ଗୃହ ବିଭାଗ ଉପସଚିବଙ୍କ କରୋନାରେ ମୃତ୍ୟୁ : ଏମ୍ସ ବାହାରେ ଫୁଟ୍‌ପାଥ୍‌ରେ ପଡି ଛଟପଟ ହେଉଥିବା ଭିଡିଓ ସେୟାର କରିଥିଲେ ତେଜସ୍ୱି ଯାଦବ

Published By : Prameya-News7 Bureau | July 14, 2020 IST

ପାଟଣା ୧୪/୦୭ : ବିହାର ଗୃହ ବିଭାଗ ପୂର୍ବତନ ଉପସଚିବ ଉମେଶ ରଜକ କରୋନା ଯୋଗୁଁ ପ୍ରାଣ ହରାଇଛନ୍ତି | ପାଟଣା ଏମ୍ସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି | ଚିକିତ୍ସା ପାଇଁ ତାଙ୍କୁ ୨୪ ଘଣ୍ଟା ହସ୍ପିଟାଲ ବାହାରେ ଭୂଇଁରେ ଅପେକ୍ଷା କରିବାକୁ ପଡିଥିଲା | ଏହାର ଭିଡିଓ ଭାଇରାଲ ହୋଇଛି | ଭିଡିଓ ଭାଇରାଲ ହେବାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ଠିକ ସମୟରେ ତାଙ୍କର ଚିକିତ୍ସା ହୋଇନଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି | ମଙ୍ଗଳବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି | ରବିବାର ରାତିରେ ତାଙ୍କର କରୋନା ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା | ଏହାପରେ ତାଙ୍କୁ ପାଟଣା ଏମ୍ସ ରେଫର କରାଯାଇଥିଲା |

ପରିବାର ସଦସ୍ୟ ତାଙ୍କୁ ରାତି ୧୧ଟା ସମୟରେ ନେଇ ଏମ୍ସରେ ପହଞ୍ଚିଥିଲେ | କିନ୍ତୁ ତାଙ୍କୁ ଭର୍ତ୍ତି କରାଯାଇନଥିଲା | ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା | ଏହାପରେ ତାଙ୍କ ପତ୍ନୀ ହସ୍ପିଟାଲ ବାହାରେ ହଙ୍ଗାମା କରିଥିଲେ | ସେ ବାରମ୍ବାର କହୁଥିଲେ କରୋନା ପୀଡିତ ରୋଗୀ ଗୃହ ବିଭାଗର ପୂର୍ବତନ ଉପସଚିବ | କିନ୍ତୁ କେହି ତାଙ୍କ କଥା ଶୁଣିନଥିଲେ | ଡାକ୍ତର କହିଥିଲେ ହସ୍ପିଟାଲରେ ବେଡ଼ ଖାଲି ନାହିଁ |

wp:core-embed/twitter {"url":"https://twitter.com/yadavtejashwi/status/1282553903293161472","type":"rich","providerNameSlug":"twitter","className":""}
https://twitter.com/yadavtejashwi/status/1282553903293161472
/wp:core-embed/twitter

ଏହି ଘଟଣାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା | ଭିଡିଓ ଭାଇରାଲ ହେବାପରେ ଏମ୍ସ ପ୍ରଶାସନର ନିଦ ଭାଙ୍ଗିଥିଲା | ନୋଡାଲ ଅଫିସର ଡ.ସଂଜୀବ କୁମାର ସଫେଇ ଦେଇ କହିଛନ୍ତି ଯେ ରାତିରେ ଆସିଥିଲେ ଯଦି କାହାକୁ ଖବର ଦେବା ଉଚିତ | ସୂଚନା ପାଇବା ପରେ ତାଙ୍କୁ ଭର୍ତ୍ତି କରାଯାଇଥିଲା |

ଦିନେ ପୂର୍ବରୁ ବିହାର ବିରୋଧୀ ନେତା ତେଜସ୍ୱି ଯାଦବ ଏକ ଭିଡିଓ ସେୟାର କରିଥିଲେ | ଭିଡିଓରେ ସେ ଲେଖିଥିଲେ, ପାଟଣା ଏମ୍ସ ଫୁଟପାଥରେ ପଡିରହିଥିବା ବ୍ୟକ୍ତି ଜଣକ କରୋନା ସଂକ୍ରମିତ | ସରକାର, ପ୍ରଶାସନ, ହସ୍ପିଟାଲ କେହି ତାଙ୍କ କଥା ଶୁଣୁ ନାହାନ୍ତି | ବିହାରରେ କରୋନା ସ୍ଥିତି ଭୟାବହ ହୋଇଛି | ଆଗାମୀ ସମୟରେ ପରିସ୍ଥିତି ଆହୁରି ଖରାପ ହେବ | ସରକାର ଯାଞ୍ଚ କରୁନାହାନ୍ତି, ତଥ୍ୟ ମଧ୍ୟ ଲୁଚାଉଛନ୍ତି | ବିହାରକୁ ବର୍ତ୍ତମାନ ଭଗବାନ ହିଁ ରକ୍ଷା କରିବେ ବୋଲି ସେ ଲେଖିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.