ହଲିଉଡ୍‌ରେ କରୋନା : ଅଭିନେତା ଟମ୍ ହ୍ୟାଙ୍କସ ଏବଂ ପତ୍ନୀ ରୀତା ୱିଲସନଙ୍କ ରକ୍ତ ନମୁନା ପଜିଟିଭ୍

Published By : Prameya-News7 Bureau | March 12, 2020 IST

ନୂଆଦିଲ୍ଲୀ ୧୨।୩: ହଲିଉଡ ଅଭିନେତା ଟମ୍ ହ୍ୟାଙ୍କସ ଏବଂ ତାଙ୍କ ପତ୍ନୀ ରୀତା ୱିଲସନ ଉଭୟ କରୋନା ଭାଇରସ୍ ସଂକ୍ରମିତ ହୋଇଛନ୍ତି । ଏହି ଦମ୍ପତ୍ତି ପ୍ରଥମ ସେଲିବ୍ରିଟି, ଯେଉଁମାନେ ସେମାନଙ୍କର ସଂକ୍ରମିତ ନେଇ ସାର୍ବଜନୀନ ହୋଇଛି ।

{"id":236875,"sizeSlug":"large"}

ହ୍ୟାଙ୍କ୍ କହିଛନ୍ତି ଯେ, ତାଙ୍କୁ ଏବଂ ୱିଲସନ ଉଭୟଙ୍କ ବୟସ ୬୩ ବର୍ଷ । ଅଷ୍ଟ୍ରେଲିଆରେ ଥିବାବେଳେ ସେମାନେ ଜ୍ବରରେ ଆକ୍ରାନ୍ତ ହୋଇଥିଲେ ଏବଂ ବର୍ତ୍ତମାନ ସେମାନଙ୍କୁ ଆଇସୋଲେସନରେ ରଖାଯାଇ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଉଛି ।

{"id":236876,"sizeSlug":"large"}

ସେ ସୋସିଆଲ ମିଡିଆରେ ପୋଷ୍ଟରେ ଲେଖିଛନ୍ତି ଯେ, ବର୍ତ୍ତମାନ ବିଶ୍ବର କରୋନା ଭାଇରସ୍ ବ୍ୟାପୁଥିବାରୁ ସେମାନଙ୍କର କରୋନା ଭାଇରସ୍ ପରୀକ୍ଷା କରାଯାଇଥିଲା । ରିପୋର୍ଟ ପଜିଟିଭ ଥିବା ଜଣାପଡିଥିଲା ।

{"id":236878,"sizeSlug":"large"}

ପରବର୍ତ୍ତୀ ସମୟରେ କ’ଣ କରିବେ ? ମେଡିକାଲ ଅଧିକାରୀଙ୍କ ପାଖରେ ପ୍ରୋଟୋକଲ ରହିଛି ଯାହାକୁ ଅନୁସରଣ କରିବା ଜରୁରୀ । ଜନସ୍ବାସ୍ଥ୍ୟ ଏବଂ ନିରାପତ୍ତା ଦୃଷ୍ଟିରୁ ଆମେ ଆଇସୋଲେସନରେ ରହିବୁ । ସେ ବିଶ୍ବକୁ “ପୋଷ୍ଟ ଏବଂ ଅପଡେଟ୍”ରଖିବେ ବୋଲି କହିଛନ୍ତି ଏହି ଅଭିନେତା ।

{"id":236879,"sizeSlug":"large"}

ଏଭଳି ସ୍ଥିତିରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ପଦକ୍ଷେପ ନେଇଛନ୍ତି । ୟୁରୋପୀୟଙ୍କୁ ଆମେରିକା ମନା କରାଯାଇଛି । ଆସନ୍ତା ୩୦ ଦିନ ପାଇଁ ୟୁରୋପରୁ ଆମେରିକା ପର୍ଯ୍ୟନ୍ତ ସମସ୍ତ ଯାତ୍ରା ସ୍ଥଗିତ ରଖାଯାଇଛି । କରୋନାକୁ ଦୃଷ୍ଟିରେ ରଖି ୱାଶିଂଟନ୍ ଷ୍ଟେଟ୍ ଇମେର୍ଜେନ୍ସି ଜାରି କରିଛି ।

{"id":236881,"width":577,"height":384,"sizeSlug":"large"}

ଅନ୍ୟପଟେ ଗାୟକ ସେଲିନ୍ ଡିଅନ୍ ଘୋଷଣା କରିଛନ୍ତି ଯେ, ତାଙ୍କର ଦୁଇଟି ଶୋ ନଭେମ୍ବରକୁ ଘୁଞ୍ଚାଇ ଦିଆଯାଉଛି । କାରଣ ସେ ଥଣ୍ଡା ଅନୁଭବ କରିଥିଲେ। କିନ୍ତୁ ତାଙ୍କର କରୋନା ଭାଇରସ୍ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.