Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ହକି ବିଶ୍ବକପ୍ : ଆଜି ନେଦରଲାଣ୍ଡକୁ ଭେଟିବ ଭାରତ ଏବଂ ବେଲଜିୟମକୁ-ଜର୍ମାନୀ ମୁକାବିଲା

13/12/2018 at 11:01 AM

ଭୁବନେଶ୍ବର ୧୩|୧୨: ହକି ବିଶ୍ବକପ୍  କ୍ବାଟର ଫାଇନାଲର ଦ୍ବିତୀୟ ଦିନ । ଆଜି ପ୍ରଥମ ମ୍ୟାଚରେ ଜର୍ମାନୀ ଭେଟିବ ବେଲଜିୟମକୁ । ସେହିପରି ଦ୍ବିତୀୟ ମ୍ୟାଚରେ ନେଦରଲାଣ୍ଡ ଓ ଭାରତ ମଧ୍ୟରେ ହେବ ମୁକାବିଲା । ବିଶ୍ବ ରାଙ୍କ ଅନୁଯାୟୀ ନେଦରଲାଣ୍ଡ ୪ ନମ୍ବରରେ ଥିବାବେଳେ ଭାରତ ରହିଛି ୫ ନମ୍ବର ରାଙ୍କରେ । ତେଣୁ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ଓ ଦମଦାର ହେବ। ଭାରତକୁ ଅଟକାଇବା ପାଇଁ  ନେଦରଲାଣ୍ଡ ପୂରା ପ୍ରସ୍ତୁତ ରହିଛି ଯାହାର ଆଭାସ ନେଦରଲାଣ୍ଡ ହକି ଫେଡେରେସନ ସଭାପତି ପୂର୍ବରୁ ଦେଇସାରିଛନ୍ତି । ତେଣୁ ଆଜିର ମ୍ୟାଚକୁ ହାଲକାରେ ନେବନି ଭାରତ । ପ୍ରଥମ କ୍ବାର୍ଟରରୁ ଶେଷ କ୍ବାର୍ଟର ପର୍ଯ୍ୟନ୍ତ ପୂରା ଦମ୍ ଲଗାଇବ ଟିମ୍ ଇଣ୍ଡିଆ । ଭାରତୀୟ ପ୍ଲେୟାରଙ୍କୁ ପ୍ରତିଟି ସମ୍ଭାବନାକୁ ଗୋଲରେ କନଭର୍ଟ କରିବାକୁ ପଡ଼ିବ ବୋଲି କହିଛନ୍ତି କୋଚ୍ ହରେନ୍ଦ୍ର ସିଂ । ସେହିଭଳି ଆଟାକିଂ ଗେମ୍ ଖେଳିବା ସହ ବଡ଼ ବ୍ୟବଧାନରେ ଜିତିବା ଲକ୍ଷ୍ୟରେ ଅଛନ୍ତି କ୍ୟାପଟେନ୍ ମନପ୍ରିତ୍ ସିଂ । ଅପର ପକ୍ଷରେ ହୋମ୍ କ୍ରାଉଡର ସପୋର୍ଟ ଇଣ୍ଡିଆନ୍‌ ଟିମ୍‌ର ମନବଳ ବଢ଼ାଇବ ବୋଲି ଆଶା କରିଛନ୍ତି ଉଭୟ କ୍ୟାପଟେନ୍ ଆଉ କୋଚ୍ ।

   Related Posts