Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସରିଲାନି ଆର୍ଯ୍ୟନ ଖାନ୍‌ଙ୍କ ଜାମିନ୍‌ ଆବେଦନର ଶୁଣାଣି, ଆସନ୍ତାକାଲିକୁ ସ୍ଥଗିତ ରଖିଲେ କୋର୍ଟ
  • ||
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ହୋଲିର ରଂଗରେ ରଙ୍ଗୀନ୍ ହୋଇଛି ସାରା ରାଜ୍ୟ : ସମ୍ବଲପୁରରେ କାଦୁଅରେ ଖେଳିଲେ ହୋଲି

22/03/2019 at 5:57 PM

ଭୁବନେଶ୍ବର ୨୨|୩: ହୋଲିର ରଂଗରେ ରଙ୍ଗୀନ୍ ହୋଇଛି ସାରା ରାଜ୍ୟ । ପିଲାରୁ ବୟସ୍କ, ସମସ୍ତେ ସ୍ନେହ, ପ୍ରେମ, ଶ୍ରଦ୍ଧା ଓ ଭାଇଚାରାର ରଙ୍ଗରେ ଦେହ ମନକୁ ରଙ୍ଗୀନ କରିବା ସହ ଖୁସି ବାଣ୍ଟିଛନ୍ତି । ଗାଁଠୁ ସହର ସବୁଠି ଦେଖିବାକୁ ମିଳିଥିଲା ରଙ୍ଗର ଆସର । ସାଧାରଣ ବ୍ୟକ୍ତିଙ୍କ ଠାରୁ ଆରମ୍ଭ କରି ଜଣାଶୁଶା ବ୍ୟକ୍ତିଙ୍କ ଯାଏଁ, ସଭିଏଁ ନିଜ ଢ଼ଙ୍ଗରେ ପାଳିଛନ୍ତି ହୋଲି ।

ଫଗୁଣର ଫଗୁରେ ଭିଜିଛି ସାରା ରାଜ୍ୟ । ରଙ୍ଗୀନ୍ ହୋଇଛନ୍ତି ରାଜ୍ୟବାସୀ । ପିଲାରୁ ବୟସ୍କ, ସମସ୍ତେ ନାଚ ଗୀତରେ ମଜିଛନ୍ତି, ରଙ୍ଗରେ ଭିଜିଛନ୍ତି । ସ୍ନେହ, ପ୍ରେମ, ଶ୍ରଦ୍ଧା ଓ ଭାଇଚାରାର ରଙ୍ଗରେ ଦେହ ମନକୁ ରଙ୍ଗୀନ କରିଛନ୍ତି । ଗାଁ ଠୁ ସହର, ସବୁଠି ଥିଲା ଅପୂର୍ବ ଉତ୍ସାହ । ବେଶୀ ମତୁଆଲା ହୋଇଉଠିଥିଲେ ଯୁବପୀଢି । କେଉଁଠି ଡିଜେର ତାଳେ ତାଳେ ନାଚ ସହ ଅବିର ବର୍ଷା ତ ଆଉ କେଉଁଠି ଦେଖିବାକୁ ମିଳିଥିଲା ରେନ୍ ଡ୍ୟାନ୍ସ ।

କଳିଙ୍ଗ ଷ୍ଟାଡିୟମ ନିକଟ ବିଶ୍ବକର୍ମା ମନ୍ଦିର ପ୍ରାଙ୍ଗଣ । ଡିଜେର ତାଳେ ତାଳେ ଚାଲିଛି ନାଚ । ସମସ୍ତେ ରଙ୍ଗୀନ । ଖୋର୍ଦ୍ଧା ଜିଲ୍ଲା ପତଞ୍ଜଳି ଯୋଗ ସମିତି ଏହାର ଆୟୋଜନ କରିଥିଲା  ରାମ ମନ୍ଦିର ପରିସରର । ବହୁ ବରିଷ୍ଠ ନଗରିକ ଏଠି ହୋଲିରେ ମସଗୁଲ । ଶେଷରେ ମହିଳାଙ୍କ ଦ୍ବାରା  ଦହିହାଣ୍ଡି ଭଙ୍ଗା ଯାଇଥିଲା । ପ୍ରୟାସ ଅନୁଷ୍ଠାନ ଏହାର ଆୟୋଜନ କରିଥିଲା । ମାରୱାଡି ମଞ୍ଚ ପକ୍ଷରୁ ୩ ନମ୍ବର ପ୍ରଦର୍ଶନୀ ପଡିଆରେ ହୋଇଥିଲା ରେନ୍ ଡ୍ୟାନ୍ସ । ମହିଳା, ଯୁବତୀ ନାଚରେ ଝୁମିବା ସହ ପାରମ୍ପାରିକ ଗୀତ ଗାଇ ମାହୋଲକୁ ରଙ୍ଗୀନ କରିଥିଲେ  ।

କେବଳ ରାଜଧାନୀ କାହିଁକି କଟକ, ପୁରୀ, ସମ୍ବଲପୁର, ବ୍ରହ୍ମପୁର, ଭଦ୍ରକ, ରାଉରକେଲା, ବଲାଙ୍ଗିର, ଜୟପୁର ଆଦି ସହରରେ ବି ଧୁମ୍ ଧାମ୍ ରେ ପାଳିତ ହୋଇଛି ହୋଲି । ବାଳାଶ୍ରମ ଛାତ୍ରଛାତ୍ରୀଙ୍କ ସହ ନିଜ ବାସଭବନରେ ହୋଲି ମନାଇଛନ୍ତି ପୁରୀ ଜିଲ୍ଲାପାଳ ଓ ଅନ୍ୟ ବରିଷ୍ଠ ଅଧିକାରୀ । ଏହାସହ ବଡଦାଣ୍ଡ ଏବଂ ବେଳାଭୂମିରେ ହୋଲିରେ ମସଗୁଲ ହୋଇଥିଲେ ପର୍ଯ୍ୟଟକ ।

 ସମ୍ବଲପୁର ଗଙ୍ଗାଧର ମହାବିଦ୍ୟାଳୟ ପରିସରର । ଏଠି କାଦୁଅରେ ହୋଲି ଖେଳିଛନ୍ତି ଶତାଧିକ ଛାତ୍ର । ବଲାଙ୍ଗୀରର ଦୃଶ୍ୟ ଥିଲା ଟିକେ ଅଲଗା । ଏଠି ରଙ୍ଗ ଖେଳ ତ ଜମିଛି ତା ସହ ପାରମ୍ପରିକ ବାଦ୍ୟର ତାଳେ ତାଳେ ଝୁମିଛନ୍ତି ପିଲାରୁ ବୟସ୍କ ।

   Related Posts