ହକି ବିଶ୍ବକପ୍ : ସେମିଫାଇନାଲରେ ମୁହାଁମୁହିଁ ହେବେ ବେଲଜିୟମ୍-ଇଂଲଣ୍ଡ ଓ ଅଷ୍ଟ୍ରେଲିଆ-ନେଦରଲ୍ୟାଣ୍ଡ

Published By : Prameya-News7 Bureau | December 15, 2018 IST

ଭୁବନେଶ୍ବର ୧୫|୧୨:  ହକି ବିଶ୍ବ କପ୍ ସେମିଫାଇନାଲ୍ ଶନିବାର ଖେଳାଯିବ । ମୁହାଁମୁହିଁ ହେବେ ବେଲଜିୟମ-ଇଂଲଣ୍ଡ ଏବଂ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ । ଏଥିପାଇଁ ସବୁ ଟିମ୍ ଜେ।ରଦାର ଅଭ୍ୟାସ କରିଛନ୍ତି । ତେବେ ଗତ ୨ଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଏଥର ପୁଣି ଚାମ୍ପିଅନ୍ ହୋଇ ହାଟ୍ରିକ୍ କରିବ ବୋଲି ଆଶା ରଖିଛି ।

ଚାମ୍ପିଅନ୍ ହେବାକୁ ଆଉ ମାତ୍ରଦୁଇଟି ସୋପାନ । ସେମିଫାଇନାଲ୍ ତା ପରେ ଫାଇନାଲ୍ । ସେମିଫାଇନାଲ୍ ଲାଇନ୍ ଅପ୍  ଚୂଡାନ୍ତ ହୋଇସାରିଥିବା ବେଳେ କିଏ ହାତେଇବ ହକି ବିଶ୍ବକପ୍  ତାକୁ ନେଇ ଆରମ୍ଭ ହୋଇଗଲାଣି ଅବଗଣନା । ଶନିବାର ସେମିରେଇଂଲଣ୍ଡ-ବେଲଜିୟମ୍ ଓ ଅଷ୍ଟ୍ରେଲିଆ-ନେଦଲ୍ୟାଣ୍ଡ ମଧ୍ୟରେ ହେବ ମୁକାବିଲା । ତେବେ ଗତ ୨ ଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଏଥର କପ୍  ହାତେଇବା ପାଇଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି । ଅଷ୍ଟ୍ରେଲିଆ ଟିମ୍ ବି ଏଥିପାଇଁ ଜୋରଦାର ଅଭ୍ୟାସ ଆରମ୍ଭ କରିଛି । ସେମିରେ ନେଦରଲ୍ୟାଣ୍ଡକୁ ମାତ୍ ଦେବାକୁ ବନାଇଛି ନୂଆ ଷ୍ଟ୍ରେଟେଜି ।

ସେପଟେ ମାଲେସିଆ କେ।ଚ୍ ଓଲଟ୍ମାସ୍ ବି ଅଷ୍ଟ୍ରେଲିଆ ସପକ୍ଷରେ ମତ ଦେଇଛନ୍ତି । କହିଛନ୍ତି ଅଷ୍ଟ୍ରେଲିଆ ଟିମ୍  ବେଶ ବାଲାନ୍ସଡ୍ । ଡିଫେନସଠାରୁ ଆରମ୍ଭ କରି ଫରୱାର୍ଡ ମିଡ ଫିଲଡର ସମସ୍ତେ ଚମତ୍କାର ଖେଳ ପ୍ରଦର୍ଶନ କରୁଛନ୍ତି। ଲିଗ୍ ପଯ୍ୟାୟ​ ଠାରୁ ଆରମ୍ଭ କରି ଦଳ ସବୁଠି ଭଲ ପ୍ରଦର୍ଶନ କରିବା ସହ ଟିମ୍ ଫୁଲ୍  ଫର୍ମରେ ଅଛି । ତେଣୁ ୪ ସେମିଫାଇନାଲ ଲିଷ୍ଟଙ୍କ ମଧ୍ୟରେଅଷ୍ଟ୍ରେଲିଆ ସବୁଠୁ ଶକ୍ତିଶାଳୀ ବୋଲି ସେ କହିଛନ୍ତି । ସେମିରେ ବେଲଜିୟମ ବି ଇଂଲଣ୍ଡକୁ କଡା ଟକ୍କର ଦେବ । ଇଂଲଣ୍ଡ ଟିମ୍ ଅଭ୍ୟାସ ବେଳେ ସବୁ ଦିଗ ପ୍ରତି ଗୁରୁତ୍ବ ଦେଉଛି । ତେବେ ବେଲଜିୟମ ଡିଫେଣ୍ଡର୍ସ ଓ ଫରୱାର୍ଡ ଶକ୍ତିଶାଳୀ ଥିବାରୁ ବେଲଜିୟମ ଫାଇନାଲ ଯିବା ସମ୍ଭାବନା ଅଧିକ ରହିଛି ।

କାଲି ଭାରତ ଘରେ।ଇ ଦର୍ଶକଙ୍କୁ ନିରାଶ କରିଥିଲେ ବି କମିନି ହକି କ୍ରେଜ୍ । ସେମିଫାଇନାଲ ଓ ଫାଇନାଲ ର ମଜା ନେବା ପାଇଁ ସମସ୍ତଙ୍କର ଅପେକ୍ଷା ରହିଛି । ଶନିବାର ପ୍ରଥମ ଦୁଇଟି ସେମିଫାଇନାଲ୍ ଖେଳାଯିବ । ରବିବାର ଥାର୍ଡ୍ ପ୍ଲେସ୍  ଓ ପରେ ଫାଇନାଲ୍ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.