ଏହି ହଲିଉଡ ଅଭିନେତ୍ରୀଙ୍କ ଉପରେ ଏବେ ଫିଦା ସାଉଦୀ ରାଜକୁମାର, ଜାଣନ୍ତୁ ଗିଫ୍ଟରେ ଦେଇଛନ୍ତି କ'ଣ

Published By : Prameya-News7 Bureau | November 03, 2019 IST

ଆମେରିକୀୟ ଅଭିନେତ୍ରୀ ଲିଣ୍ଡସେ ଲୋହାନ ଆଜିକାଲି ସାଉଦୀ ପ୍ରିନ୍ସଙ୍କୁ ନେଇ ଖୁବ୍ ଚର୍ଚ୍ଚାରେ। କୁହାଯାଉଛି ମହମ୍ମଦ ବିନ ସଲମାନ ତାଙ୍କ ପ୍ରାଇଭେଟ୍ ଜେଟ୍ ରେ ଲୋହାନଙ୍କୁ ଭେଟିବାକୁ ଯାଉଛନ୍ତି ଓ ତାଙ୍କୁ ଅନେକ ଦାମୀଦାମୀ ଉପହାର ଦେଉଛନ୍ତି। ଏପରିକି ତାଙ୍କୁ ଏମବିଏସ୍ ଏକ କ୍ରେଡିଟ୍ କାର୍ଡ ଉପହାର ଦେଇଥିବା ମଧ୍ୟ ଶୁଣାଯାଉଛି। ତେବେ ଲୋହାନଙ୍କ ରିପ୍ରେଜେଣ୍ଟେଟିଭ ଏହା ସବୁ ଶୁଣା କଥା ବୋଲି କହିଛନ୍ତି। ସେହିପରି ସାଉଦୀ ପ୍ରିନ୍ସଙ୍କ ସହ ଲିଣ୍ଡସେଙ୍କର କୌଣସି ସମ୍ପର୍କକୁ ତାଙ୍କ ପିତା ମାଇକେଲ ଲୋହାନ ମଧ୍ୟ ଅସ୍ୱୀକାର କରିଛନ୍ତି।

{"id":178628}

ମାଇକେଲଙ୍କ ଅନୁସାରେ ଫର୍ମୁଲା ୱାନ ରେସିଂରେ ଲିଣ୍ଡସେଙ୍କ ସହ ଏମବିଏସ୍ ଙ୍କର ସାକ୍ଷାତ ହୋଇଥିଲା। ବାସ୍ ସେମାନଙ୍କର ସମ୍ପର୍କ ସେତିକି। ତାଠାରୁ ଅଧିକ କିଛି ନୁହେଁ। ହେଲେ ମିଡିଆ ରିପୋର୍ଟରେ ସେମାନଙ୍କ ଆଫାୟାର୍ସ ନେଇ ଚର୍ଚ୍ଚାକୁ ଅଗ୍ରାହ୍ୟ କରିଦେଇଛନ୍ତି। ମଧ୍ୟପ୍ରାଚ୍ୟରେ କେବଳ ଏମବିଏସ୍ ନୁହଁନ୍ତି ଅନେକ ପ୍ରଭାବଶାଳୀ ଲୋକେ ମଧ୍ୟ ଲିଣ୍ଡସେଙ୍କୁ ଜାଣନ୍ତି। କାରଣ ଲିଣ୍ଡସେ ଏବେ ମଧ୍ୟପ୍ରାଚ୍ୟରେ ଶରଣାର୍ଥୀଙ୍କ ଲାଗି କାମ କରୁଛନ୍ତି।

{"id":178629}

ଲିଣ୍ଡସେ ଚଳାଇଥିବା କାର୍ଯ୍ୟକ୍ରମ ଲାଗି ଏମବିଏସ୍ ଙ୍କୁ ଭେଟିଥିବା ମାଇକେଲ କହିଛନ୍ତି । ଗୃହଯୁଦ୍ଧ ବିଧ୍ୱଂସ୍ତ ସିରିଆରେ ବି ଲିଣ୍ଡସେ ଲୋହାନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେବେ ଲିଣ୍ଡସେ ଚଳାଇବା ଜନହିତକର କାର୍ଯ୍ୟ ନେଇ କେବେ ଗଣମାଧ୍ୟମ ଚର୍ଚ୍ଚା କରିନଥିବା ବେଳେ ଏଭଳି କାର୍ଯ୍ୟ ଲାଗି ବଡବଡ ଲୋକଙ୍କୁ ଭେଟିବା ଖବରକୁ କଦର୍ଥ କରି ପ୍ରକାଶ କରୁଥିବା କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.