ଅନ୍ୟାୟ ବିରୋଧରେ ପୁରା ଗାଁ ଏକଜୁଟ୍: ଏକ ଛତ୍ରବାଦୀ ଶାସନ ଚଳାଇଛି ଶୁକଦେବ, ଭୟଭୀତ ଅବସ୍ଥାରେ ଗ୍ରାମବାସୀ

Published By : Prameya-News7 Bureau | January 19, 2021 IST

ଭଦ୍ରକ୧୯/୧: ଗାଁରେ ମେଳି ବାନ୍ଧିଛନ୍ତି ଗ୍ରାମବାସୀ। ସେଥିପାଇଁ ଏକାଠି ସଭା କରିଛନ୍ତି। ଅନ୍ୟାୟ ବିରୋଧରେ ଲଢିବା ପାଇଁ ପୁରା ଗାଁ ଏଜୁଟ ହୋଇଛି । ଏଠି ଗାଁର ଗୋଟିଏ ଗ୍ରାମବାସୀ ବାରମ୍ବାର ହଇରାଣ କରିବା ସହ ବିଭିନ୍ନ ସମୟରେ ଗାଁ ଲୋକଙ୍କୁ ମାଡ ମାରୁଥିବା ଅଭିଯୋଗ ହୋଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ ପୋଲିସ। ତେବେ ଗାଁ ମେଳିରେ ନିଷ୍ପତ୍ତି ହୋଇଛି ଯେ, ଯଦି ପୋଲିସ କାର୍ଯ୍ୟାନୁଷ୍ଠାନ ନ ଗ୍ରହଣ କରେ, ତେବେ ଉପରିସ୍ଥ ଅଧିକାରୀଙ୍କୁ ଭେଟିବେ ଏବଂ ଆବଶ୍ୟକ ହେଲେ ଆଇନକୁ ହାତକୁ ନେବେ।

ସୂଚନାଯୋଗ୍ୟ ଯେ ଏହି ଗ୍ରାମବାସୀଙ୍କ ମେଳି ଦେଖିବା ପାଇଁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ତଳକାଁପଡା ଗାଁରେ । ଗାଁର ଶୁକଦେବ ମଲିକ ବିଭିନ୍ନ ସମୟରେ ଗ୍ରାମବାସୀଙ୍କ ଉପରେ ନିଜର ହୁକୁମ ଜାହିର କରିବା ସହ ବିଭିନ୍ନ ସମୟରେ ମାଡ ମାରୁଥିବା ଅଭିଯୋଗ ହୋଇଛି। ଏମିତି କି ବିଭିନ୍ନ ସମୟରେ ଲୁଟତରାଜ କରୁଥିବା ମଧ୍ୟ ଅଭିଯୋଗ ହୋଇଛି। ଗାଁର ଏକ ଅଗ୍ନିକାଣ୍ଡ ପରେ ଗାଁ ଲୋକେ ତିହିଡି ଥାନାରେ ଏତଲା ଦେଇଛନ୍ତି। କିନ୍ତୁ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହିଁ। ତେଣୁ ଗାଁ ଲୋକେ ମେଳି ବାନ୍ଧିଛନ୍ତି । ଏ ନେଇ ତିହିଡି ଥାନାରେ ଲିଖିତ ଭାବେ ଏତଲା ଦିଆଯାଇଛି।

ଏମିତି କି ସଂପୃକ୍ତ ବ୍ୟକ୍ତିଙ୍କ ନାଁରେ ତିହିଡି ଥାନାରେ ୧୦ରୁ ଅଧିକ ମାମଲା ଥିବା କହିଛନ୍ତି ଗ୍ରାମବାସୀ। ଆଗାମୀ ଦିନରେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେଲେ ଉପରିସ୍ଥ ଅଧିକାରୀଙ୍କୁ ଭେଟିବା ପାଇଁ ଚେତାବନୀ ମଧ୍ୟ ଦେଇଛନ୍ତି। ଅନ୍ୟପଟେ ଶୁକଦେବ ମଳିକ ପ୍ରତିକ୍ରିୟାରେ କହିଛନ୍ତି ଯେ ଅଭିଯୋଗ ଭିତ୍ତିହୀନ। ରାଜନୈତିକ ଅଭିସନ୍ଧି ରଖି ଥାନାରେ ତାଙ୍କ ନାମରେ ବାରମ୍ବାର ଏତଲା ଦିଆଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.