ପର୍ଣ୍ଣ ଇଣ୍ଡଷ୍ଟ୍ରି ଅନୁକରଣରେ କରୋନା ଭାଇରସ୍ ମହାମାରୀରୁ ମୁକୁଳି ପାରେ Hollywood

Published By : Prameya-News7 Bureau | May 15, 2020 IST

କରୋନା ସଂକ୍ରମଣ ସାରା ବିଶ୍ୱକୁ ଆଣ୍ଠୁମାଡି ବସେଇ ଦେଇଛି। ସଂକ୍ରମଣ ଶୃଙ୍ଖଳ ଛିନ୍ନ କରିବାକୁ ସୋସିଆଲ ଡିଷ୍ଟାନସିଂ ଉପରେ ଗୁରୁତ୍ୱ ଦିଆଯାଉଛି। ଏଣୁ ସବୁ ଉଦ୍ୟୋଗ ଭଳି ଏଣ୍ଟରଟୈନମେଣ୍ଟ ଉଦ୍ୟୋଗ ମଧ୍ୟ ଗୁରୁତର ପ୍ରଭାବିତ ହୋଇଛି। କେବଳ କଳାକାର ନୁହଁନ୍ତି ଉଦ୍ୟୋଗ ଉପରେ ଭରସା କରୁଥିବା ହଜାର ହଜାର ନିର୍ଦ୍ଦେଶକ, ଟେକ୍ନିସିଆନ, ଶ୍ରମିକ ଏବେ ହାତ ବାନ୍ଧି ବସିଛନ୍ତି। ବିଶ୍ୱ ମନୋରଞ୍ଜନରେ ହଲିଉଡର ସ୍ଥାନ ଅଦ୍ୱିତୀୟ। କୋଭିଡ-୧୯ ଯେଉଁଭଳି ବ୍ୟାପିବାରେ ଲାଗିଛି ଏଥିରେ ହଲିଉଡ୍ ପୁଣି ଥରେ ବ୍ଲକବୁଷ୍ଟର ସହ ମନୋରଞ୍ଜନ ଦୁନିଆରେ ପାଦ ଥାପିବ ପ୍ରଯୋଜକ ବି ଆଶା କରିପାରୁନାହାନ୍ତି। ତେବେ ୧୯୯୦ରେ ଲସଏଞ୍ଜେଲସ୍ ପର୍ଣ୍ଣ ଇଣ୍ଡଷ୍ଟ୍ରି ଆପଣେଇଥିବା ମାର୍ଗ ଏବେ ହୁଏତ ଏବେ ହଲିଉଡ୍ ଲାଗି ଉପାଦେୟ ହୋଇପାରେ ବୋଲି କୁହାଯାଉଛି।

{"id":270481,"width":580,"height":469,"sizeSlug":"large"}

ଗତ ଶତାବ୍ଦୀର ୯୦ ଦଶକ ପ୍ରାରମ୍ଭରେ ବିଶ୍ୱକୁ ଏଚଆଇଭି ଏଡସ୍‌ର ଆଗମନ ହୋଇଥିଲା। ଯୌନ ସଂକ୍ରମଣରେ ବ୍ୟାପୁଥିବା ଭୂତାଣୁ ସମ୍ପର୍କରେ ଜଣାପଡିବା ପୂର୍ବରୁ ଅନେକ ସଂକ୍ରମିତ ହୋଇସାରିଥିଲେ। ଅନେକ ଲୋକ ଏଚଆଇଭି ଏଡସ୍‌ରେ ପ୍ରାଣ ହରାଇବା ବିଶ୍ୱବ୍ୟାପୀ ଆତଙ୍କ ସୃଷ୍ଟି କରିଥିଲା। ଏପରି ଭୟାବହ ପରିସ୍ଥିତିରେ ବି ଠପ ହୋଇନଥିଲା ପର୍ଣ୍ଣ ଇଣ୍ଡଷ୍ଟ୍ରି। ତେବେ ଏଥିପାଇଁ ସେତେବେଳେ ଇଣ୍ଡଷ୍ଟ୍ରି ଯେଉଁ ପ୍ରୋଟୋକଲ ଆପଣେଇଥିଲା ତାହା ହଲିଉଡ କୋଭିଡ-୧୯ ମହାମାରୀରେ ଆପଣେଇ ପାରିଲେ ଶୋଇ ଯାଇଥିବା ଉଦ୍ୟୋଗ ପୁଣି ଉଠିପାରେ ବୋଲି ଆଶା କରାଯାଉଛି।

