୨୭ମହଲାରୁ ଡେଇଁ ଆତ୍ମହତ୍ୟା କଲେ ହଲିଉଡ ପ୍ରଡ୍ୟୁସର : ଡିପ୍ରେସନ କାରଣରୁ ହାରିଲେ ଜୀବନ

Published By : Prameya-News7 Bureau | June 23, 2020 IST

ନୂଆଦିଲ୍ଲୀ ୨୩/୬: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ପରଲୋକର ଦୁଃଖକୁ ଏବେ ସୁଦ୍ଧା କେହି ଭୁଲି ପାରିନଥିବାବେଳେ ପୁଣି ଥରେ ଏପରି ଏକ ଖବର ଲୋକଙ୍କୁ ଦୁଃଖୀ କରି ଦେଇଛି। ଏହି ଖବରଟି ହଲିଉଡରୁ ଆସିଛି। ହଲିଉଡ ପ୍ରଡ୍ୟୁସର ଷ୍ଟିଭ ବିଙ୍ଗ୍ ୨୭ମହଲାରୁ ଡେଇଁ ଆତ୍ମହତ୍ୟା କରିଛି। କୁହାଯାଉଛି ଯେ ସେ କରୋନା ଭାଇରସ୍ ଯୋଗୁଁ ଆଇସୋଲେସନରେ ଥିଲେ ଏବଂ ଏହି କାରଣରୁ ଡିପ୍ରେସନରେ ଥିଲେ।

{"id":290469,"sizeSlug":"large"}

ହଲିଉଡ ପ୍ରଡ୍ୟୁସର ଷ୍ଟିଭ ବିଙ୍ଗ୍ ଗତ କିଛି ଦିନ ହେବ ଡିପ୍ରେସନରେ ଥିଲେ। ତାଙ୍କୁ ମାତ୍ର ୫୫ବର୍ଷ ବୟସ ହୋଇଥିଲା। ସୂଚନା ଅନୁଯାୟୀ ସୋମବାର ପାଖାପାଖି ୧ଟାରେ ସେ ଲସ୍ ଆଞ୍ଜେଲସର ସେଞ୍ଚୁରୀ ସିଟିରେ ଏକ ଲକ୍ସରି ଆପାର୍ଟମେଣ୍ଟର ୨୭ମହଲାରୁ ଡେଇଁ ପଡ଼ିଥିଲେ ଯାହା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତାଙ୍କ ପରଲୋକ ପରେ ହଲିଉଡରେ ଶୋକର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକ ତାଙ୍କୁ ମନେ ପକାଇ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।

{"id":290471,"sizeSlug":"large"}

‘ଦ ପୋଲାର ଏକ୍ସପ୍ରେସ୍’ ଏବଂ ବିୟୋଉଲ୍ଫ ଭଳି କେତେକ ଫିଲ୍ମକୁ ସେ ପ୍ରଡ୍ୟୁସ୍ କରିଥିଲେ। ସେ ‘ଦ ପୋଲାର ଏକ୍ସପ୍ରେସ’ରେ ୮୦ମିଲିୟନ୍ ଡଲାରରୁ ଅଧିକ ଇନଭେଷ୍ଟ କରିଥିଲେ ଯାହା କ୍ରିସମସର ଆନିମେସନ୍ ବଜେଟର ପାଖାପାଖି ଅଧା ଥିଲା।

{"id":290474,"sizeSlug":"large"}

ସୂଚନା ଅନୁଯାୟୀ ଷ୍ଟିଭ ଗତ କିଛି ଦିନରୁ ଆଇସୋଲେସନରେ ଥିଲେ ଯାହା ଫଳରେ ସେ ଲୋକଙ୍କ ସହ ମିଳାମିଶା କରିପାରୁନଥିଲେ। ଏହି କାରଣ ଯୋଗୁଁ ସେ ଡିପ୍ରେସନର ଶିକାର ହୋଇଯାଇଥିଲେ। ଷ୍ଟିଭ ବିଙ୍ଗ୍ ୨୦୦୧ମସିହାରେ ଅଭିନେତ୍ରୀ ଏବଂ ମଡେଲ୍ ଏଲିଜାବେଥ ହର୍ଲିଙ୍କ ସହ ରିଲେସନଶିପରେ ଥିଲେ। କିନ୍ତୁ ଉଭୟଙ୍କ ସମ୍ପର୍କ ବେଶୀ ଦିନ ଯାଏଁ ତିଷ୍ଠି ପାରିନଥିଲା।

{"id":290475,"sizeSlug":"large"}

ଷ୍ଟିଭ ବିଙ୍ଗଙ୍କ ଦୁଇ ପିଲା ଅଛନ୍ତି। ବିଙ୍ଗଙ୍କୁ ନିଜ ୧୮ତମ ଜନ୍ମଦିନରେ ନିଜ ଜେଜେବାପାଙ୍କ ପ୍ରପର୍ଟି ଟାଇଫୁନ ଲିୟୋ ଏସ୍ ବିଙ୍ଗରୁ ପାଖାପାଖି ୬୦୦ମିଲିୟନ୍ ଡଲାର ସମ୍ପତ୍ତି ପିଲାଦିନେ ମିଳିଥିଲା। ଏହି ସମ୍ପତ୍ତିରେ ହିଁ ଲସ୍ ଆଞ୍ଜେଲସ କାଉଣ୍ଟି ମ୍ୟୁଜିୟମ୍ ଅଫ୍ ଆର୍ଟର ବିଙ୍ଗ୍ ଥିଏଟରର ନାଁ ରଖାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.