ଆଜି ଆଡପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସନ୍ଧ୍ୟା ଦର୍ଶନ : ଶ୍ରୀଜିଉଙ୍କ ଦର୍ଶନ ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ

Published By : Prameya-News7 Bureau | July 11, 2019 IST

ପୁରୀ ୧୧|୭: ଆଜି ଆଡ଼ପ ମଣ୍ଡପରେ ସନ୍ଧ୍ୟା ଦର୍ଶନ, ଶ୍ରୀଜିଉଙ୍କ ଦର୍ଶନ ଅପେକ୍ଷାରେ ଲକ୍ଷାଧିକ ଶ୍ରଦ୍ଧାଳୁ । ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ଆଷାଢ ଶୁକ୍ଲପକ୍ଷ ନବମୀ ତିଥିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବହୁ ପ୍ରତୀକ୍ଷିତ ସନ୍ଧ୍ୟା ଦର୍ଶନ ଆଜି ଅନୁଷ୍ଠିତ ହେବ । ଏହା ସନ୍ଧ୍ୟା ୭ଟା ଯାଏ ଚାଲିବ। ଯେଉଁଥି ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଅପେକ୍ଷା କରିଛନ୍ତି । କାରଣ ପୁଣି ବର୍ଷେ ପରେ ଏହି ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଅପେକ୍ଷା କରିବାକୁ ପଡ଼ିବ । ଏହା ପରେ ଭକ୍ତ-ଶ୍ରଦ୍ଧାଳୁମାନେ ଆଡ଼ପ ମଣ୍ଡପରେ ଶ୍ରୀଜିଉ ମାନଙ୍କୁ ସନ୍ଧ୍ୟା ଦର୍ଶନ କରିପାରିବେ ନାହିଁ। ଆଡ଼ପ ସନ୍ଧ୍ୟା ଦର୍ଶନ ପରେ ପରେ ହେବ ବାହୁଡ଼ା ନୀତି ଆରମ୍ଭ ହୋଇଯିବ । ତେଣୁ ସନ୍ଧ୍ୟା ୭ଟା ପରେ ସାଧାରଣ ଦର୍ଶନ ବନ୍ଦ ରହିବ। ଶରଧାବାଲିରେ ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ଦକ୍ଷିଣମୋଡ଼ ହୋଇସାରିଛି । ଆଜି ସନ୍ଧ୍ୟା ଦର୍ଶନ ପରେ ଆସନ୍ତାକାଲି ବାହୁଡ଼ାଯାତ୍ରା ହେବ । ଏଥି ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି । ବାହୁଡ଼ା ଯାତ୍ରାରେ ଟ୍ରାଫିକ୍  ଶୃଙ୍ଖଳା ପାଇଁ ପ୍ରାୟ ୪୫ ପ୍ଲାଟୁନ ପୁଲିସ ମୁତୟନ ରହିବେ ବୋଲି ପୁରୀ ଏସପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.