{"id":270482,"sizeSlug":"large"}

ଏଚଆଇଭି ଭଳି କୋଭିଡ ବ୍ୟାପିବା ବେଳେ ମଧ୍ୟ ଇଣ୍ଡଷ୍ଟ୍ରି ନିଜକୁ ପୂର୍ବପରି ପ୍ରସ୍ତୁତ କରିନେଥିବା ୟୁଏସ୍ ଅଡଲ୍ଟ ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରି ଟ୍ରେଡ ଆସୋସିଏସନ ଫ୍ରି ସ୍ପିଚ୍‌ ମୁଖପାତ୍ର ମାଇକ୍ ଷ୍ଟାବିଲ୍ କହିଛନ୍ତି। ଇଣ୍ଡଷ୍ଟ୍ରିରେ ଟେଷ୍ଟିଂର ପୂର୍ଣ୍ଣ ଇତିହାସ ସାଙ୍ଗକୁ କଣ୍ଟ୍ରାକ୍ଟ ଟ୍ରେସିଂ ବିସ୍ତୃତ ବିବରଣୀ ଆମେ ଜୁଟାଇ ସାରିଥିଲୁ ଏବଂ ସେହି ଅନୁସାରେ ପ୍ରଡକ୍ସନ ସଟଡାଉନ ମଧ୍ୟ ହୋଇଥିବା ଷ୍ଟାବିଲ କହିଛନ୍ତି।  ସେ କହିଛନ୍ତି ଯେ ନିଶ୍ଚିତ ଭାବେ ଏହା ଏକ ଭିନ୍ନ ଭୂତାଣୁ ଏଣୁ ସଂକ୍ରମଣ ଜନିତ ବିପଦ ମଧ୍ୟ ଭିନ୍ନ ପ୍ରକାର। ହେଲେବି ସାଧାରଣ ଭାବେ ଆମେ ଯାହା ବୁଝିଥିଲୁ କାମ କରିବା ସହ ନିଜକୁ ନିଜେ ସୁରକ୍ଷିତ ରଖିବୁ, ଯେମିତି ଏଚଆଇଭି ସଂକ୍ରମଣ ବେଳେ ହୋଇଥିବା ବୋଲି କହିଛନ୍ତି ଷ୍ଟାବିଲ୍‌।

{"id":270483,"sizeSlug":"large"}

ଷ୍ଟାବିଲ କହିଛନ୍ତି ଯେ ୧୯୯୦ ମସିହାରେ ଜନୈକ କଳାକାର ଏଚଆଇଭି ପରୀକ୍ଷଣ କରିବା ବେଳେ ପଜେଟିଭ୍ ଚିହ୍ନଟ ହୋଇଥିଲେ। ତାଙ୍କ ସହ ଅଭିନୟ କରି ଅନ୍ୟ କଳାକାର ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ପ୍ରଥମ କରି ପ୍ରଟୋକଲର ସ୍ଥାପନା ହୋଇଥିଲା। ସେତେବେଳର ଜନୈକା ପର୍ଣ୍ଣ ଅଭିନେତ୍ରୀ ସାରୋନ ମିସେଲ କଳାକାରଙ୍କ ଲାଗି ପରଫର୍ମର ଆଭେଲେବିଲିଟି ସିଡ୍ୟୁଲିଂ ସର୍ଭିସ(ପିଏଏସଏସ୍) ଆରମ୍ଭ କରିଥିଲେ। ଏଥିରେ ସେ ପ୍ରତି ୧୪ ଦିନରେ କଳାକାରଙ୍କର ପରୀକ୍ଷଣ ବାଧ୍ୟତାମୂଳକ କରାଇଥିଲେ। ଏଥିରୁ ପ୍ରାପ୍ତ ରିପୋର୍ଟର ଏକ ଡାଟାବେସ୍ ପ୍ରସ୍ତୁତ ହୋଇଥିଲା ଯାହା ପ୍ରଯୋଜକମାନଙ୍କୁ କଳାକାରଙ୍କୁ ନେଇ କାର୍ଯ୍ୟ କରିବାରେ ବେଶ ସହାୟତା କରିଥିଲା । ପିଏଏସଏସ୍ ହୋଇ ନଥିଲେ ହୁଏତ ଏଚଆଇଭି ଏଡସ୍‌ ରେ ଅଡଲ୍ଟ ଫିଲ୍ମ ଇଣ୍ଡଷ୍ଟ୍ରି ସବୁଦିନ ଲାଗି ବନ୍ଦ ହୋଇଯାଥାନ୍ତା ବୋଲି ଷ୍ଟାବିଲ୍ କହିଛନ୍ତି।

