Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନାବାଳିକାଙ୍କ ହାତ ଧରିବା ଓ ପ୍ୟାଣ୍ଟର ଜିପ୍ ଖୋଲିବା ପୋସ୍କୋ ଆଧାରରେ ଯୌନ ନିର୍ଯାତନା ନୁହେଁ, ବମ୍ଵେ ହାଇକୋର୍ଟଙ୍କ ଆଉ ଏକ ନିଷ୍ପତ୍ତି

28/01/2021 at 7:03 PM

ନାଗପୁର ୨୮।୦୧: ‘ସ୍କିନ ଟୁ ସ୍କିନ’ ରାୟ ପରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ପିଲାଙ୍କ ଯୌନ ଉତ୍ପୀଡନ ସଂପର୍କରେ ଆଉ ଏକ ନିଷ୍ପତ୍ତି ଦେଇଛି। କୋର୍ଟ ଅନୁଯାୟୀ, ନାବାଳିକାଙ୍କ ହାତ ଧରିବା ଏବଂ ଅଭିଯୁକ୍ତଙ୍କ ପ୍ୟାଣ୍ଟର ଜିପ୍ ଖୋଲା ରହିବା ପୋସ୍କୋ ଆକ୍ଟ ଆଧାରରେ ଯୌନ ଶୋଷଣ ନୁହେଁ। କିନ୍ତୁ ଆଇପିସିର ଧାରା ୩୫୪ ଅନ୍ତର୍ଗତ ଅପରାଧ ଅଟେ। ଗତ ଜାନୁଆରୀ ୧୫ରେ କୋର୍ଟ ଅଭିଯୁକ୍ତଙ୍କୁ ପୋସ୍କୋ ଆକ୍ଟ ଆଧାରରେ ଦିଆଯାଇଥିବା ଦଣ୍ଡକୁ ରଦ୍ଦ କରି ଦେଇଥିଲେ। ଅଭିଯୁକ୍ତ ଆଇପିସିର ଧାରା ୩୫୪ଏ୯(୧)(i) ଆଧାରରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ବିଚାରପତି ପୁଷ୍ପା ଗନେଡିଓ୍ଵାଲାଙ୍କ ଏକ ଜଣିଆ ପୀଠ ଜଣେ ୫୦ ବର୍ଷୀୟ ଯୁବକଙ୍କ ଦ୍ଵାରା ୫ ବର୍ଷର ଶିଶୁ କନ୍ୟା ସହ ଯୌନ ଶୋଷଣ ମାମଲାରେ ଉପରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ନିମ୍ନ ଅଦାଲତ ପୋସ୍କୋ ଆକ୍ଟ ୧୦ ଆଧାରରେ ଅଭିଯୁକ୍ତଙ୍କୁ ୫ ବର୍ଷର ଜେଲ ଦଣ୍ଡ ଏବଂ ୨୫ ହଜାର ଟଙ୍କାର ଜୋରିମାନା ଲଗାଇଥିଲେ। ଝିଅଙ୍କ ମା ଅଭିଯୋଗ କରିଥିଲେ ଯେ, ଅଭିଯୁକ୍ତଙ୍କ ପ୍ୟାଣ୍ଟର ଜିପ୍ ଖୋଲା ଥିଲା ଏବଂ ଝିଅର ହାତ ଅଭିଯୁକ୍ତଙ୍କ ହାତରେ ଥିଲା। କୋର୍ଟ କହିଛନ୍ତି ଏହି ମାମଲା ଆଇପିସିର ଧାରା ୩୫୪ଏ୯(୧)(i) ଅନ୍ତର୍ଗତରେ ଆସୁଛି। ଏଥିପାଇଁ ପୋସ୍କୋ ଆକ୍ଟର ଧାରା ୮, ୧୦ ଓ ୧୨ ଆଧାରରେ ସଜାକୁ ରଦ୍ଦ କରାଯାଉଛି। ଅଦାଲତ କହିଛନ୍ତି ଯେ, ଅଭିଯୁକ୍ତ ପୂର୍ବରୁ ୫ ମାସ ଜେଲ୍‌ ସଜା କାଟି ସାରିଲେଣି, ଯାହା ଏହି ଅପରାଧ ପାଇଁ ପର୍ଯ୍ୟାପ୍ତ ଅଟେ।

ଉଲ୍ଲେଖଯୋଗ୍ୟ, କିଛି ଦିନ ପୂର୍ବେ ଯୌନ ଅପରାଧ ସଂପର୍କିତ ଏକ ମାମଲାରେ ନାଗପୁର ବେଞ୍ଚ ସ୍କିନ ଟୁ ସ୍କିନ ନିଷ୍ପତ୍ତି ଶୁଣାଇଥିଲେ। ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ନିଜ ନିଷ୍ପତ୍ତିରେ ହାଇକୋର୍ଟ କହିଥିଲେ ଯେ ୧୨ ବର୍ଷର ନାବାଳିକାଙ୍କୁ ନିବସ୍ତ୍ର କରିବା ବିନା, ତାଙ୍କ ସ୍ତନକୁ ଛୁଇଁବା ଯୌନ ଶୋଷଣ କୁହାଯାଇ ପାରିବ ନାହିଁ। ଏହି ଧରଣର କାମକୁ ପୋସ୍କୋ ଆକ୍ଟ ଆଧାରରେ ଯୌନ ନିର୍ଯ୍ୟାତନା ରୂପେ ପରିଭାଷିତ କରାଯାଇ ପାରିବ ନାହିଁ। କିନ୍ତୁ ଏମିତି ଅପରାଧ ବିରୋଧରେ ଆଇପିସିର ଧାରା ୩୫୪ ଆଧାରରେ ମୋକଦ୍ଦମା ଚଲା ଯାଇ ପାରିବ।

   Related Posts