ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ହୋଲି, ଜାଣନ୍ତୁ ଦେଶରେ ଆରମ୍ଭ ହେଲା କେବେ?

Published By : Prameya-News7 Bureau | March 08, 2020 IST

ରଙ୍ଗର ଉତ୍ସବ ହୋଲି ଫଗୁଣମାସ ପୂର୍ଣ୍ଣିମା ଦିନରୁ ଆରମ୍ଭ ହୁଏ। ଉଚ୍ଚାଙ୍ଗ ସଙ୍ଗୀତ ସାଙ୍ଗକୁ ଢୋଲ, ମାର୍ଦ୍ଦଳର ତାଳେ ତାଳେ ପରସ୍ପରକୁ ରଙ୍ଗ ଲଗେଇ ଅଭିନନ୍ଦନ ଜଣାଇବାର ଏହି ପର୍ବ ସାରା ଦେଶରେ ପାଳିତ ହୁଏ। ଅଧର୍ମ ଉପରେ ଧର୍ମର ବିଜୟ ପ୍ରତୀକ ଭାବେ ପାଳିତ ହେଉଥିବା ଏହି ପର୍ବ ପୌରାଣିକ କଥା ହିରଣ୍ୟକଶ୍ୟପ ସହିତ ଜଡିତ।

{"id":234965,"sizeSlug":"large"}

ଏଥିଲାଗି ହୁଏ ହୋଲିକା ଦହନ
ପୌରାଣିକ କାଳରେ ହିରଣ୍ୟକଶ୍ୟପ ନାମରେ ଜଣେ ରାଜା ଥିଲେ। ତେବେ ତାଙ୍କ ଆଚରଣ ରାକ୍ଷସ ଭଳି ଥିଲା। ତା ସାନ ଭାଇ  ହିରଣାକ୍ଷକୁ ଭଗବାନ ବିଷ୍ଣୁ ହତ୍ୟା କରିଥିଲେ। ଏଣୁ ସେ ବିଷ୍ଣୁଙ୍କ ପ୍ରତିଶୋଧ ନେବାକୁ ଚାହୁଁଥିଲା। ଏଥି ନିମନ୍ତେ ଶକ୍ତି ପ୍ରାପ୍ତ କରିବା ଲାଗି ସେ ଦୀର୍ଘ ବର୍ଷ ତପସ୍ୟା ବି କରିଥିଲା। ବ୍ରହ୍ମାଙ୍କ ବର ପାଇ ନିଜକୁ ଭଗବାନ ମନେ କରିବାକୁ ଲାଗିଥିଲା ହିରଣ୍ୟକସ୍ୟପ।

{"id":234966,"sizeSlug":"large"}

ଏହି ଦୁଷ୍ଟ ରାଜାଙ୍କର ଏକ ପୁଅ ଥିଲା। ଯାହାର ନାମ ଥିଲା ପ୍ରହ୍ଲାଦ। ସେ ଭଗବାନ ବିଷ୍ଣୁଙ୍କର ପରମ ଭକ୍ତ ଥିଲା। ସେ ତା ପିତାଙ୍କ କଟକଣା ମାନୁ ନଥିଲେ ଓ ଭଗବାନ ବିଷ୍ଣୁଙ୍କ ପୂଜା କରୁଥିଲେ। ଏଥିରେ କ୍ଷୁବ୍ଧ ରାଜା ପୁତ୍ରକୁ ହତ୍ୟା କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଏଥିଲାଗି ସେ ଭଉଣୀ ହୋଲିକାକୁ ପ୍ରହ୍ଲାଦର ହତ୍ୟା ଲାଗି ନିୟୋଜିତ କରିଥିଲା। ହୋଲିକା ନିଆଁରେ ପୋଡିବ ନାହିଁ ବୋଲି ବରଦାନ ପାଇଥିଲା। ଏଣୁ ସେ ପୁତୁରା ପ୍ରହ୍ଲାଦକୁ କୋଳରେ ଧରି ନିଆଁରେ ପ୍ରବେଶ କରିଥିଲା। ତେବେ ଏଥିରେ ସେ ସଫଳ ହୋଇନଥିଲା। ଭଗବାନ ବିଷ୍ଣୁଙ୍କ କୃପାରୁ ପ୍ରହ୍ଲାଦ ଜୀବିତ ବର୍ତ୍ତି ଯାଇଥିବା ବେଳେ ନିଆଁରେ ପୋଡି ହୋଲିକା ପାଉଁଶ ହୋଇଯାଇଥିଲା। ହୋଲିକାର ଏଭଳି ବିନାଶ ଅଧର୍ମ ବିରୋଧରେ ଧର୍ମର ଜୟ ହୋଇଥିଲା। ଏଣୁ ଦିନକୁ ମନେ ରଖିବା ଲାଗି ଦୋଳପୂର୍ଣ୍ଣିମାରେ ହୋଲିକା ଦହନ ପାଳିତ ହୋଇ ଆସୁଛି।

