Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେଉଁ ଦେଶର ନାଗରିକ ? ସେ ଭାରତୀୟ ନା ବ୍ରିଟିଶ ନାଗରିକ ? ଗୃହ ମନ୍ତ୍ରାଳୟ ଜାରୀ କଲା ନୋଟିସ

30/04/2019 at 9:05 PM

ନୂଆଦିଲ୍ଲୀ୩୦|୪: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି କେଉଁ ଦେଶର ନାଗରିକ ? ସେ ଭାରତୀୟ ନା ବ୍ରିଟିଶ ନାଗରିକ ? ରାହୁଲ କ’ଣ ନିଜ ନାଗରିକତା ପ୍ରସଙ୍ଗରେ ମିଛ କହିଛନ୍ତି ?  ଧର୍ମ ଓ ପାସପୋର୍ଟ ବିବାଦ ପରେ ଏବେ ରାହୁଲ ଗାନ୍ଧିଙ୍କ ନିଗରିକତା ପ୍ରସଙ୍ଗ ନେଇ ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାକୁ  ବଢାଇ ଦେଇଛନ୍ତି ଗୃହ ମନ୍ତ୍ରଣାଳୟ । ରାହୁଲ ଗାନ୍ଧିଙ୍କୁ ମନ୍ତ୍ରଣାଳୟ ପଠାଇଥିବା ନୋଟିସକୁ ନେଇ ଏହି ବିବାଦ ପୁଣି ଉଠିଛି । ରାହୁଲ ଗାନ୍ଧିଙ୍କ ଠିକଣାରେ ଗୃହ ମନ୍ତ୍ରଣାଳୟ ବା ମିନିଷ୍ଟ୍ରି ଅଫ୍ ହୋମ ଆଫୋୟାର୍ସଙ୍କ ଏହି ନୋଟିସ ପଠାଇଛନ୍ତି ।

 ବିଜେପି ନେତା ତଥା ରାଜ୍ୟସଭା ସାଂସଦ ଡକ୍ଟର ସୁବ୍ରମଣ୍ୟମ ସ୍ୱାମୀଙ୍କ ଅଭିଯୋଗ ଭିତ୍ତିରେ ରାହୁଲଙ୍କୁ ନୋଟିସ ଦେଇଛନ୍ତି ଗୃହ ମନ୍ତ୍ରଣାଳୟ । ଆଉ ୧୫ ଦିନରେ ଜବାବ ରଖିବାକୁ ଦେଇଛନ୍ତି ନିର୍ଦ୍ଦେଶ । ଡକ୍ଟର ସ୍ୱାମୀଙ୍କ ଅଭିଯୋଗ ହେଲା , ରାହୁଲ ଗାନ୍ଧି କୁଆଡେ ଜଣେ ବ୍ରିଟିଶ ନାଗରିକ । ଅଭିଯୋଗ ସପକ୍ଷରେ ବିଜେପି ସାଂସଦ ଏକ ଦସ୍ତାବିଜ ରଖିଛନ୍ତି । ତାହା ହେଲା ବ୍ରିଟିଶ କମ୍ପାନୀ ବ୍ୟାକପ୍ସ ଲିମିଟେଡ୍‌ର ଆନୁଆଲ ରିପୋର୍ଟ ।

୨୦୦୩ ରେ ବ୍ରିଟେନ୍‌ରେ ପଞ୍ଜିକୃତ ହୋଇଥିଲା ବ୍ୟାକପ୍ସ । ସେଥିରେ ରାହୁଲ ଗାନ୍ଧିଙ୍କ ନାମ ନିର୍ଦ୍ଦେଶକ ଏବଂ ସଂପାଦକ ଭାବେ ରହିଛି । ତାଙ୍କ ଜନ୍ମ ତାରିଖ ରହିଛି ୧୯ ଜୁନ୍ ୧୯୭୦ ମସିହା ଏବଂ ସେ ଜଣେ ବ୍ରିଟିଶ ନାଗରିକ ବୋଲି ସେଥିରେ ଉଲ୍ଲେଖ ରହିଛି । କଂପାନୀ ପକ୍ଷରୁ ୨୦୦୫ ଏବଂ ୨୦୦୬ରେ ଦାଖଲ ଦୁଇଟି ଆନୁଆଲ ରିପୋର୍ଟରେ ଏହି ତଥ୍ୟ ରହିଛି ।ଏନେଇ ଏମଏଚଏ ରିପୋର୍ଟ ମାଗିଥିବା ବେଳେ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ମୁଖପାତ୍ର ରଣଦୀପ ସୂରଜୱାଲା । ସେ କହିଛନ୍ତି,ରାହୁଲ ଭାରତରେ ଜନ୍ମିତ ଏବଂ ଭାରତର ନାଗରିକ ବୋଲି ସାରା ବିଶ୍ୱ ଜାଣେ ।

ଆଉ ଏହି ପ୍ରସଙ୍ଗରେ କଂଗ୍ରେସ ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ବି ରଖିଛନ୍ତି ପୁରା ସ୍ପଷ୍ଟ ଜବାବ । ଏବେ ପ୍ରଚାର ଅଭିଯାନରେ ଥିବା ପ୍ରିୟଙ୍କାଙ୍କୁ ସାମ୍ବାଦିକ ମାନେ ରାହୁଲଙ୍କ ନାଗରିକତା ସଂପର୍କୀତ ମାମଲା ନେଇ ପ୍ରଶ୍ନ କରିଥିଲେ । ପ୍ରିୟଙ୍କାଙ୍କ ଉତ୍ତର ଥିଲା, ରାହୁଲ ଜଣେ ଭାରତୀୟ , ଏହା ସାରା ଭାରତ ଜାଣେ । ସେ ସେମାନଙ୍କ ଆଗରେ ଜନ୍ମ ହୋଇଛନ୍ତି ଆଉ ବଡ ହୋଇଛନ୍ତି ।

ତେବେ ଏହି ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ରାଜନାଥ ସିଂହଙ୍କ ଉତ୍ତର ପ୍ରସଙ୍ଗକୁ ହାଲକା କରିଛି । ରାଜନାଥ କହିଛନ୍ତି, ଏପରି ପ୍ରଶ୍ନ ଉଠିବା ଏକ ସାଧାରଣ କଥା । ପାର୍ଲାମେଣ୍ଟ ସଦସ୍ୟମାନଙ୍କ ପ୍ରଶ୍ନ ନେଇ ଏମ୍‌ଏଚ୍‌ଏ  ନୋଟିସ ଜାରି କରିଥାନ୍ତି, ଏହା ସେଭଳି କିଛି ବଡ଼ କଥା ନୁହେଁ । ତେବେ ସେ ଯାହା ବି ହେଉ, ଅତୀତରେ ରାହୁଲଙ୍କର ୪ ଟି ପାସ୍‌ପୋର୍ଟ ଥିବା ଏବଂ  ରାହୁଲ ଜଣେ ଖ୍ରୀଷ୍ଟିଆନ କହି  ବିବାଦ ସୃଷ୍ଟି କରିଥିବା  ସୁବ୍ରମଣିୟମସ୍ୱାମୀଙ୍କ ଏହି ନୂଆ ଅଭିଯୋଗ ନିର୍ବାଚନ ବେଳେ ନିଶ୍ଚିତ ଭାବେ ଅଧିକ ଚର୍ଚ୍ଚା ସୃଷ୍ଟି କରିପାରିଛି ।

   Related Posts