ପାକିସ୍ତାନର ଏହି ମନ୍ଦିରରୁ ଆରମ୍ଭ ହୋଇଥିଲା ଭାରତରେ ହୋଲି ପାଳନର ପ୍ରଥା

Published By : Prameya-News7 Bureau | March 07, 2020 IST

ଭାରତୀୟ ସଂସ୍କୃତିରେ ରଙ୍ଗର ପର୍ବ ହୋଲି ସାରା ଦେଶରେ ଧୁମ ଧାମରେ ପାଳିତ ହୁଏ। ତେବେ ଜାଣନ୍ତି କି ଏହି ପର୍ବର ପ୍ରାରମ୍ଭ କେଉଁଠୁ ହୋଇଥିଲା। ଏହି ପର୍ବର ପ୍ରାରମ୍ଭ ପ୍ରଥମେ ମୁଲତାନ (ଏବେକାର ପାକିସ୍ତାନ) ପ୍ରାନ୍ତର ଭଗବାନ ବିଷ୍ଣୁ ମନ୍ଦିରରୁ ହୋଇଥିଲା। ଏଠାରେ ଅବସ୍ଥିତ ଭକ୍ତ ପ୍ରହ୍ଲାଦ ମନ୍ଦିରରେ ଦେଶରେ ପ୍ରଥମ ହୋଲି ପର୍ବ ପାଳନ ହୋଇଥିଲା। ପାକିସ୍ତାନ ମୁଲତାନରେ ଥିବା ଏହି ମନ୍ଦିରକୁ ପ୍ରହ୍ଲାଦପୁରୀ ମଧ୍ୟ କୁହାଯାଏ। ହୋଲି ପର୍ବ ଲାଗି ଏଠାରେ ସ୍ୱତନ୍ତ୍ର ପୂଜର୍ଚ୍ଚନା ସହ ଦୁଇ ଦିନ ହୋଲିକା ଦହନ ପର୍ବ ଅନୁଷ୍ଠିତ ହୁଏ।

{"id":234241,"sizeSlug":"large"}

ଏହି ଦିନ ପାକିସ୍ତାନ ପୂର୍ବ ପଞ୍ଜାବ ଓ ପଶ୍ଚିମ ପଞ୍ଜାବରେ ମାଠିଆ ଭଙ୍ଗା ଉତ୍ସବ ମଧ୍ୟ ପାଳନ ହୁଏ। ମହାରାଷ୍ଟ୍ର ଗଣେଶ ଉତ୍ସବ ବେଳେ ଆୟୋଜନ କରାଯାଉଥିବା କାର୍ଯ୍ୟକ୍ରମ ଭଳି ଏଠାରେ ମଧ୍ୟ ବେଶ୍ ଉଚ୍ଚରେ ମାଠିଆ ଟଙ୍ଗା ଯାଏ। ଲୋକେ ଏଠାରେ ମାନବ ପିରାମିଡ କରି ମାଠିଆ ଭାଙ୍ଗିଥାନ୍ତି। ଏଠାରେ ହୋଲି ଉତ୍ସବକୁ ଲୋକେ ଚୌକ-ପୂର୍ଣ୍ଣା ଭାବେ ପାଳନ କରନ୍ତି।

{"id":234242,"sizeSlug":"large"}

ମନ୍ଦିର ସମ୍ପର୍କରେ ରହିଥିବା ମାନ୍ୟତା ଅନୁସାରେ ଏହିଠାରେ ଭଗବାନ ବିଷ୍ଣୁ ନରସିଂହ ରୂପରେ ଖମ୍ବରୁ ବାହାରି ହିରଣ୍ୟକଶିପୁ ବିଦାରିଥିଲେ। ଏହା ପରେ ହିରଣ୍ୟକଶିପୁଙ୍କ ପୁତ୍ର ଭକ୍ତ ପ୍ରହ୍ଲାଦ ନିଜେ ଏଠାରେ ନୃସିଂହ ମନ୍ଦିରର ନିର୍ମାଣ କରାଇଥିଲେ। ଏଣୁ ତତ୍କାଳୀନ ଭାରତର ଏହି ସ୍ଥାନରୁ ହୋଲିକା ଦହନ ଓ ହୋଲି ପର୍ବ ପାଳନର ପ୍ରଥା ଆରମ୍ଭ ହୋଇଥିବାର ବିଶ୍ୱାସ ଏବେ ବି ଲୋକମତରେ ପ୍ରଚଳିତ ରହିଆସିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.