{"id":270484,"width":579,"height":382,"sizeSlug":"large"}

ତେବେ ଏଚଆଇଭି ଅପେକ୍ଷା କରୋନା ବେଶ୍ ସହଜରେ ସଂକ୍ରମଣ ହେଉଛି, ଯାହାକି ଏକ ଜଟିଳ ସମସ୍ୟା ବୋଲି କହିଛନ୍ତି ଷ୍ଟାବିଲ୍‌। ଭୂତାଣୁ ସଂକ୍ରମଣରେ ସବୁ ଉଦ୍ୟୋଗ ଲାଗି ଆହ୍ୱାନ ଭିନ୍ନ। ହେଲେବି କେତେକ କ୍ଷେତ୍ରରେ ସାମଞ୍ଜସ୍ୟ ବି ରହୁଛି। ଏଣୁ ପରସ୍ପରକୁ ଅଧ୍ୟୟନ କରି ପରିସ୍ଥିତିର ମୁକାବିଲା କରାଯାଇପାରେ ବୋଲି ଷ୍ଟାବିଲ କହିଛନ୍ତି। ହେଲେ ହଲିଉଡ୍ କିନ୍ତୁ ଚୁପ୍ ବସିନି। ପ୍ରଡକ୍ସନ ପୁଣି ଆରମ୍ଭ କରିବା ପାଇଁ ଅଭିନେତା, ନିର୍ଦ୍ଦେଶଙ୍କଠୁ ଆରମ୍ଭ କରି ମେକଅପ୍ ଆର୍ଟିଷ୍ଟଓ  କ୍ୟାମେରା କ୍ରିୟୁ ମାନସ ମନ୍ଥନ କରୁଛନ୍ତି। ଏଥିରେ ଭିନ୍ନ ଭିନ୍ନ ଗୋଷ୍ଠୀ ଭିନ୍ନ ଭିନ୍ନ ପରାମର୍ଶ ମଧ୍ୟ ଦେଉଛନ୍ତି। ଯେଉଁଥିରେ ସୁଟିଂ ଅବଧିରେ କାଷ୍ଟ ଏବଂ କ୍ରିୟୁଙ୍କ କ୍ୱାରେଣ୍ଟାଇନ, ସୁଟିଂ ସେଟ୍‌ରେ ଡାକ୍ତରଙ୍କ ଉପସ୍ଥିତି, ପ୍ରତି ୧୨ ଘଣ୍ଟାରେ ଶରୀରର ତାପମାତ୍ରା ଯାଞ୍ଚ, ପ୍ରତିବଦଳରେ ଏକ୍ସଟ୍ରାଙ୍କ ଅଧିକ ଉପଯୋଗ ଏପରିକି ଭିଡ ଦୃଶ୍ୟ ଲାଗି କମ୍ପ୍ୟୁଟର ପ୍ରସ୍ତୁତ ଇମେଜରୀ ଆଦିର ପରାମର୍ଶ ମଧ୍ୟ ରହିଛି। ତେବେ ଯାହା ବି ହେଉନା କାହିଁକି ବିଭିନ୍ନ ଦେଶରେ ପ୍ରେକ୍ଷାଳୟ ଖୋଲିବା ପରେ ହିଁ ଏ ନେଇ ଯାହା କିଛି ନିଷ୍ପତ୍ତି ହେବ ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.