Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ଡ୍ୟୁଟି ବେଳେ ଟଳିପଡିଲେ, ହୋମଗାର୍ଡଙ୍କ ସନ୍ଦେହ ଜନକ ମୃତ୍ୟୁ

13/06/2021 at 9:31 AM

ଅନୁଗୁଳ ୧୩|୦୬ : ହୋମଗାର୍ଡଙ୍କ ସନ୍ଦେହ ଜନକ ମୃତ୍ୟୁ। ଅନୁଗୁଳ ହୋମଗାର୍ଡ ଅଫିସ କ୍ୟାଣ୍ଟିନ ଭିତରେ ଜଣେ ହୋମଗାର୍ଡଙ୍କ ଏପରି ମୃତ୍ୟୁ ହୋଇଛି। ମୃତ ହୋମଗାର୍ଡ ଜଣକ ହେଲେ ଶ୍ରୀବଶ୍ଚ ସାହୁ ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

ଖବର ଅନୁଯାୟୀ, ଅନୁଗୁଳ ହୋମଗାର୍ଡ ଅଫିସ କ୍ୟାଣ୍ଟିନ ଭିତରେ ଆଜି ସକାଳୁ ସକାଳୁ ହୋମଗାର୍ଡ ଶ୍ରୀବଶ୍ଚ ସାହୁ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କୁ ତୁରନ୍ତ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତ ହୋମଗାର୍ଡଙ୍କ ଘର ଶରଧାପୁର। ତେବେ ଶ୍ରୀବଶ୍ଚଙ୍କ ମୃତ୍ୟୁର କାରଣ ଜଣାପଡି ନାହିଁ। ଶ୍ରୀବଶ୍ଚଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣା ପଡିବ ବୋଲି ଡାକ୍ତର କହିଛନ୍ତି। ତେବେ ଶ୍ରୀବଶ୍ଚ ଗତକାଲି ରାତି ଡ୍ୟୁଟିରେ ଥିଲେ ବୋଲି ଜଣାପଡିଛି।

   Related Posts