Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଲକ୍ ଡାଉନ୍‌ରେ ଅନାବଶ୍ୟକ ସାମଗ୍ରୀର ଅନଲାଇନ୍ ଡେଲିଭରିକୁ ନାହିଁ ଅନୁମତି

19/04/2020 at 12:22 PM

ନୂଆଦିଲ୍ଲୀ ୧୯।୪: ଦେଶରେ କରୋନା ଭାଇରସ୍ ସଂକ୍ରମଣ ବିସ୍ତାରକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଲକ୍ ଡାଉନ୍ କରାଯାଇଛି । ଏହି ଲକ୍ ଡାଉନ୍ ଯୋଗୁଁ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପକୁ ଏକ ପ୍ରକାର ଠପ୍ ହୋଇପଡିଛି । ଏହି ସମୟରେ ସରକାର ଅନଲାଇନ୍ ସେବା ଯୋଗାଇ ଦେବାକୁ ନିର୍ଦ୍ଦେଶନାମା ଜାରି କରିଥିଲେ । ମାତ୍ର ବର୍ତ୍ତମାନ ସରକାର କହିଛନ୍ତି ଯେ ଲକ୍ ଡାଉନ୍ ସମୟରେ ଅନାବଶ୍ୟକ ଜିନିଷଗୁଡିକ ଅନଲାଇନ୍ ରେ ଯୋଗାଇ ଦିଆଯିବନାହିଁ ।

ଲକ୍ ଡାଉନ୍ ଗାଇଡ୍ ଲାଇନ୍ ରେ ସରକାର ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ କରିବା ବିଷୟରେ କହିଥିଲେ । ରାସନ ଏବଂ ମେଡିକାଲ ଦୋକାନ ଖୋଲା ଅଛି । ଅନ୍ୟପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ହୋମ୍ ଡେଲିଭରୀ ମଧ୍ୟ କରାଯାଉଛି । ତେବେ ଏହି ସମୟ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି ଯେ, ଇ-କମର୍ସ କମ୍ପାନୀ ମାଧ୍ୟମରେ ଲକ୍ ଡାଉନ୍ ସମୟରେ ଅନାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ ରହିବ ।

ଲକ୍ ଡାଉନ୍ ପରଠାରୁ ଦେଶର ଇ-କମର୍ସ କମ୍ପାନୀଗୁଡିକ କେବଳ ଜରୁରୀ ସାମଗ୍ରୀ ଯୋଗାଉଛନ୍ତି । ତେବେ କିଛି ଦିନ ପୂର୍ବରୁ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ନୂତନ ଗାଇଡ୍ ଲାଇନ୍ ରେ ଇ-କମର୍ସ କମ୍ପାନୀଗୁଡିକୁ ଅନ୍ୟ ସାମଗ୍ରୀ ବିକ୍ରିରେ ଅଳ୍ପ ରିହାତି ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ଘୋଷଣା କରିଥିଲେ । ଅପ୍ରେଲ ୧୪ ରେ ଏହି ୨୧ ଦିନିଆ ଲକ୍ ଡାଉନ୍ ର ଶେଷ ଦିନ ଥିଲା । ଅପ୍ରେଲ ୧୪ରେ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଥିଲେ ଏବଂ ଲକ୍ ଡାଉନ୍ କୁ ଆଉ ୧୯ ଦିନ ଅର୍ଥାତ୍ ମେ ୩ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ ।

   Related Posts