ପୁଲଓ୍ବାମା ଘଟଣା ପାଇଁ ମୁଖ୍ୟମନ୍ତ୍ରୀ ଖେଳିଲେନି ହୋଲି, କଂଗ୍ରେସ କାର୍ଯ୍ୟାଳୟରେ ଧୂମ୍ ଆଉ ସବୁଠି ଖାଁ ଖାଁ, ନାଚିଲେ ତାରା

Published By : Prameya-News7 Bureau | March 22, 2019 IST

ଭୁବନେଶ୍ବର ୨୨|୩: ମୁଣ୍ଡ ଉପରେ ନିର୍ବାଚନ । ତା’ ପୂର୍ବରୁ ରଙ୍ଗର ପର୍ବ ହୋଲିକୁ ନେଇ ନେତା ବି କିଛି କମ୍‌ ଜୋସ୍‌ରେ ନଥିଲେ । ପୁଲଓ୍ବାମା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହୋଲି ଖେଳିନଥିଲେ । ତେଣୁ ବିଜେଡି ପାର୍ଟି ଅଫିସରେ ପଡ଼ିଥିଲା ତାଲା । ହେଲେ ବିଜେଡି ନେତା କିନ୍ତୁ ଯିଏ ଯେଝା ଘରେ ଆଉ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ହୋଲିରେ ଲୋକଙ୍କ ସହ ସାମିଲ ହେବାକୁ ଭୁଲିନଥିଲେ । ସେହିଭଳି ବିଜେପି ପାର୍ଟି ଅଫିସ ବି ଖାଁ ଖାଁ ଲାଗୁଥିଲା । ହେଲେ କଂଗ୍ରେସ ଭବନରେ କିନ୍ତୁ ଜମିଥିଲା ରଙ୍ଗର ପର୍ବ । ନିର୍ବାଚନୀ ରଙ୍ଗ ସାଙ୍ଗରେ ଆଜି ହୋଲିର ରଙ୍ଗ ଆଜି ପୁରା ମାହୋଲକୁ ଜମେଇ ଦେଇଥିଲା । କଂଗ୍ରେସ ଭବନର ଦୃଶ୍ୟ ଥିଲା ନିଆରା। ଯୋଉଠି ଯୁବ, ମହିଳାଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ନେତା ହୋଲି ରଙ୍ଗରେ ନିଜକୁ ରଙ୍ଗେଇ ଦେଇଥିଲେ । ବାଜା ବଜାଇ ଖୁବ୍‌ ଝୁମିଥିଲେ ନେତା ।  ରାସ୍ତାରେ ଯାଉଥିବା ଲୋକଙ୍କୁ ରଙ୍ଗବୋଳି ଭାଇଚାରାର ବାର୍ତ୍ତା ବାଣ୍ଟିବାକୁ ଚେଷ୍ଟା କରୁଥିଲେ ।

{"id":95849}

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଦଳ ଭିତରେ ଅସନ୍ତୋଷର ଛିଟାକୁ ରଙ୍ଗର ଛିଟାରେ ଲୁଚାଇବାକୁ ଚାଲିଥିଲା ଚେଷ୍ଟା । ଏମିତିରେ ପୁଣି ଆଜି ଦ୍ବିତୀୟ ପର୍ଯ୍ୟାୟ ତାଲିକା ଘୋଷଣା ହେବାର ଅଛି । ତାକୁ ନେଇ ଉତ୍ସାହିତ ରାଜ୍ୟ କଂଗ୍ରେସ କ୍ୟାମ୍ପ୍‌ । କଂଗ୍ରେସ ଭବନରେ ସିନା ରଙ୍ଗ ଖୁବ୍‌ ଚଢ଼ିଥିଲା, ହେଲେ ଆଜି ନବୀନ ନିବାସରେ କିନ୍ତୁ ଦେଖିବାକୁ ମିଳିନଥିଲା ଗହଳି ଚହଳି । ପୁଲଓ୍ବାମା ସହିଦଙ୍କ ସ୍ମୃତିରେ ମୁଖ୍ୟମନ୍ତ୍ରୀ ହୋଲି ଖେଳିବାକୁ ମନା କରିଦେଇଥିଲେ । ତେଣୁ ନବୀନ ନିବାସକୁ ନେତାଙ୍କ ଭିଡ଼ ନଥିଲା । ଏମିତିରେ ବିଜେଡି ପାର୍ଟି ଅଫିସରେ ବି ତାଲା ପଡ଼ିଥିଲା । ହେଲେ ନେତା କିନ୍ତୁ  ଯିଏ ଯେଝା ଘରେ ଆଉ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ସହ ରଙ୍ଗ ଖେଳିବାକୁ ଭୁଲି ନଥିଲେ ।

{"id":95842}

ସେପଟେ କିନ୍ତୁ ବିଜେପି ଅଫିସ ବି ଥିଲା ଖାଁ ଖାଁ । ଟିକଟ ବଣ୍ଟାକୁ ନେଇ ଦଳୀୟ ଅସନ୍ତୋଷ ପାର୍ଟି ଅଫିସରେ ରଙ୍ଗର ପର୍ବକୁ ଫିକା କରିଥିଲା ।

ସେପଟେ କିନ୍ତୁ ଜୟପୁରରେ ଜମିଥିଲା ଉଭୟ ରବି ଆଉ ତାରାଙ୍କ ରଙ୍ଗ ଖେଳ । ନିର୍ବାଚନ ପୂର୍ବରୁ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ  ନିଜ ନିଜ ସମର୍ଥକଙ୍କ ମେଳରେ ରଙ୍ଗ ଖେଳରେ ମାତିଥିଲେ । ଗୋଟେ ପଟେ ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ରବି ନନ୍ଦ ରଙ୍ଗର ପର୍ବ ସହିତ ନିର୍ବାଚନୀ ରଙ୍ଗକୁ ମେଳ କରିବାକୁ ଚେଷ୍ଟା କରୁଥିବା ବେଳେ । ଲୋକଙ୍କ ସହ ମିଶି ତାଳ ପକାଉଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ସେପଟେ ରାଜନୈତିକ ଶତୃତାକୁ ଭୁଲି ତାରାଙ୍କ ସହ ତାଳି ପକାଇ ଭାଇଚାରାର ବାର୍ତ୍ତା ବାଣ୍ଟିବାକୁ ଚେଷ୍ଟା କରୁଥିଲେ ଏଥର ବିଏସପିରୁ ପ୍ରାର୍ଥୀ ହୋଇଥିବା କୃଷ୍ଣ ଚନ୍ଦ୍ର ସଗରିଆ ।

{"id":95841}

ନେତାଙ୍କ ନଜର ଏବେ ନିର୍ବାଚନ ଉପରେ । ଏମିତିରେ ଭାଇଚାରା ବଢ଼ାଇବାକୁ ମଉକା ଆଣିଦେଇଛି ରଙ୍ଗର ପର୍ବ । ଲୋକଙ୍କ ସହ ଯୋଡ଼ିହେବାର ଏଭଳି ଏକ ସୁଯୋଗକୁ କେହି ହାତଛଡ଼ା କରିବାକୁ ଚାହିଁନାହାନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.