ଲକ୍‌ଡାଉନ୍‌ରେ ହୋମ୍‌ ଡେଲିଭରି ହେବ ମଦ: ପଶ୍ଚିମବଙ୍ଗ ସରକାର

Published By : Prameya-News7 Bureau | April 10, 2020 IST

କୋଲକାତା ୧୦/୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲକ୍‌ଡାଉନ ସମୟରେ ମଦ ହୋମ୍‌ ଡେଲିଭରି ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏଥିନିମନ୍ତେ ଲୋକମାନଙ୍କୁ ସ୍ଥାନୀୟ ପୋଲିସ ଷ୍ଟେସନରୁ ଏକ ସ୍ୱତନ୍ତ୍ର ପାସ୍‌ ସଂଗ୍ରହ କରିବାକୁ ହେବ । ଉକ୍ତ ପାସ୍‌ ଯୋଗେ ହିଁ ମଦ କିଣା ଯାଇ ପାରିବ । ଏଥିଲାଗି ଏକ ନିର୍ଦ୍ଦିଷ୍ଟ ସମୟସୀମା ଧାର୍ଯ୍ୟ କରାଯାଇଛି । ମଦ ପିଇବାକୁ ଡାକ୍ତରୀ ଅନୁମତି ପାଇଥିବା ଲୋକମାନେ ହିଁ ପାସ୍‌ ପାଇଁ ଅପିଲ କରିପାରିବେ ।

ପଶ୍ଚିମବଙ୍ଗରେ ମିଠା ମୁଖ୍ୟ ଖାଦ୍ୟ ରୂପେ ବ୍ୟବହାର ହେଉଥିବାରୁ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଲକ୍‌ଡାଉନ ସମୟରେ ମିଠା ବିକ୍ରି ନିମନ୍ତେ ମଧ୍ୟ ଅନୁମତି ଦେଇଥିଲେ । ଏକ ନିିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଜ୍ୟରେ ମିଠା ବିକ୍ରି କରାଯାଇ ପାରିବ ବୋଲି ସେ ପ୍ରକାଶ କରିଥିଲେ ।

ପଶ୍ଚିମବଙ୍ଗ ଭଳି କର୍ଣ୍ଣାଟକରେ ମଧ୍ୟ ଖୁବ୍‌ ଶୀଘ୍ର ମଦ ହୋମ୍‌ ଡେଲିଭରି କରାଯିବ ବୋଲି ରାଜ୍ୟ କ୍ୟାବିନେଟର ଜଣେ ମନ୍ତ୍ରୀ ପ୍ରକାଶ କରିଛନ୍ତି । ଗୁରୁବାର ଅନୁଷ୍ଠିତ କର୍ଣ୍ଣାଟକ କ୍ୟାବିନେଟ ବୈଠକରେ ଏସମ୍ପର୍କରେ ଆଲୋଚନା ହୋଇଥିଲା । ଲ୍‌କଡାଉନ ଯୋଗୁ ରାଜ୍ୟରେ ମଦ ବିକ୍ରି ବନ୍ଦ ହୋଇଥିବା କାରଣରୁ ରାଜ୍ୟ ସରକାରଙ୍କୁ ମାସିକ ୧,୮୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡିବ ଏଣୁ ଲକ୍‌ଡାଉନ୍‌ ସମୟରେ ମଦ ହୋମ୍‌ ଡେଲିଭରି କରିବାକୁ ଚିନ୍ତା କରାଯାଉଥିବା ସେ ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.