ରାସ୍ତା ପାର ହେବା ବେଳେ ଗୃହରକ୍ଷୀଙ୍କୁ ଧକ୍କା ଦେଲା ବସ୍, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

Published By : Prameya-News7 Bureau | October 30, 2021 IST

ଆନନ୍ଦପୁର ୩୦।୧୦: ଗୃହରକ୍ଷୀଙ୍କୁ ଧକ୍କା ଦେଲା ବସ୍ । ଦୁର୍ଘଟଣାରେ ଗୃହରକ୍ଷୀ ଜଣଙ୍କ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ସାଇଁକୂଳ ଫାଣ୍ଡିରେ କାର୍ଯ୍ୟରତ ଗୃହରକ୍ଷୀ ଭାଗିରଥୀ ରାଉତଙ୍କୁ ବସ୍ ଧକ୍କା ଦେଇଥିଲା । ଫଳରେ ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ଆନନ୍ଦପୁର ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଭାଗିରଥୀ ଶନିବାର ଫାଣ୍ଡି ସମ୍ମୁଖ ଦେଇ ଯାଇଥିବା ଏନଏଚ୍ ୨୦ ରାସ୍ତା ପାର ହୋଇ ଫାଣ୍ଡିକୁ ଆସୁଥିବା ସମୟରେ ଏକ ଘରୋଇ ବସ୍ ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇଥିବା ବସ୍ କୁ ପୋଲିସ ଅଟକ ରଖି ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.