ଫାଟିଲା ଫ୍ରିଜ୍‌ର କମ୍ପ୍ରେସର ଜଳିଗଲା ଘର, ଅଳ୍ପକେ ବର୍ତ୍ତିଲେ ଲୋକେ

Published By : Prameya-News7 Bureau | May 08, 2021 IST

ଭଦ୍ରକ, ୦୮/୦୫: ଗ୍ୟାସ କମ୍ପ୍ରେସର ଫାଟି ଜଳିଗଲା ୪ ବଖରା ଘର ଜଳିଯାଇଥିବା ଜଣାପଡ଼ିଛି । ଏହି ଅଘଟଣରୁ ଅଳ୍ପକେ ଘରଲୋକ ବର୍ତ୍ତିଯାଇଛନ୍ତି । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ଉତ୍ତରବାହିନୀରେ ଏପରି ଅଗ୍ନିକାଣ୍ଡ ଘଟିଛି ।

ସୂଚନାଯୋଗ୍ୟ ଯେ, ଉତ୍ତରବାହିନୀ ଗାଁର ରାଜେନ୍ଦ୍ର ଲେଙ୍କାଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି । ଫ୍ରିଜର କମ୍ପ୍ରେସର ଫାଟି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି । ରାତି ସମୟରେ ଜୋରରେ ଶବ୍ଦ କରି ଫ୍ରିଜର କମ୍ପ୍ରେସର ଫାଟିଥିଲା ଓ ପରେ ନିଆଁ ଘରକୁ ବ୍ୟାପି ଯାଇଥିଲା । ଫଳ ରେ ୪ ବଖରା ଘର ଜଳିଯାଇଥିଲା । ତେବେ ଅଗ୍ନିକାଣ୍ଡ ଦେଖି ଘରର ସମସ୍ତ ଲୋକ  ବାହାରକୁ ଚାଲି ଆସିଥିଲେ । ଯେଉଁଥି ପାଇଁ ଅଘଟଣରୁ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.