ହୋଲି ରଙ୍ଗର ପର୍ବ, ବିଭିନ୍ନ ରଙ୍ଗର ରହିଛି ଭିନ୍ନ ଭିନ୍ନ ପ୍ରଭାବ, ଗ୍ରହ ଅନୁସାରେ ଦିଏ ଶୁଭ ଫଳ

Published By : Prameya-News7 Bureau | March 07, 2020 IST

ଭୁବନେଶ୍ୱର ୦୭|୦୩:  ଫାଲଗୁନ ମାସରେ ରଙ୍ଗର ପର୍ବ ହୋଲି ପାଳନ କରାଯାଏ। ସମସ୍ତେ ଆନନ୍ଦ ଓ ଉଲ୍ଲାସର ସହ ଏହି ପର୍ବ ପାଳନ କରିଥାନ୍ତି। ପରସ୍ପର ପରସ୍ପରକୁ ରଙ୍ଗ ବୋଳିଥାନ୍ତି। ଚଳିତ ବର୍ଷ ମାର୍ଚ ୧୦ ଅର୍ଥାତ ଆଉ ୨ ଦିନ ପରେ ହୋଲି ପଡିବ। ଭାରତୀୟ ସଂସ୍କୃତିରେ ଏହି ପର୍ବକୁ ଫୁଲ, ରଙ୍ଗ ଓ ମିଠା ସାହାଯ୍ୟରେ ପାଳନ କରାଯାଏ। ଜ୍ୟୋତିଷଙ୍କ କହିବାନୁସାରେ ଜୀବନ ସହ ଜଡିତ ଥିବା ଏହି ରଙ୍ଗ ଗ୍ରହର ଶୁଭଦୃଷ୍ଟିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

ନାଲି ରଙ୍ଗ- ଲାଲ ରଙ୍ଗରେ ହୋଲି ଖେଳିଲେ ଭୂମି, ଘର, ସାହାସ ଓ ପରାକ୍ରମ ମିଳିଥାଏ। ଏହା ମଙ୍ଗଳ ଗ୍ରହକୁ ପ୍ରସନ୍ନ କରିଥାଏ।

{"id":234525,"width":766,"height":532,"sizeSlug":"large"}

ହଳଦିଆ ରଙ୍ଗ- ହଳଦିଆ ଆହିଂସା, ପ୍ରେମ, ଆନନ୍ଦ ଓ ଜ୍ଞାନର ପ୍ରତୀକ ହୋଇଥାଏ। ଏହା ସୌନ୍ଦର୍ଯ୍ୟ ଓ ଆଧ୍ୟାତ୍ମିକ ବିକାରେ ସାହାଯ୍ୟ କରେ। ଏହି ରଙ୍ଗ ବୃହସ୍ପତିଙ୍କୁ ପ୍ରସନ୍ନ କରିଥାଏ।

{"id":234526,"width":748,"height":496,"sizeSlug":"large"}

ନାରଙ୍ଗୀ ରଙ୍ଗ- ନାରଙ୍ଗୀ ରଙ୍ଗ ଜ୍ଞାନ, ଶକ୍ତି, ପ୍ରେମ ଓ ଆନନ୍ଦର ପ୍ରତୀକ। ଜୀବନରେ ଏହାକୁ ପ୍ରୟୋଗ କରିବା ଦ୍ୱାରା ମଙ୍ଗଳ ଓ ବୃହସ୍ପତିଙ୍କ କୃପା ମିଳିଥାଏ। ଏପରିକି ସୂର୍ଯ୍ୟଙ୍କର ଆଶିଷ ମଧ୍ୟ ଲାଭ ହୁଏ।

ଧଳା ରଙ୍ଗ- ଧଳା ରଙ୍ଗ ଶାନ୍ତି, ପବିତ୍ରତାକୁ ଦର୍ଶାଇଥାଏ। ଏହି ରଙ୍ଗର ପ୍ରୟୋଗରେ ଚନ୍ଦ୍ର ଓ ଶୁକ୍ରଙ୍କ ଆଶିଷପ୍ରାପ୍ତି ହୁଏ।

ନୀଳ ରଙ୍ଗ- ନୀଳ ରଙ୍ଗ ସଫାସୁତୁରା, ନିଷ୍ପାପ, ପାରଦର୍ଶୀ, କରୁଣାମୟ, ଉତ୍ତ ବିଚାରର ପ୍ରତୀକ। ଏହି ରଙ୍ଗ ବ୍ୟବହାର କଲେ ଶନିଦେବଙ୍କ କୃପା ମିଳିଥାଏ।

ସବୁଜ ରଙ୍ଗ- ସବୁଜ ରଙ୍ଗ ଖୁସି, ଆନନ୍ଦ, ସମୃଦ୍ଧି, ପ୍ରେମ, ଦୟା, ପବିତ୍ରତାର ପ୍ରତୀକ ଅଟେ। ଏହାକୁ ବ୍ୟବହାରକଲେ ବୃଧ ଗ୍ରହ ପ୍ରସନ୍ନ ହୋଇଥାନ୍ତି।

{"id":234527,"width":760,"height":507,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.