{"id":234968,"sizeSlug":"large"}

ଜାଣନ୍ତୁ କାହିଁକି ପାଳିତ ହୁଏ ହୋଲି
ଏହି ମାନ୍ୟତା ଭଗବାନ ବିଷ୍ଣୁଙ୍କ କୃଷ୍ଣ ଅବତାର ସମୟରୁ ଦେଶରେ ପ୍ରଚଳିତ ହୋଇଆସୁଛି। କୁହାଯାଏ କୃଷ୍ଣ ରଙ୍ଗରେ ହୋଲି ଖେଲୁଥିଲେ। ଏଣୁ ରଙ୍ଗର ଏହି ପର୍ବ ବେଶ ଲୋକପ୍ରୀୟତା ଅର୍ଜନ କରିଥିଲା। କୃଷ୍ଣ ବୃନ୍ଦାବନ ଓ ଗୋକୁଳରେ ରାଧା ଓ ଗୋପୀଙ୍କ ସହ ହୋଲି ପାଳନ କରୁଥିଲେ। ଏଥିରେ ସାରା ଗାଁ ବି ଜଡିତ ହୋଇଯାଉଥିଲା। ଏବେବି ବୃନ୍ଦାବନର ହୋଲି ସାରା ବିଶ୍ୱରେ ପ୍ରଶିଦ୍ଧ।

{"id":234969,"sizeSlug":"large"}

ଯିଶୁଙ୍କ ଜନ୍ମ ପୂର୍ବରୁ ଦେଶରେ ପାଳିତ ହେଉଛି ହୋଲି
ହୋଲି ହିନ୍ଦୁଙ୍କର ଏକ ପ୍ରାଚୀନ ପର୍ବ। କୁହାଯାଏ ଯୀଶୁଙ୍କ ଜନ୍ମର ହଜାର ହଜାର ବର୍ଷ ପୂର୍ବରୁ ଭାରତରେ ହୋଲି ପାଳିତ ହେଉଥିଲା। ଭାରତୀୟଙ୍କ ଏହି ପର୍ବର ପ୍ରତୀକ ବିଭିନ୍ନ ଦେବାଦେବୀ ମନ୍ଦିର ଗାତ୍ରରେ ବି ଖୋଦେଇ ହୋଇ ରହିଛି। ବିଜୟନଗରମ ରାଜଧାନୀ ହାମ୍ପିରେ ଷୋଡଶ ଶତାବ୍ଦୀରେ ନିର୍ମିତ ମନ୍ଦିର ମାନଙ୍କରେ ହୋଲି ପର୍ବ ପାଳନର ଉଦାହରଣ ଏବେବି ଦେଖିବାକୁ ମିଳୁଛି।

{"id":234971,"width":581,"height":340,"sizeSlug":"large"}

ଦିନିକିଆ ପର୍ବ ନୁହେଁ ହୋଲି
ଆମ ରାଜ୍ୟରେ ହୋଲି ଗୋଟିଏ ଦିନ ଖେଳାଯାଏ। ତେବେ ଦେଶର ବିଭିନ୍ନ ରାଜ୍ୟରେ ହୋଲିକୁ ନେଇ ଭିନ୍ନ ଭିନ୍ନ ମାନ୍ୟତା ଥିବା ବେଳେ ଲୋକେ ଦିନ ଦିନ ଧରି ହୋଲି ଖେଳିଥାନ୍ତି। ଲୋକେ ରାଧା ଓ କୃଷ୍ଣଙ୍କ ପ୍ରତିମାରେ ରଙ୍ଗ ପକାଇ ହୋଲି ଖେଳିଥାନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.