ଟ୍ରେନ୍ ଧକ୍କାରେ କଟିଗଲା ହୋମଗାର୍ଡଙ୍କ ଦୁଇ ଗୋଡ

Published By : Prameya-News7 Bureau | February 13, 2019 IST

ସୋର ୧୩|୨: ବାଲେଶ୍ବର ଜିଲ୍ଲା ନୀଳଗିରି ରୋଡ୍ ରେ ଟ୍ରେନ୍ ରେ କଟି ଜଣେ ହୋମଗାର୍ଡଙ୍କ ଦୁଇ ଗୋଡ କଟିଯାଇଥିବା ଜଣାପଡିଛି ।

ସୂଚନା ଅନୁସାରେ ସୋର ଥାନାର ଜଣେ ହୋମଗାର୍ଡ ନଟବର ନାୟକ ନାମକ ହୋମଗାର୍ଡ ବାଲେଶ୍ବରକୁ ଏକ ଲୋକାଲ ଟ୍ରେନ୍ ଯୋଗେ ଯାଉଥିବା ବେଳେ ନୀଳଗିରି ରୋଡ୍ ଠାରେ ଓହ୍ଲାଇଥିଲେ । ସେହି ସମୟରେ ବିପରୀତ ଦିଗକୁ ଯାଉଥିବାବେଳେ ଦୁରନ୍ତ ଏକ୍ସପ୍ରେସ୍ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ହୋମଗାର୍ଡଙ୍କର ଦୁଇ ଗୋଡ କଟିଯାଇଥିବା ଜଣାପଡିଛି । ତାଙ୍କୁ ବାଲେଶ୍ବର ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ସୋର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.