ହଟହଟା ହେଉଛନ୍ତି ପୁଲିଂ କର୍ମଚାରୀ, ରହିବାକୁ ଯାଗା ନାହିଁ, ୩୦୦ଜଣଙ୍କ ଶୌଚ ପାଇଁ ଗୋଟିଏ ପାଇଖାନା

Published By : Prameya-News7 Bureau | April 26, 2019 IST

ବାଲେଶ୍ବର ୨୬|୪: ହଟହଟା ହେଲେ ପୁଲିଂ ଡ୍ୟୁଟିରେ ଆସିଥିବା ପୋଲିସ କର୍ମଚାରୀ । କିଏ ବସରେ ତ ଆଉ  କିଏ ଖୋଲା ଆକାଶ ତଳେ କାଟିଲେ ରାତି । ଆସନ୍ତା ୨୯ରେ  ନିର୍ବାଚନ ଥିବାରୁ ଅନ୍ୟ ଜିଲ୍ଲାରୁ ପୁଲିସ କର୍ମଚାରୀ ଆସି ବାଲେଶ୍ବରରେ ପହଞ୍ଚିଛନ୍ତି । ହେଲେ ସେମାନଙ୍କ ପାଇଁ ସେଠାରେ ନାହିଁ କୌଣସି ମୌଳିକ ସୁବିଧା । ଯାହାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି । 

{"id":107710}

ପୁଲିଂ ଡ୍ୟୁଟିରେ ଆସି ହଟହଟା ପୋଲିସ କର୍ମଚାରୀ । ଆସନ୍ତା ୨୯ରେ ବାଲେଶ୍ବରରେ ନିର୍ବାଚନ ହେବାକୁ ଥିବା ବେଳେ ଖୋର୍ଦ୍ଧାରୁ ପାଖାପାଖି ୪୦ ଅଧିକ ହୋମଗାର୍ଡ ଗତକାଲି ରାତିରେ ଆସି ସହଦେବଖୁଣ୍ଡାରେ ଥିବା ମ୍ୟୁନିସିପାଲଟି ନୋଡାଲ୍ ସ୍କୁଲରେ ପହଞ୍ଚିଥିଲେ । କିନ୍ତୁ ସେମାନଙ୍କୁ ଥଇଥାନ କରିବାକୁ ସେଠାରେ କୌଣସି ପ୍ରଶାସନିକ ଅଧିକାରୀ ନଥିଲେ । କି ସେମାନଙ୍କୁ ରୁମ୍ ମିଳିନଥିଲା ।

{"id":107711}

ରାତି ସାରା ସ୍କୁଲ ବାରଣ୍ଡା ଓ ବସରେ ପଡି ରହିଥିଲେ ନିର୍ବାଚନ କର୍ମଚାରୀ । ଆଜି ସକାଳୁ ସେମାନଙ୍କୁ ଗୋଟିଏ ହଲ୍ ମିଳିଥିଲା । ଯେଉଁଠି ୨୦ ରୁ ୨୫ ଜଣ ରହିବା ବି ଅସମ୍ଭବ । କାରଣ ସେଠାରେ ଥିବା  ଅନ୍ୟ ରୁମ୍ ଗୁଡିକରେ କର୍ମଚାରୀ ମାନେ ପୂର୍ବରୁ ଥଇଥାନ ହୋଇସାରିଛନ୍ତି । ଏହାକୁ ନେଇ ନିର୍ବାଚନ କର୍ମଚାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

{"id":107712}

ଖରା ସାଙ୍ଗକୁ ଗଳୁଗୁଳି ଲାଗି ରହିଥିବା ବେଳେ ଏତେ କର୍ମଚାରୀଙ୍କ ପାଇଁ ରହିଛି ମାତ୍ର ଗୋଟିଏ ଫ୍ୟାନ । ସ୍କୁଲ ପରିସରରେ ୨ଟି ନଳକୁପ ରହିଛି, ହେଲେ ତାର ପାଣି ପିଇବା ଉପଯୋଗୀ ନୁହେଁ । ଖାଲି ସେତିକି ନୁହେଁ ୩୦୦ ଲୋକଙ୍କ ପାଇଁ ମାତ୍ର ଗୋଟିଏ ପାଇଖାନା ରହିଛି । ଫଳରେ ସମୟରେ ଡ୍ୟୁଟି ରେ ଯାଇ ପହଞ୍ଚିବା କଷ୍ଟକର । ଏ ସଂପର୍କରେ ଆମେ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଭେଟିଥିଲୁ । ସେ କହିଛନ୍ତି, ସମସ୍ୟା ନେଇ ସେ  ସିଆର୍ ସିସିଙ୍କୁ ଅବଗତ କରାଇସାରିଛନ୍ତି ।

{"id":107713}

ଆଜି ୨୬ ତାରିଖ, ଦିନକ ପରେ ଏମାନେ ଏଠାରୁ ଅନ୍ୟତ୍ର ଚାଲିଯିବେ । ହେଲେ ଏପ୍ରକାର ଅବ୍ୟସ୍ଥା ମଧ୍ୟରେ ରହି କେମିତି ଡ଼୍ୟୁଟି କରିବେ ତାହା ସମସ୍ତଙ୍କୁ ଚକିତ କରିଛି । ଯଦି କିଛି ଅସୁବିଧା ଉପୁଜେ ସେଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି ପୁଲି କର୍ମଚାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.