Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମାଆ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପିତ

12/03/2019 at 8:24 AM

ବ୍ରହ୍ମପୁର ୧୨/୩ : ବ୍ରହ୍ମପୁରର ଆରଧ୍ଯା ଦେବୀ ମାଆ ବୁଢୀ ଠାକୁରାଣୀ । ପାରମ୍ପାରିକ ଦ୍ବିବାର୍ଷିକ ବିଶ୍ବ ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ମଧ୍ଯ ରାତ୍ରିର ଶୁଭ ଲଗ୍ନରେ ସ୍ଥାପିତ ହୋଇଛି ଶୁଭ ଖୁଣ୍ଟି ।

ପାରମ୍ପରିକ ଯାତ୍ରା ମାଆ ବୁଢୀ ଠାକୁରାଣୀ ଯାତ୍ରା ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ନୀତି ନିୟମ  ପରମ୍ପରା ଅନୁସାରେ ସୋମବାର ରାତିରେ ଦେଶିବେହେରା ସାହିର ଦେଶିବେହେରା ଙ୍କ ଘର ସମ୍ମୁଖରେ ଉପସ୍ଥିତ ଭଦ୍ର,  ବୁଦ୍ଧିଜିବୀ, ଅଞ୍ଚଳବାସୀଙ୍କ ଉପସ୍ଥିତ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଦେଶିବେହେରା ଓ ବାସୁଦେବ ଶାସ୍ତ୍ରୀ ସିଦ୍ଧାନ୍ତି ଉପସ୍ଥିତ ରହି ଯାତ୍ରା ର ଶୁଭ ମୁହୂର୍ତ୍ତ ଓ ଯାତ୍ରା ଅବଧି ର ଦିନ ଧାର୍ଯ୍ଯ ସଂପର୍କରେ ଘୋଷଣା କରିଥିଲେ । ରୀତି ନୀତି ପରମ୍ପରା ଅନୁସାରେ ଦେଶିବେହେରା ଙ୍କ ଘର ଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ମାଆ ବୁଢୀ ଠାକୁରାଣୀ ଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରିଥିଲେ । ମାଆଙ୍କ ଆଜ୍ଞାମାଳ ପରେ ଦେଶିବେହେରା ଙ୍କ ଘରକୁ ଫେରି ଯାତ୍ରାସ୍ଥଳ ନିକଟରେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି ।

ମାର୍ଚ୍ଚ ମାସ 29 ତାରିଖ ଠାରୁ ଏପ୍ରେଲ୍ ମାସ 29 ତାରିଖ ପର୍ଯ୍ୟନ୍ତ 32 ଦିନ ଧରି ଯାତ୍ରା ଅନୁଷ୍ଠିତ ହେବ ବୋଲି ଯାତ୍ରା ମୁଖ୍ଯ ଦେଶିବେହେରା ଓ ବାସୁଦେବ ଶାସ୍ତ୍ରୀ ସିଦ୍ଧାନ୍ତି କହିଛନ୍ତି । ସେପଟେ ପରମ୍ପରା ଅନୁସାରେ ପୁରୁଣା ବ୍ରହ୍ମପୁର ବାଉରି ସାହିରୁ ସାତ ଗଣ୍ଠି ବିଶିଷ୍ଟ କେନା ବାଉଁଶ କୁ ଆଣି ପୃଷ୍ଟି ସଂପ୍ରଦାୟ ଘରେ ରଖିଥାନ୍ତି । ଦେଶିବେହେରା ଙ୍କ ନିମନ୍ତ୍ରଣ ପରେ ବାଉଁଶ କୁ ହଳଦି ଚନ୍ଦନ ସହ ପୂଜାର୍ଚ୍ଚନା କରିବା ପରେ ବାଉଁଶ କୁ ଦେଶିବେହେରା ଙ୍କ ଘରକୁ ଅଣାଯାଇଥାଏ । ପରେ ମାଆଙ୍କ ମନ୍ଦିର କୁ ଯାଇ ପୂଜାର୍ଚ୍ଚନା କରି ବାଉଁଶ କୁ ଆଣି ଯାତ୍ରା ସ୍ଥଳରେ ସ୍ଥାପନା କରାଯାଇ ଯାତ୍ରାର ଶୁଭ ପଡିଥିବା ପରମ୍ପରା ଥିବା କହିଛନ୍ତି ନୀଳମଣି ପୃଷ୍ଟି ।

ଶୁଭ ଖୁଣ୍ଟି ସ୍ଥାପନ ପରେ ରେଶମ ସହର ବ୍ରହ୍ମପୁର ରେ ଆନନ୍ଦ ର ଲହରୀ ଖେଳି ଯାଇଛି । ସବୁଠି ହସ୍ତାନ୍ତର ଊଲ୍ଲାସ ର ମାହୋଲ୍ ଦେଖିବାକୁ ମିଳିଛି । ଏଭଳି ଅପୂର୍ବର ମୁହୂର୍ତ୍ତ ଆସିଯାଇଥିବାରୁ ବହୁତ ଖୁସି ଲାଗୁଛି । ଏବେ କେବଳ ମାଆଙ୍କ ଆସିବା ବାଟକୁ ଅପେକ୍ଷା କରିଥିବା କହିଛନ୍ତି ସହରବାସୀ,  ବିଧାୟକ,  ନେତା ।

   Related Posts