଦିନକୁ ଦୁଇ ଚାମଚ ଚ୍ୟବନପ୍ରାସ ଶରୀର ପକ୍ଷେ ଅତ୍ୟନ୍ତ ଲାଭଦାୟକ | ବଜାରରେ ଅନେକ ପ୍ରକାର ଚ୍ୟବନପ୍ରାସ ଉପଲବ୍ଧ | କିନ୍ତୁ ଯଦି ଏହା ଘରେ ତିଆରି କରାଯାଏ ତାହେଲେ ଅଧିକ ଫଳଦାୟୀ | ଆୟୁର୍ବେଦ ଅନୁସାରେ ଚ୍ୟବନପ୍ରାସରେ ଅଧିକ ମାତ୍ରାରେ ଅଁଳା, କିସମିସ ଓ ଖଜୁରୀ ମହଜୂତ ଥାଏ | ଏ ସମସ୍ତ ଭିଟାମିନ-ସି ରେ ଭରପୁର | ଭିଟାମିନ-ସି ଶରୀରରେ ପ୍ରତିରୋଧକ କ୍ଷମତା ବୃଦ୍ଧି କରିଥାଏ ଏବଂ ମେଟାବୋଲିଯିମରେ ସୁଧାର ଆଣିଥାଏ |

{"id":260417,"width":579,"height":434,"sizeSlug":"large"}

ଚ୍ୟବନପ୍ରାସରେ ଥିବା ଆୟୁର୍ବେଦିକ ମସଲା ଏବଂ ଜଡିବୁଟି ଶରୀରକୁ ଅନେକ ରୋଗ ଓ ସଂକ୍ରମଣରୁ ରକ୍ଷା କରିଥାଏ |ଚ୍ୟବନପ୍ରାସ ଖାଇବାରେ ମଧ୍ୟ ବହୁତ ସ୍ୱାଦିଷ୍ଟ | ଚ୍ୟବନପ୍ରାସ ସବୁ ବୟସ ପାଇଁ ଉପଯୁକ୍ତ |ଘରେ କିଭଳି ତିଆରି କରିପାରିବେ ଚ୍ୟବନପ୍ରାସ ଜାଣନ୍ତୁ :

ଘରେ ଚ୍ୟବନପ୍ରାସ ତିଆରି କରିବା ପାଇଁ ଅଁଳା, ଖଜୁର, ଗୁଆ ଘିଅ, କିସମିସ, ଗୁଡ, ତେଜପତ୍ର, ଡାଲଚିନି, ଅଦା, ଜାଇଫଳ ଗୁଣ୍ଡ, ଗୁଜୁରାତି, ଲବଙ୍ଗ, ଗୋଲ ମରିଚ, କେଶର, ଜିରା, ଚକ୍ରଫୁଲ, ଗୁଜବେରି ଆଦି ବ୍ୟବହାର କରାଯାଇଥାଏ | ପ୍ରଥମେ ଏହିସବୁ ମସଲାକୁ ଗୁଣ୍ଡ କରିବେ | ତାପରେ ଗୁଜବେରିକୁ ଵାଲା ଭାବେ ଧୋଇ ସିଝାଇ ଦେବେ | ଅଁଳା, କିସମିସ ଓ ଖଜୁରୀକୁ ମଧ୍ୟ ସିଝାଇ ଦେବେ | ଏହାପରେ ସବୁକୁ ୧୦ ମିନିଟ ପାଇଁ ଥଣ୍ଡା ହେବା ପାଇଁ ଛାଡ଼ିଦେବେ | ଥଣ୍ଡା ହେବା ପରେ ଏହା ନରମ ହୋଇଯିବ |

{"id":260418,"width":582,"height":306,"sizeSlug":"large"}

ଗୁଜବେରିକୁ ପାଣିରୁ କାଢି ଛୋଟ ଛୋଟ କରି କାଟିଦେବେ | ଏଥିରେ ଅଁଳା, କିସମିସ, ଖଜୁରୀକୁ ମିଶି ଗ୍ରାଇଣ୍ଡରରେ ଗ୍ରାଇଣ୍ଡ କରି ପେଷ୍ଟ ତିଆରି କରିବେ | ପେଷ୍ଟରେ ପାଣି ଅଧିକ ନଦେଇ ଅଳ୍ପ ଟିକେ ଦେବେ | ଏହାପରେ ଏକ କଡେଇରେ ଗୁଆ ଘିଅ ଗରମ କରି ସେଥିରେ ଗୁଡ ମିସାଇବେ | ଗୁଡ ସମ୍ପୂର୍ଣ ଭାବେ ନ ମିଶିବା ଯାଏଁ ତାକୁ ଘାଣ୍ଟିବେ | ଗୁଡ ଭଲ ଭାବେ ତରଳି ଗଲାପରେ ଅଁଳା ଓ ଗୁଜବେରି ପେଷ୍ଟକୁ ଏଥିରେ ମିଶାଇ  ଘାଣ୍ଟିବେ | ଅଳ୍ପ ଆଞ୍ଚରେ ଏହାକୁ ପାଖାପାଖି ୫ ମିନିଟ ରାନ୍ଧିବେ |

ବର୍ତ୍ତମାନ ଏହି ପେଷ୍ଟରେ ଗୁଣ୍ଡ କରି ରଖିଥିବା ମସଲା ମିଶାଇ ତାକୁ ପୁଣି ୩ ରୁ ୪ ମିନିଟ ରାନ୍ଧିବେ | ଧୀରେ ଧୀରେ ପେଷ୍ଟ ଆହୁରି କାଠୁଆ ହୋଇଯିବ | ପେଷ୍ଟ କାଠୁଆ ହେବା ପରେ ଗ୍ୟାସ ବନ୍ଦ କରି ଏହାକୁ ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ | ଆପଣଙ୍କ ହୋମ ମେଡ଼ ଚ୍ୟବନପ୍ରାସ ପ୍ରସ୍ତୁତ ହୋଇଗଲା | ଏହାକୁ ଏକ ଏୟାର ଟାଇଟ କଣ୍ଟେନରରେ ସାଇତି ରଖି ପ୍ରତିଦିନ ସେବନ କରନ୍ତୁ ଏବଂ ରୋଗ ପ୍ରତିରୋଧକ କ୍ଷମତା ବଢ଼ାନ୍ତୁ | 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.