ବଲିଉଡ୍ ଷ୍ଟାର୍‌ଙ୍କୁ ପଛରେ ପକାଇ ଦେଲେ ହଲିଉଡ୍‌ ଅଭିନେତ୍ରୀ : କରୋନା ମୁକାବିଲା ପାଇଁ ଦେଲେ ୧୦ ଲକ୍ଷ ଡଲାର

Published By : Prameya-News7 Bureau | March 28, 2020 IST

ଲସ୍ ଆଞ୍ଜେଲସ୍ ୨୮।୩: ଗୋଟିଏ ପଟେ କରୋନା ମୁକାବିଲା ନେଇ ସହାୟତା ନକରି ବଲିଉଡ୍ ର ନାମିଦାମୀ ଷ୍ଟାର୍ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେଉଥିବା ବେଳେ ହଲିଉଡ୍ ର ଦୁଇ ଅଭିନେତ୍ରୀ ଏବଂ ବିଜିନେସ୍ ଓ୍ବିମେନ୍ ବଢାଇଛନ୍ତି ସହାୟତାର ହାତ । କରୋନା ଭାଇରସ୍ ପ୍ରକୋପକୁ ଦେଖି ହଲିଉଡ୍ ଅଭିନେତ୍ରୀ ଆଞ୍ଜେଲିନା ଜୋଲି ଏବଂ ବ୍ୟବସାୟୀ କାଇଲି ଜେନେର ପ୍ରତ୍ୟେକ ୧୦-୧୦ ଲକ୍ଷ ଆମେରିକୀୟ ଡଲାର ପ୍ରଦାନ କରିଛନ୍ତି । ‘ନୋ କିଡ୍ ହଙ୍ଗ୍ରି’ ନାମକ ଏକ ଏନଜିଓକୁ ଆଞ୍ଜେଲିନା ୧୦ ଲକ୍ଷ ଆମେରିକୀୟ ଡଲାର ଦେଇଥିବାବେଳେ ଜେନେର ଲସ୍ ଆଞ୍ଜେଲେସ୍ ଡାକ୍ତରଖାନାଗୁଡିକରେ ଚିକିତ୍ସା ସାମଗ୍ରୀ କିଣିବା ପାଇଁ ଅର୍ଥ ରାଶି ପ୍ରଦାନ କରିଛନ୍ତି ।

wp:html https://www.instagram.com/p/B-P0ZTRlgXw/?igshid=7n2h4kvgouqf /wp:html

‘ଇ ନ୍ୟୁଜ୍’ ରିପୋର୍ଟରେ ଆଞ୍ଜେଲିନା କହିଛନ୍ତି ଯେ, ଏହି ସପ୍ତାହ ସୁଦ୍ଧା ଏକ ଅରବରୁ ଅଧିକ ଶିଶୁ କରୋନା ଭାଇରସ୍ ଲକ୍ ଡାଉନ୍ କାରଣରୁ ସ୍କୁଲରୁ ବାହାରେ ଅଛନ୍ତି । ଆମେରିକାର ପ୍ରାୟ ୨.୨ କୋଟି ଶିଶୁ ଖାଦ୍ୟ ସହାୟତା ଉପରେ ନିର୍ଭର କରୁଛନ୍ତି । ଏଥିମଧ୍ୟରେ ସେହି ପିଲାମାନେ ଅଛନ୍ତି ଯେଉଁମାନେ ବିଦ୍ୟାଳୟରେ ମିଳୁଥିବା ଯତ୍ନ ଏବଂ ପୁଷ୍ଟିକର ଖାଦ୍ୟ ଉପରେ ନିର୍ଭର କରନ୍ତି ।‘ନୋ କିଡ୍ ହଙ୍ଗ୍ରି’ କ୍ରମାଗତ ଭାବରେ ଅତି ଅଭାବୀ ପିଲାମାନଙ୍କ ନିକଟରେ ପହଞ୍ଚିବାକୁ ପ୍ରୟାସ ଜାରି ରଖିଛି ।

wp:html https://www.instagram.com/p/B-KiUEKnGgd/?igshid=195a0cry4oytl /wp:html

କସମେଟିକ୍ସ କମ୍ପାନୀ କାଇଲି କସମେଟିକ୍ସର ପ୍ରତିଷ୍ଠାତା ତଥା ମାଲିକ କାଇଲି ଜେନେରଙ୍କ ସହାୟତା ନେଇ ବିଲିୟନେୟାର ଡାକ୍ତର ଥାଇସ ଆଲିଆବାଦି ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଜେନେର ଆମକୁ ୧୦ ଲକ୍ଷ ଆମେରିକୀୟ ଡଲାର ପ୍ରଦାନ କରିଛନ୍ତି ଯେଉଁଥିରେ ଆମକୁ ହଜାରେ ମାସ୍କ ଏବଂ ଅନ୍ୟାନ୍ୟ ସୁରକ୍ଷା ପ୍ରଦାନକାରୀ ସାମଗ୍ରୀ କିଣିବାରେ ସାହାଯ୍ୟ ମିଳିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.