Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଡିସେମ୍ବର ୩୧ ଯାଏଁ ଅନ୍ତରାଷ୍ଟ୍ରୀୟ ବିମାନ ସେବା ବନ୍ଦ, କରୋନା ପ୍ରଭାବ
  • ||
  • କଟକ : ବସ୍‌ ଷ୍ଟାଣ୍ଡରେ ଠିଆ ହୋଇଥିବା ବସ୍‌ରେ ଲାଗିଗଲା ନିଆଁ, କେଇ ମିନିଟ୍‌ରେ ଜଳିଗଲା ସମ୍ପୂର୍ଣ୍ଣ ବସ୍
  • ||
  • କନ୍ଧମାଳ : ଜଗାକୁ ଏକା କରି ଚାଲିଗଲା କାଳିଆ, ମା’ ଆଖିରୁ ଶୁଖୁନି ଲୁହ : ମରଶରୀର ପହଞ୍ଚିବା ପରେ ଗାଁରେ ଶୋକାକୂଳ ପରିବେଶ
  • ||
  • କୋରାପୁର : କୋରାପୁର ବସ୍ ଷ୍ଟାଣ୍ଡରୁ ୩ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ୍ ଜବତ, ଜଣେ ଗିରଫ
  • ||
  • କଟକ : ବାହା ବେଦୀରୁ ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଉଠାଇନେଲା ପୋଲିସ, IIFL ଲୁଟ୍ ଘଟଣାରେ ରହିଛି ଲିଙ୍କ୍
  • ||
  • ସୋର : ପାଣିରୁ ଉଦ୍ଧାର ହେଲା ବୃଦ୍ଧଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ପୁରୀ : ପଞ୍ଚୁକର ଦ୍ବିତୀୟ ଦିନ, ବାଙ୍କଚୁଡା ବେଶରେ ବିଭୂଷିତ ମହାପ୍ରଭୁ
  • ||
  • ଚଣ୍ଡିଖୋଲ : ନିର୍ମାଣଧୀନ ପାଣି ଟାଙ୍କି ଉପରେ ଚଢି ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ, ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରୁ ୮୫ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଅଭିଯୁକ୍ତ ଫେରାର
  • ||
  • ଚାକିରୀଆଙ୍କ ପାଇଁ ବଡ ଖବର: ୮ଘଣ୍ଟା ବଦଳରେ ହୋଇପାରେ ୧୨ ଘଣ୍ଟା ସିଫ୍ଟ
  • ||

ଠିକ୍ ଭାବେ ମାସ୍କ ପିନ୍ଧି ନଥିଲେ ହୋମଗାର୍ଡ, ଜରିମାନା ପାଇଁ ଏସ୍‌ପି ଦେଲେ ନିର୍ଦ୍ଦେଶ

14/11/2020 at 12:21 PM

ରଣପୁର,୧୪/୧୧: ଏବେବି ଟଳିନି କରୋନା ଆତଙ୍କ । ସଂକ୍ରମିତଙ୍କ ସଂଖ୍ୟା କମୁଥିଲେ ମଧ୍ୟ ଦ୍ୱିତୀୟ ଲହରର ଆଶଙ୍କା ରହିଛି । ତେଣୁ ସମସ୍ତ କୋଭିଡ୍ କଟକଣାକୁ ମାନିବା ପାଇଁ ସରକାରଙ୍କ ନିର୍ଦ୍ଦେଶ ରହିଛି । ତେବେ କଟକଣାକୁ ବେଖାତିର କରି ଫାଇନ ଗଣିଛନ୍ତି ଜଣେ ହୋମଗାର୍ଡ । ସେ ଠିକ୍ ଭାବେ ମାସ୍କ ନପିନ୍ଧିଥିବାରୁ ତାଙ୍କୁ ଫାଇନ୍ ଲାଗିଛି ।

କରୋନା ଭାଇରସ ପାଇଁ ରାଜ୍ୟ ସରକାର ଅନେକ ଗାଇଡଲାଇନ୍ ଜାରି କରିଛନ୍ତି । ଏଥିରେ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାରଙ୍କ ତରଫରୁ କଡ଼ା ନିର୍ଦ୍ଦେଶ ରହିଛି । ଦୁଇ ଦିନ ତଳେ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନିଲ କୁମାର ସାମଲ ନୟାଗଡ଼ ଜିଲ୍ଲାରେ କୋଭିଡ୍‌ ସ୍ଥିତିର ସମୀକ୍ଷା କରିଥିଲେ । ସମୀକ୍ଷା ବୈଠକରେ ଜିଲ୍ଲାରେ କରୋନା ପ୍ରକୋପ କମି ଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ । କିନ୍ତୁ ଜିଲ୍ଲାରେ ମାସ୍କ ବ୍ୟବହାରକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ତେବେ ଦୀପାବଳି ଯୋଗୁଁ ଶୁକ୍ରବାର ସନ୍ଧ୍ୟାରେ ଜଗନ୍ନାଥ ମନ୍ଦିର ସମ୍ମୁଖରେ ଜଣେ ହୋମଗାର୍ଡ କାର୍ଯ୍ୟରତ ଥିଲେ । ଏହି ସମୟରେ ଏସ୍‌ପି ପ୍ରତ୍ୟୁଷ ଦିୱାକର ଚାନ୍ଦପୁର ଥାନାକୁ ଏକ କାର୍ଯ୍ୟରେ ଯାଉଥିବା ବେଳେ ହୋମଗାର୍ଡଙ୍କ ଉପରେ ତାଙ୍କର ନଜର ପଡିଥିଲା । କାର୍ଯ୍ୟରତ ହୋମଗାର୍ଡ ମାସ୍କ ପିନ୍ଧିଥିଲେ ମଧ୍ୟ ଠିକ୍ ଭାବେ ପିନ୍ଧି ନ ଥିବା ଏସ୍‌ପିଙ୍କ ନଜରକୁ ଆସିଥିଲା । ପରେ ସେଠାରେ କାର୍ଯ୍ୟରତ ଥିବା ଅନ୍ୟ ପୁଲିସ ଅଧିକାରୀଙ୍କୁ ସମ୍ପୃକ୍ତ ହୋମଗାର୍ଡକୁ ଫାଇନ ପକାଇବା ପାଇଁ ଏସ୍‌ପି ନିର୍ଦ୍ଦେଶ ଦେଇଥିଲେ ।

   Related Posts