ମାଫିଆଙ୍କ ଶିକାର ହେଲେ ଗୃହରକ୍ଷୀ, ଗଞ୍ଜେଇ ବୋଝେଇ ଟ୍ରାକ୍ଟର ମାଡିଯାଇ ଗୁରୁତର

Published By : Prameya-News7 Bureau | January 28, 2020 IST

ଚିତ୍ରକୋଣ୍ଡା ୨୮।୧: ଗଞ୍ଜେଇ ମାଫିଆଙ୍କ ଶିକାର ହେଲେ ଗୃହରକ୍ଷୀ । ଗତକାଲି ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା କଙ୍କରାଇପଦା ଛକଠାରେ ଚିତ୍ରକୋଣ୍ଡା ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ ଗୋଟିଏ ଗଞ୍ଜେଇ ବୋଝେଇ ଟ୍ରାକ୍ଟର ଦୃତ ଗତିରେ ମାଡି ଆସୁଥିବାର ଦେଖି ଗାଡିଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ । ଗାଡିଟି ନ ରହି ଗୃହରକ୍ଷୀଙ୍କ ଉପରେ ମାଡି ଯାଇଥିଲା ।

{"id":216943,"sizeSlug":"large"}

ଘଟଣାସ୍ଥଳରେ ଗୃହରକ୍ଷୀଙ୍କ ଅଣ୍ଟା ଭାଙ୍ଗି ଯାଇଥିବା ବେଳେ, ବର୍ତ୍ତମାନ ଗୃହରକ୍ଷୀ ଜଣକ ଚିତ୍ରକୋଣ୍ଡା ସ୍ଥିତ ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ଚାଲିଛି । ଅନ୍ୟପଟେ ପୋଲିସ ଘଟଣାସ୍ଥଳରୁ ଗଞ୍ଜେଇ ବୋଝେଇ ଟ୍ରାକ୍ଟରଟିକୁ ଜବତ କରି ଚିତ୍ରକୋଣ୍ଡା ଥାନାରେ ଅଟକ ରଖାଯାଇଥିବା ଜଣାପଡିଛି । ୪ ଜଣ ଆସମୀଙ୍କୁ ଧରିବାରେ ସଫଳ ହୋଇଛି ଚିତ୍ରକୋଣ୍ଡା ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.